Twinkle Kalia
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଦେଶର ଅନେକ ସ୍ଥାନରେ ଅମ୍ଳଜାନ ଓ ଔଷଧର କଳାବଜାରୀ କରାଯାଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଏଭଳି ଜଟିଳ ପରିସ୍ଥିତିରେ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦିନରାତି ଲୋକଙ୍କ ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି, ଯିଏ ଦେଶର ପ୍ରଥମ ମହିଳା ଆମ୍ବୁଲାନ୍ସ ଡ୍ରାଇଭର ହେବାର ଗୌରବ ହାସଲ କରିଛନ୍ତି । ଗତ ୨୦ ବର୍ଷ ଧରି ଦିଲ୍ଲୀରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଟ୍ୱିଙ୍କିଲ୍ କାଲିଆ ଏହି ପରିସ୍ଥିତିରେ କରୋନା ରୋଗୀ ଏବଂ ସେମାନଙ୍କ ପରିବାରକୁ ସାହାଯ୍ୟ କରୁଛନ୍ତି ।
ଦିଲ୍ଲୀ-ଏନସିଆର ଅଞ୍ଚଳର କରୋନା ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଟ୍ୱିଙ୍କିଲ୍ ତାଙ୍କ ଆମ୍ବୁଲାନ୍ସ ସେବାକୁ ଦେୟମୁକ୍ତ କରିଛନ୍ତି । ଟ୍ୱିଙ୍କିଲଙ୍କ କହିବାନୁଯାୟୀ, ପ୍ରତିଦିନ ଆମ୍ବୁଲାନ୍ସ ପାଇଁ ତାଙ୍କ ପାଖକୁ ପ୍ରାୟ ୨୦୦ କଲ୍ ଆସୁଛି । ସେ ସବୁବେଳେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଥିଲେ ତାଙ୍କ ପାଖରେ ଏବେ ବି ୪୦ରୁ ୫୦ କଲ ଆସିଛି । ଯେଉଁଠାରେ କି କରୋନା ରୋଗୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପାଇଁ କେହି ନାହାନ୍ତି । ତେଣୁ ଟ୍ୱିଙ୍କିଲ ନିଜ ସ୍ୱାମୀଙ୍କ ସହ ମିଶି ସେହିଭଳି ଲୋକଙ୍କ ଅନ୍ତିମ ସଂସ୍କାର କରିବାରେ ସାହାଯ୍ୟ କରନ୍ତି ।
/odishatv-khabar/media/post_attachments/wp-content/uploads/2021/05/77074834.jpg)
ଅନେକ ଲୋକଙ୍କ ଅନ୍ତିମ ସଂସ୍କାର ସେ କରିଛନ୍ତି
୨୮ ତାରିଖ ଦିନ ଦିଲ୍ଲୀର ପ୍ରତାପ ନାଗରରୁ ତାଙ୍କୁ ଏପରି ଏକ କଲ ଆସିଥିଲା । ଗୋଟିଏ ମୃତ ଦେହ ଯାହାକି ଦୁଇ ଦିନ ହେବ ଶେଯରେ ପଡ଼ି ରହିଥିଲା । ତାର ଅନ୍ତିମ ସଂସ୍କାର ହୋଇପାରୁ ନଥିଲା । ପରିବାର ଲୋକଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡିଓ କରି ତାଙ୍କ ପାଖକୁ ପଠାଇଥିଲେ । ଏହା ଦେଖିବା ପରେ ଟ୍ୱିଙ୍କିଲ ଏବଂ ତାଙ୍କ ସ୍ୱାମୀ ସେଠାରେ ପହଞ୍ଚି ମୃତଦେହକୁ ଦ୍ୱିତୀୟ ମହଲାରୁ ତଳକୁ ଆଣିଥିଲେ । ତା’ପରେ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ । ଟ୍ୱିଙ୍କିଲଙ୍କ ଅନୁଯାୟୀ ସେ ଏବେ ସୁଦ୍ଧା ଅତି କମରେ ୩୫ ରୁ ୪୦ ଜଣଙ୍କ ଅନ୍ତିମ ସଂସ୍କାର କରିସାରିଛନ୍ତି ।
କରୋନା ଯୋଗୁଁ କାମ ବଢ଼ି ଯାଇଛି
ଟ୍ୱିଙ୍କିଲଙ୍କ ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଏବେ ଅଧିକ କାମ ରହୁଛି । ଟ୍ୱିଙ୍କିଲ୍ କାଲିଆ ତାଙ୍କ ଏନଜିଓ ସହିଦ ଭାଗବତ ସିଂ କେୟାର ଆଣ୍ଡ ହେଲପ୍ ମାଧ୍ୟମରେ ସେବା ଯୋଗାଇଥାନ୍ତି । ଏବେ ତାଙ୍କ ପାଖରେ ୧୨ ଟି ଆମ୍ବୁଲାନ୍ସ ରହିଛି । ଯାହା ସମଗ୍ର ଦିଲ୍ଲୀ-ଏନସିଆରରେ ଚାଲିଥାଏ, କିନ୍ତୁ ଏବେ ଅଧିକ କାମ ରହୁଥିବା ଯୋଗୁଁ ତାଙ୍କର ଆମ୍ବୁଲାନ୍ସ ସେବା କେବଳ ଉତ୍ତର ଦିଲ୍ଲୀରେ ଉପଲବ୍ଧ । ପରିସ୍ଥିତି ଏମିତି ମଧ୍ୟ ରହିଛି ଯେ, କିଛି ଆମ୍ବୁଲାନ୍ସରେ ପେଟ୍ରୋଲ ପକାଇବା ପାଇଁ ତାଙ୍କ ପାଖରେ ବେଳେ ବେଳେ ଟଙ୍କା ମଧ୍ୟ ରହୁନାହିଁ । ଯେତେବେଳେ ଡ୍ରାଇଭର ଉପଲବ୍ଧ ନଥାନ୍ତି ସେତେବେଳେ ଟ୍ୱିଙ୍କିଲ କାଲିଆ ନିଜେ ଆମ୍ବୁଲାନ୍ସ ଡ୍ରାଇଭ କରି କରୋନା ପୀଡିତମାନଙ୍କୁ ସାହାଯ୍ୟ କରନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture_1620403071.jpg)