Advertisment

ପଦାରେ ପଡ଼ିଲା କଂଗ୍ରେସ କନ୍ଦଳ!

ନୂଆଦିଲ୍ଲୀ: କଂଗ୍ରେସରେ ପୁଣି କନ୍ଦଳ ! ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଶେଷ କରି ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ବହିଷ୍କୃତ କରିବା ପାଇଁ ଦାବି ଜୋର ଧରିଛି। ଏପରିକି ଜିତିନଙ୍କ ପରିବାର ତଥା ତାଙ୍କ ବାପାଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବାକୁ […]

ଅଦ୍ୟତନ ହୋଇଛି
ପଦାରେ ପଡ଼ିଲା କଂଗ୍ରେସ କନ୍ଦଳ!

congress

Advertisment

ନୂଆଦିଲ୍ଲୀ: କଂଗ୍ରେସରେ ପୁଣି କନ୍ଦଳ ! ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଶେଷ କରି ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ବହିଷ୍କୃତ କରିବା ପାଇଁ ଦାବି ଜୋର ଧରିଛି।

Advertisment

ଏପରିକି ଜିତିନଙ୍କ ପରିବାର ତଥା ତାଙ୍କ ବାପାଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ଏହି ଚିଠି ପଛରେ ଉତ୍ତରପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧିଙ୍କ ସମର୍ଥନ ରହିଛି କି ନାହିଁ ସେ ନେଇ ଜଣାପଡିନାହିଁ। ତେବେ ଖୋଲାଖୋଲି ଭାବେ ଜିତିନଙ୍କ ବିରୋଧରେ ଦଳୀୟ ନେତାଙ୍କ ବିରୋଧ ପ୍ରଦର୍ଶନକୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କଡ଼ା ସମାଲୋଚନା କରିଛନ୍ତି।

https://twitter.com/KapilSibal/status/1298860925139783680?s=20

କପିଲ୍‌ ସିବଲ୍ କହିଛନ୍ତି, ଜିତିନ ପ୍ରସାଦଙ୍କୁ ଆନୁଷ୍ଠାନିକ ଭାବେ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ। ବିଜେପିକୁ ଘେରିବା ପାଇଁ କଂଗ୍ରେସ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକର ଦରକାର ଥିବା ବେଳେ କଂଗ୍ରେସ କର୍ମୀମାନେ ନିଜ ଦଳକୁ ଟାର୍ଗେଟ କରି ଶକ୍ତି ନଷ୍ଟ କରୁଛନ୍ତି ବୋଲି କପିଲ ସିବଲ ଟ୍ୱିଟ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ ମଧ୍ୟ କପିଲ ସିବଲଙ୍କୁ ସମର୍ଥନ କରିଛନ୍ତି।

Advertisment

https://twitter.com/ManishTewari/status/1298866668152610816?s=20

ଚାରି ଦିନ ତଳେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଆରମ୍ଭରେ ନେତୃତ୍ୱ ପରିବର୍ତ୍ତନ ପାଇଁ କିଛି ବରିଷ୍ଠ ନେତାଙ୍କ ଚିଠିକୁ ନେଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜସ୍ଥାନ ଓ ମଧ୍ୟପ୍ରଦେଶ ସଂକଟ ଭିତରେ ଏବଂ ସୋନିଆ ଅସୁସ୍ଥ ଥିବା ବେଳେ କାହିଁକି ଏଭଳି ଚିଠି ଲେଖାଗଲା ବୋଲି ରାହୁଲ ଗାନ୍ଧି ପ୍ରଶ୍ନ କରିଥିଲେ।

ରାହୁଲଙ୍କ ତଥାକଥିତ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ହୋଇଥିଲେ ବରିଷ୍ଠ ନେତା କପିଲ ସିବଲ ଓ ଗୁଲାମ ନବୀ ଆଜାଦ। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଡ୍ୟାମେଜ୍ କଣ୍ଟ୍ରୋଲ ମୋଡ୍‌କୁ ଆସିଥିଲେ ହାଇକମାଣ୍ଡ। କଂଗ୍ରେସ ସଭାପତି ସୋନିଆ ଗାନ୍ଧି କହିଥିଲେ ଯେ ଯାହା ହେଇଛି ହେଇଛି, ଏବେ ଆଗକୁ ବଢିବାର ସମୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ