amit shah
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ
- ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି
- ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ
- ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
- ଗତକାଲି ଶୋଭାଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆଜି ଏହାର ପ୍ରଚାର ସରୁଛି । ଦ୍ୱିତୀୟ ଦିନରେ ୩୦ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନନ୍ଦିଗ୍ରାମ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହ ଆଜି ଏକ ରୋଡ୍ ସୋ କରିବା ପରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ।
ଦ୍ୱିତୀୟ ପଯର୍ୟାୟରେ ଭୋଟ୍ ନିଆଯିବାକୁ ଥିବା ୩୦ ଆସନ ମଧ୍ୟରୁ ନନ୍ଦିଗ୍ରାମରେ ରାଜନୈତିକ ଉଷ୍ଣତା ଅଧିକ ରହିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୂର୍ବତନ ଖାସ୍ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ରବିବାର ଠାରୁ ନନ୍ଦିଗ୍ରାମରେ କ୍ୟାମ୍ପ କରି ରହିଥିବା ମମତା ଗତକାଲି ପଦଯାତ୍ରା କରିଥିଲେ । ଆଜି ମଧ୍ୟ କେତେକ ସ୍ଥାନରେ ମମତା ସଭା କରିବେ ଉଭୟ ମମତା ଓ ଶୁଭେନ୍ଦୁଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମସ୍ତଙ୍କ ଫୋକସରେ ନନ୍ଦିଗ୍ରାମ ରହିଛି ।
ଅମିତ ଶାହଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ନନ୍ଦିଗ୍ରାମରେ ପ୍ରଚାର କରିଛନ୍ତି । ସେହିପରି ଆଜି ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ଶୁଭେନ୍ଦୁଙ୍କ ପାଇଁ ପ୍ରଚାର କରିପାରନ୍ତି ବୋଲି ସୂଚନା ମିଳିଛି । ଶୁଭେନ୍ଦୁ ଏବେ ନନ୍ଦିଗ୍ରାମର ବିଧାୟକ ଥିବାବେଳେ ଗତ ବିଧାନସଭାରେ ୬୭.୨୦ ପ୍ରତିଶତ ଭୋଟ୍ ପାଇଥିଲେ ଏଥର ତାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ନିଜେ ମମତା ।
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି ପୁଡୁଚେରୀରେ ପ୍ରଚାର କରିବେ । ଆସନ୍ତାମାସ ୬ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ମୋଦି ପ୍ରଚାର କରିବା ସହ ଏନଡ଼ିଏ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ଫେବ୍ରୁଆରି ୨୫ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପରେ ଦ୍ୱିତୀୟ ଥର ପାଇଁ ମୋଦି ଆଜି ପୁଡୁଚେରୀ ଆସୁଛନ୍ତି । ତିଡ଼ାଲରେ ନିର୍ବାଚନୀ ସଭାରେ ଯୋଗଦେବେ ମୋଦି ମୋଟ୍ ୩୦ଟି ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏନଡିଏର ନେତୃତ୍ୱ ନେଉଥିବା ଏଆଇଏନଆରସି ୧୬ଟିରେ ଲଢୁଥିବାବେଳେ ବିଜେପି ୯ଟିରେ ଲଢୁଛି । ଅନ୍ୟତମ ସହଯୋଗୀ ଦଳ ଏଆଇଏଡିଏମକେ ମାତ୍ର ୫ଟିରେ ପ୍ରାର୍ଥୀ ଦେଇଛି । ବିଜେପି ସଂକଳ୍ପ ପତ୍ର ପ୍ରକାଶ ସହ ୨.୫ ଲକ୍ଷ ନିଯୁକ୍ତି ସୃଷ୍ଟି ଲାଗି ପ୍ରତିଶ୍ରୁତି ଦେଇଛି । ଏହାସହ ମତ୍ସ୍ୟଜୀବୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, କଲେଜ ପଢୁଆ ଝିଅଙ୍କୁ ସ୍କୁଟି ଦେବାକୁ ଘୋଷଣା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/shah_1626175396.jpg)