ram mandir-3
ଅଯୋଧ୍ୟା: ଆଜି ଅଯୋଧ୍ୟାରେ ମହାପ୍ରଭୁ ପୁରୁଷୋତ୍ତମ ରାମଙ୍କ ମନ୍ଦିରର ଭୂମି ପୂଜନ ହେବ । ଏହାକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଛି । ଏହି ଉତ୍ସବରେ ପ୍ରାୟ ଏକ ହଜାର ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷହୋଇଛି। ଭକ୍ତଙ୍କୁ ପ୍ରସାଦ ଭାବେ ଦିଆଯିବ ରଘୁପତି ଲଡ୍ଡୁ। ଏଥି ସହିତ ଏକ ରୂପାର ଟଙ୍କା ମଧ୍ୟ ଉପହାର ଭାବେ ପ୍ରଦାନ କରାଯିବ।
/odishatv-khabar/media/post_attachments/wp-content/uploads/2020/08/ram-mandir-2.jpg)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିବା ପରେ ନିର୍ଦ୍ଧାରିତ ମୁହୂର୍ତ୍ତରେ ଭୂମି ପୂଜା ହେବ। ପ୍ରଥମ ମାଟି ଖୋଳିବା ପାଇଁ ରୂପାର ଫାଉଡା ଓ କରଣୀ ବ୍ୟବହାର କରାଯିବ। ଉପସ୍ଥିତ ଅତିଥିଙ୍କୁ ରଘୁପତି ଲଡ୍ଡୁ ସହ ରାମ, ଲକ୍ଷ୍ମଣ, ସୀତାଙ୍କ ଛବିଥିବା ରୂପା ମୁଦ୍ରା ପ୍ରଦାନ କରାଯିବ।
/odishatv-khabar/media/post_attachments/wp-content/uploads/2020/08/ram-mandir-1.jpg)
ସୂଚନାଥାଉ କି, ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂଘ ପ୍ରମୁଖ ମୋହନ ଭାଗବତ, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନଙ୍କ ସମେତ ଅନେକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖୁ ୧୭୫ ଜଣଙ୍କୁ ନିମନ୍ତ୍ରଣ କରାଯାଇଛି।
/odishatv-khabar/media/post_attachments/wp-content/uploads/2020/08/ram-mandir-4.jpg)
ଅନ୍ୟପକ୍ଷେ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଉଥିବା ଖୁସିରେ ନିଜର ଶ୍ରଦ୍ଧା ଓ ଭକ୍ତିକୁ ବିଶେଷ ଭାବେ ବ୍ୟକ୍ତ କରୁଛନ୍ତି ଭକ୍ତ। ଏହି ଅବସରରେ ତାମିଲନାଡୁ କୋଏମ୍ବାଟୁରର ଜଣେ ରାମଭକ୍ତ ୧ ଇଞ୍ଚର ରାମ ମୂର୍ତ୍ତି ତିଆରି କରିଛନ୍ତି । ମୂର୍ତ୍ତିଟି ସମ୍ପୂର୍ଣ୍ଣ ସୁନାରେ ତିଆରି। ସୁନା ନିର୍ମିତ ରାମଙ୍କର ଏଇ ଛୋଟ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି।
/odishatv-khabar/media/post_attachments/wp-content/uploads/2020/08/sri-ram.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ram-mandir-3_1625473112.jpg)