Advertisment

ଆସାମ ସ୍ଥିତି ସଙ୍ଗୀନ, ୮୯ ମୃତ

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ବନ୍ୟା ଯୋଗୁଁ ଆସାମରେ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ୩୩ରୁ ପ୍ରାୟ ୨୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ ବିହାର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି […]

ଆସାମ ସ୍ଥିତି ସଙ୍ଗୀନ, ୮୯ ମୃତ

netindian_2020-07_2756e154-a836-4e79-be2b-fd162c4ac28f_56a7f8904c765625416776e2db103dcd

Advertisment

ଗୌହାଟୀ: ଉତ୍ତର-ପୂର୍ବ ଭାରତରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ବନ୍ୟା ଯୋଗୁଁ ଆସାମରେ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ୩୩ରୁ ପ୍ରାୟ ୨୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି।

Advertisment

ସେହିଭଳି ପ୍ରବଳ ବର୍ଷା ଯୋଗୁଁ ବିହାର ୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ ଭାବେ ଉତ୍ତର ବିହାରର ୬ଟି ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଗତ ୩ ଦିନରେ ପ୍ରବଳ ବର୍ଷା ହେବା ଯୋଗୁଁ କୋସି, ଗଣ୍ଡକ, ବୁଡି ଗଣ୍ଡକ, କମଲାବନାଲ୍ ଏବଂ ମହାନନ୍ଦାରେ ବନ୍ୟା ସ୍ଥିତି ଭୟଙ୍କର ହୋଇଛି।

ଅନ୍ୟପକ୍ଷରେ ବନ୍ୟାକୁ ଦୃଷ୍ଟି ରଖି ବିଭିନ୍ନ ରାଜ୍ୟରେ NDRF ଟିମ୍ ମୁତୟନ କରାଯାଇଛି। ୨୦ଟି ରାଜ୍ୟରେ ୧୨୨ ଏନଡିଆରଏଫ୍ ଟିମ୍‌କୁ ମୁତୟନ କରାଯାଇଥିବା NDRF ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କ କହିଛନ୍ତି। କେବଳ ଆସାମରେ ୧୬ଟି ଟିମ୍ ଓ ବିହାରରେ ୨୧ଟି NDRF ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

Advertisment

ସ୍ଥାନୀୟ ପ୍ରଶାସନ ସହ ସହଯୋଗରେ NDRF ଟିମ୍ କାମ କରୁଛି। ନଦୀ ତଳୁଆ ଗ୍ରାମୀଣ ଅଞ୍ଚଳରେ ଲୋକଙ୍କୁ ଉଦ୍ଧାର କରି ରିଲିଫ୍ କ୍ୟାମ୍ପରେ ଲୋକଙ୍କୁ ରଖାଯାଉଥିବା NDRF ଡିଜି କହିଛନ୍ତି। ଆସାମରେ ପ୍ରାୟ ୪୦ ହଜାର ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପକୁ ସ୍ଥାନନ୍ତର କରାଯାଇ ଥିବା NDRF ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ