Advertisment

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ…

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହ ବ୍ୟକ୍ତିଗତ ସମ୍ପର୍କରେ ରହିବା ଅପରାଧ ନୁହେଁ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ନାଁକୁ ନେଇ ଚର୍ଚ୍ଚା ପରେ ଏପରି କହିଛନ୍ତି ଆଦିତ୍ୟ ଠାକରେ। ଗଣମାଧ୍ୟମରେ ଏହି ଘଟଣା ସହ ତାଙ୍କ ନାଁକୁ ଯୋଡ଼ା ଯାଉଥିବାରୁ ଏହାକୁ ଡାର୍ଟି ପଲିଟିକ୍ସ ବୋଲି କହିଛନ୍ତି ଆଦିତ୍ୟ। ଏପରିକି ବାଲା ଠାକରେଙ୍କ ନାତି ହିସାବରେ ମହାରାଷ୍ଟ୍ର, […]

ଅଦ୍ୟତନ ହୋଇଛି
ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ…

aditya

Advertisment

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହ ବ୍ୟକ୍ତିଗତ ସମ୍ପର୍କରେ ରହିବା ଅପରାଧ ନୁହେଁ। ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକରେ ନାଁକୁ ନେଇ ଚର୍ଚ୍ଚା ପରେ ଏପରି କହିଛନ୍ତି ଆଦିତ୍ୟ ଠାକରେ।

Advertisment

ଗଣମାଧ୍ୟମରେ ଏହି ଘଟଣା ସହ ତାଙ୍କ ନାଁକୁ ଯୋଡ଼ା ଯାଉଥିବାରୁ ଏହାକୁ ଡାର୍ଟି ପଲିଟିକ୍ସ ବୋଲି କହିଛନ୍ତି ଆଦିତ୍ୟ। ଏପରିକି ବାଲା ଠାକରେଙ୍କ ନାତି ହିସାବରେ ମହାରାଷ୍ଟ୍ର, ଶିବ ସେନା ଓ ଠାକରେ ପରିବାରର ପ୍ରତିଷ୍ଠା ପ୍ରତି ଆଞ୍ଚ୍ ଆସିବା ଭଳି ସେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଭାବ ପ୍ରବଣତାର ସହ କହିଛନ୍ତି।

ଆଦିତ୍ୟ କହିଛନ୍ତି, ମୋର ଏସବୁ ମାମଲାରେ କୌଣସି ନେଣଦେଣ ନାହିଁ। ବଲିଉଡ୍ ମୁମ୍ବାଇର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ। ଏଠାରେ ବହୁତ ଲୋକଙ୍କର ଜୀବନୀ ଏହା ଉପରେ ନିର୍ଭର କରେ। ହଁ, ମୋର ମଧ୍ୟ ଏହି ଇଣ୍ଡଷ୍ଟ୍ରୀ ସହ ବହୁତ ସମ୍ପର୍କ ଅଛି। କିନ୍ତୁ ତାହା କୌଣସି ଅପରାଧ ନୁହେଁ। ସୁଶାନ୍ତଙ୍କ ମୃତ୍ୟୁ ନିଶ୍ଚିତ ଭାବେ ସମସ୍ତଙ୍କୁ ସ୍ତବ୍ଧ କରିଛି ଏବଂ ସମସ୍ତେ ଦୁଃଖିତ। ମୁମ୍ବାଇ ପୋଲିସ୍ ମାମଲାର ତଦନ୍ତ କରୁଛି ଏବଂ ମହାରାଷ୍ଟ୍ର ପୋଲିସ୍ ସାରା ଦୁନିଆରେ ଖୁବ୍ ଚର୍ଚ୍ଚିତ। ତେଣୁ ଆଇନକୁ ତା' କାମ କରିବାକୁ ଦିଆଯାଉ ବୋଲି ଆଦିତ୍ୟ କହିଛନ୍ତି।

Advertisment

ସୁଶାନ୍ତଙ୍କ ସିଂ ମୃତ୍ୟୁ ପରେ ତାଙ୍କ ବାନ୍ଧବୀ ରିଆ ସନ୍ଦେହ ଘେରକୁ ଆସିଥିବା ବେଳେ ସେପଟେ ଆଦିତ୍ୟଙ୍କ ସହ ଜଣେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହେଉଛି। ଏହି ଅଭିନେତ୍ରୀଙ୍କୁ ଅନେକ ରିଆ ବୋଲି ଦାବି କରୁଥିବାରୁ ସୁଶାନ୍ତଙ୍କ ମୃତ୍ୟୁ ସହ ଆଦିତ୍ୟଙ୍କ ଉପରକୁ ଅନେକ ବ୍ୟକ୍ତିଗତ ଆକ୍ଷେପ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ