rahul
ନୂଆଦିଲ୍ଲୀ : ଟିକେଟ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ। ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ଆଜି ଦିଲ୍ଲୀରେ ଚାଲିଛି ବୈଠକ। ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏଥିରେ ମୋହର ମାରିବ। ସ୍କ୍ରିନିଂ କମିଟି ମୁଖ୍ୟ ଭିଡି ସାଥିସାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି।
କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି। ୧୫ ଲୋକସଭା ଓ ୧୦୫ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ଗତ ୧୩ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ। ଏଥିସହିତ ଆସନ୍ତା ୧୭ କିମ୍ବା ୧୮ ତାରିଖ ସୁଦ୍ଧା ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ଥିବା କହିଥିଲେ ନିରଞ୍ଜନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rahul-8_1626336902.jpg)