Advertisment

ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ଆସିବାକୁ ଥିବା ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏବେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହା ପରେ ଆଉ ୭ ଦିନ ହୋମ୍ ଆଇସୋଲେସନରେ ରହିବେ। ତେବେ କିଛି କ୍ଷେତ୍ରରେ କୋହଳ କରାଯାଇଛି। ଯେପରି ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ କିମ୍ବା ୧୦ ବର୍ଷରୁ କମ୍ ବୟସର […]

ଅଦ୍ୟତନ ହୋଇଛି
ବିଦେଶ ଫେରନ୍ତାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ୍

INDIA

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଭାରତକୁ ଆସିବାକୁ ଥିବା ବିଦେଶ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଏବେ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ୭ ଦିନ ପାଇଁ ପେଡ୍ ଇନଷ୍ଟିଚ୍ୟୁସନାଲ୍‌ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ।

Advertisment

ଏହା ପରେ ଆଉ ୭ ଦିନ ହୋମ୍ ଆଇସୋଲେସନରେ ରହିବେ। ତେବେ କିଛି କ୍ଷେତ୍ରରେ କୋହଳ କରାଯାଇଛି। ଯେପରି ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ କିମ୍ବା ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ସହ ମାତାପିତା ପାଇଁ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟିନରେ ରହିବା ଜରୁରୀ ନୁହେଁ। ଏମାନେ ସମସ୍ତେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ। ଏହି ନୂଆ ଗାଇଡଲାଇନ୍ ଅଗଷ୍ଟ ୮ ତାରିଖରୁ କାର୍ଯ୍ୟକାରୀ ହେବ।

କୌଣସି ଯାତ୍ରୀ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଅନଲାଇନ୍ ପୋର୍ଟାଲରେ ଜଣିଆରେ ସମସ୍ତ ସୂଚନା ଦେବେ। ସବୁ ଯାତ୍ରୀ ଯାତ୍ରା ବେଳେ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ। ଯାତ୍ରା ସମୟରେ ସବୁ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ।

Advertisment

ଆତ୍ମଘୋଷଣା ପତ୍ର ପୋର୍ଟାଲରେ ଦେଇନଥିଲେ, ତାହା ଯାତ୍ରା ସମୟରେ ଦେଇପାରିବେ। ଅବତରଣ ପରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଥର୍ମାଲ ସ୍କ୍ରିନିଂ ହେବ। ଅବତରଣ ପରେ କୌଣସି ଯାତ୍ରୀଙ୍କ ଠାରେ ଲକ୍ଷଣ ଦେଖାଦେଲେ ତୁରନ୍ତ ଆଇସୋଲେସନରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ