Advertisment

ଲୁଟେରାଙ୍କ ଟାର୍ଗେଟ୍‌ରେ ଗୋବର ! ରାତି ଅଧରେ ଲୁଟି ନେଲେ ୮୦୦ କେଜି

ରାୟପୁର: ଛତିଶଗଡ଼ର ଗ୍ରାମାଞ୍ଚଳକୁ ଘାରିଛି ଗୋବର ଚୋର ଆତଙ୍କ। ଟଙ୍କା, ସୁନା ଗହଣା କି ଅନ୍ୟ କୌଣସି ଦାମୀ ସାମଗ୍ରୀ ନୁହେଁ। ଏଇ ଗାଁରୁ ଚୋରି ହୋଇଯାଇଛି ଗୋବର। ରାତିକ ଭିତରେ ଚୋର ଲୁଟି ନେଇଛି ୮ କୁଇଣ୍ଟାଲ ଗୋବର। ଏଭଳି…

ଲୁଟେରାଙ୍କ ଟାର୍ଗେଟ୍‌ରେ ଗୋବର ! ରାତି ଅଧରେ ଲୁଟି ନେଲେ ୮୦୦ କେଜି

cow-dung

Advertisment

ରାୟପୁର: ଛତିଶଗଡ଼ର ଗ୍ରାମାଞ୍ଚଳକୁ ଘାରିଛି ଗୋବର ଚୋର ଆତଙ୍କ। ଟଙ୍କା, ସୁନା ଗହଣା କି ଅନ୍ୟ କୌଣସି ଦାମୀ ସାମଗ୍ରୀ ନୁହେଁ। ଏଇ ଗାଁରୁ ଚୋରି ହୋଇଯାଇଛି ଗୋବର। ରାତିକ ଭିତରେ ଚୋର ଲୁଟି ନେଇଛି ୮ କୁଇଣ୍ଟାଲ ଗୋବର। ଏଭଳି ଅଦ୍ଭୁତ ଘଟଣା ଘଟିଛି ଛତିଶଗଡ଼ କୋରବା ଜିଲ୍ଲାର ଦୀପକା ଥାନା ଅଧୀନରେ। ଢୁରେନା ଗାଁର ଏହି ସ୍ଥାନରେ ପ୍ରତିଦିନ ଗାଁଲୋକେ କିଛି କିଛି ଗୋବର ସଂଗ୍ରହ କରି ଜମା କରୁଥିଲେ। ପ୍ରାୟ ୮ କୁଇଣ୍ଟାଲ ଗୋବର ଗଚ୍ଛିତ ହୋଇଯାଇଥିଲା। ତେବେ ଗତ ୮ ତାରିଖ ରାତିରେ ଦୁର୍ବୃତ୍ତ ଏଠି କଳାକନା ବୁଲାଇ ଦେଇଥିବା ଅଭିଯୋଗ ହୋଇଛି। କଥା ଥାନା ଯାଏଁ ବି ଯାଇଛି। ଗାଁଲୋକେ ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ଗୋବର ଚୋରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Advertisment

ଗାଁ ଲୋକଙ୍କ କହିବା କଥା, ଏଠି ଆଗରୁ ଗୋବରକୁ କେହି ପଚାରୁ ବି ନଥିଲା କିନ୍ତୁ ଏବେ ଗୋବର ଜଗିବା ପାଇଁ ସଜାଗ ରହିବାକୁ ପଡ଼ୁଛି। ଏହା ପଛର କାରଣ ହେଉଛି, ଛତିଶଗଡ଼ରେ ଗୋବରକୁ କିଣି ନେଉଛନ୍ତି ସରକାର। ଦର- କିଲୋ ପ୍ରତି ୨ ଟଙ୍କା। ଗତବର୍ଷ ଜୁଲାଇରେ ଗୋଧନ ନ୍ୟାୟ ଯୋଜନା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ବୁହା ଖର୍ଚ୍ଚ ସମେତ ଗୋବର କିଲୋ ପ୍ରତି ୨ଟଙ୍କା ଓ ଜିଆଖତ ୮ ଟଙ୍କାରେ କିଣିବେ ବୋଲି ଘୋଷଣା କରିଥିଲେ ସରକାର।

ଏହାପରଠୁ ଲୋକମାନେ ଗୋବର ସଂଗ୍ରହ କରି ଏକାଥରେ ଅଧିକ ଜମା ହୋଇଗଲେ ସରକାରଙ୍କୁ ବିକି ଦେଉଛନ୍ତି। ଢୁରେନା ଗାଁରେ ବି ୮ କୁଇଣ୍ଟାଲ, ଅର୍ଥାତ୍ ୧୬ଶହ ଟଙ୍କାର ଗୋବର ଜମା ହୋଇସାରିଥିଲେ ଯାହାକି ଚୋରି ହୋଇଯାଇଛି। ଏବେ ପୋଲିସ ଗୋବର ଚୋରଙ୍କୁ କେବେ ଧରିବାରେ ସଫଳ ହେଉଛି ତା ଉପରେ ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ