Advertisment

ବିୟୁଟି ପାର୍ଲର ଭିତରେ ଦୁଲ୍‌ହନକୁ ହତ୍ୟା

ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍‌ଅପ୍‌ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍‌ […]

ବିୟୁଟି ପାର୍ଲର ଭିତରେ ଦୁଲ୍‌ହନକୁ ହତ୍ୟା

bride

Advertisment

ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍‌ଅପ୍‌ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍‌ ପାଇଁ ରାଜାପୁରରୁ ଜାଓରା ପାର୍ଲର ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ଜଣକ ବିୟୁଟି ପାର୍ଲର ଭିତରେ ଜୋର ଜବରଦସ୍ତ ପଶି ଧାରୁଆ ମାରଣାସ୍ତ୍ରରେ ଯୁବତୀଙ୍କ ବେକ କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Advertisment

ପୁଲିସ୍‌କୁ‌ ଅଭିଯୁକ୍ତ ସମ୍ପର୍କରେ ସୁରାକ ମିଳିଥିବାବେଳେ ଖୁବ୍ ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ ହେବ ବୋଲି ପୁଲିସ୍‌ କହିଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଛି।

Crime News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ