Advertisment

ବାହୁବଳୀ ଫେମସ୍‌ ରମ୍ୟା କ୍ରିଷ୍ଣନ୍‌ଙ୍କ କାର୍‌ରୁ‌ ଜବତ ହେଲା ୯୬ ମଦ ବୋତଲ

ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍‌ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍‌ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ ଜବତ ହୋଇଛି। ଏହାପରେ ତାଙ୍କ ଡ୍ରାଇଭର୍‌ ସେଲଭକୁମାରକୁ ପୁଲିସ ଗିରଫ୍ କରିଛି। ପୁଲିସ ତଦନ୍ତ ବେଳେ ରମ୍ୟା ମଧ୍ୟ ଗାଡ଼ିରେ ଥିଲେ। ଖବର ଅନୁସାରେ, ସେଦିନ ମହାବଳିପୁରମରୁ […]

ବାହୁବଳୀ ଫେମସ୍‌ ରମ୍ୟା କ୍ରିଷ୍ଣନ୍‌ଙ୍କ କାର୍‌ରୁ‌ ଜବତ ହେଲା ୯୬ ମଦ ବୋତଲ

SHUBA

Advertisment

ଚେନ୍ନାଇ: ବାହୁବଳୀ ଫିଲ୍ମରେ ଶିବଗାମୀ ଚରିତ୍ରରେ ଅଭିନୟ କରି ଅନ୍ତର୍ଜାତୀୟସ୍ତରରେ ବହୁ ଲୋକପ୍ରିୟତା ହାସଲ କରିଥିବା ଦକ୍ଷିଣ ଫିଲ୍ମ ଷ୍ଟାର୍ ରମ୍ୟା କ୍ରିଷ୍ଣନନ୍‌ଙ୍କ ଗାଡ଼ିରୁ ଜବତ ହେଲା ୯୬ଟି ମଦ ବୋତଲ। ଗତ ଗୁରବାର ଜୁନ୍‌ ୧୧ ତାରିଖରେ ତାଙ୍କ ସ୍ପୋର୍ଟସ ଗାଡ଼ିରୁ ଏତେ ସଂଖ୍ୟକ ମଦ ବୋତଲ ଜବତ ହୋଇଛି। ଏହାପରେ ତାଙ୍କ ଡ୍ରାଇଭର୍‌ ସେଲଭକୁମାରକୁ ପୁଲିସ ଗିରଫ୍ କରିଛି। ପୁଲିସ ତଦନ୍ତ ବେଳେ ରମ୍ୟା ମଧ୍ୟ ଗାଡ଼ିରେ ଥିଲେ।

Advertisment

ଖବର ଅନୁସାରେ, ସେଦିନ ମହାବଳିପୁରମରୁ ଆସୁଥିବା ଗାଡ଼ିଗୁଡ଼ିକୁ ପୁଲିସ୍ ଚେକ୍‌ କରୁଥିଲା। ଏହି ସମୟରେ ରମ୍ୟାଙ୍କ ଟୟୋଟା ଇନୋଭା କାର୍‌କୁ ମୁଥୁକାଡୁ ଚେକ୍‌ ପୋଷ୍ଟରେ ଅଟକାଇଥିଲା ପୁଲିସ।

ପୁଲିସ କାର୍‌କୁ ଚେକ୍‌ କରିବାକୁ ଚାହିଁଥିଲା। ରମ୍ୟା ମଧ୍ୟ ନିରବ ରହି ଏଥିରେ ରାଜି ହୋଇଥିଲେ। ଗାଡ଼ି ଚେକିଂ ବେଳେ ସେଥିରୁ ୯୬ ମଦ ବୋତଲ ମିଳିଥିଲା। ଏହା ଲକ୍‌ଡାଉନ୍‌ ନିୟମର ଉଲ୍ଲଙ୍ଘନ ହୋଇଥିବାରୁ ପୁଲିସ ମଦ ଜବତ କରିବା ସହିତ ରମ୍ୟାଙ୍କ ଡ୍ରାଇଭର୍‌ ସେଲଭକୁମାରଙ୍କୁ ମଧ୍ୟ ଗିରଫ କରିଥିଲା।

Advertisment

କରୋନା ଯୋଗୁ ଚେନ୍ନାଇରେ ଏପର୍ଯ୍ୟନ୍ତ ମଦ ଦୋକାନା ଖୋଲା ଯାଇନାହିଁ। ଏହି ଦୃଷ୍ଟିରୁ ମଦ ବିକ୍ରି କରିବା ଓ ଚାଲାଣ କରିବା ଆଇନତଃ ଅପରାଧ। ତେଣୁ ମଦକୁ ଜବତ କରିଥିଲା ପୁଲିସ।

ମିଡିଆ ଖବର ଅନୁସାରେ, ବେଲ୍‌ ପାଇ ପୁଲିସ  ଡ୍ରାଇଭର୍ ସେଲଭକୁମାରଙ୍କୁ ଛାଡ଼ି ଦେଇଥିବା ବେଳେ ଏସମ୍ପର୍କରେ ରମ୍ୟା କୌଣସି ସୂଚନା ଦେଇ ନାହାନ୍ତି।

Advertisment
Coronavirus Coronalockdown Ramya Krishnan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ