Advertisment

ନିଆଁ ଲାଗିବା ପୂର୍ବରୁ ଜୁଇରେ ଉଠି ବସିଲେ କରୋନା ଆକ୍ରାନ୍ତ ମହିଳା

ପୁଣେ: କରୋନା ମହାମାରୀର କରାଳ ଗ୍ରାସରେ ହଜି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅନିଶ୍ଚିତ ହୋଇପଡ଼ିଛି ଭବିଷ୍ୟତ। କରୋନା ସାମ୍ନାରେ ଯେମିତି ଅସହାୟ ଏଠି ମଣିଷ। ଲାଗୁଛି, ଯେମିତି ବର୍ତ୍ତିବାର ବାଟ ନାହିଁ।  ଶିଶୁଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠି ସମସ୍ତଙ୍କୁ…

ଅଦ୍ୟତନ ହୋଇଛି
ନିଆଁ ଲାଗିବା ପୂର୍ବରୁ ଜୁଇରେ ଉଠି ବସିଲେ କରୋନା ଆକ୍ରାନ୍ତ ମହିଳା

cremetion

Advertisment

ପୁଣେ: କରୋନା ମହାମାରୀର କରାଳ ଗ୍ରାସରେ ହଜି ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ। ଅନିଶ୍ଚିତ ହୋଇପଡ଼ିଛି ଭବିଷ୍ୟତ। କରୋନା ସାମ୍ନାରେ ଯେମିତି ଅସହାୟ ଏଠି ମଣିଷ। ଲାଗୁଛି, ଯେମିତି ବର୍ତ୍ତିବାର ବାଟ ନାହିଁ।  ଶିଶୁଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠି ସମସ୍ତଙ୍କୁ ମାଡ଼ି ବସୁଛି ଏଇ ମହାମାରୀ। ମୃତ୍ୟୁ ସଂଖ୍ୟା ଏତେମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ଶଶ୍ମାନରେ ଜୁଇଁ ନିଆଁ ଲିଭୁନି। ହେଲେ ଏସବୁ ଭିତରେ  ପୁଣେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବୟସ୍କ ମହିଳାଙ୍କର କରୋନାରେ ମୃତ୍ୟୁ ଘଟିବା ପରେ ତାଙ୍କୁ ଶ୍ମଶାନକୁ ଅନ୍ତିମ ସତ୍କାର ପାଇଁ ନେଇଥିଲେ। ହେଲେ ଜୁଇ ଜଳିବା ପୂର୍ବରୁ ବଞ୍ଚି ଉଠିଲେ ମହିଳା।

Advertisment

ଘଟଣାଟି ମହାରାଷ୍ଟ୍ରର ପୁଣେ ଅଞ୍ଚଳରେ ଘଟିଛି। ଏଠିକାର ମୁଢାଳେ ଗ୍ରାମରେ ରହୁଥିବା ୭୮ ବର୍ଷ ବୟସ୍କ ମହିଳା ଶକୁନ୍ତଳା ଗୟକୋୱାଲ କିଛି ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ପରିବାର ଲୋକେ କୋଭିଡ ଲକ୍ଷଣ ଦେଖିବା ପରେ ପରେ ତାଙ୍କୁ ଆଇସୋଲେଶନରେ ରଖିଦେଲେ। ହେଲେ କୋଭିଡ ଲକ୍ଷଣ ସହ ତାଙ୍କ ଶରୀରରେ ବାର୍ଦ୍ଧକ୍ୟ ଜନିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖିବାକୁ ମିଳିଲା।

ଅବସ୍ଥା ବେଶି ଖରାପ ହେବାରୁ ମେ’ ୧୦ ତାରିଖ ପରିବାର ଲୋକେ ଆମ୍ବୁଲାନ୍ସ ଡାକି ତାଙ୍କୁ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ପରେ ପରିବାର ଲୋକେ ମହିଳାଙ୍କୁ ଆମ୍ବୁଲାନ୍ସରେ ରଖି ଭିତରେ ବେଡ ବ୍ୟବସ୍ଥା କରିବାକୁ ଯାଇଥିଲେ। ଏହି ସମୟେରେ ମହଳାଜଣକ ଅଚେତ ହୋଇଗଲେ।

Advertisment

କୁହାଯାଉଛି, ଆମ୍ବୁଲାନ୍ସ ଷ୍ଟାଫ ମହିଳାଙ୍କୁ ଦେଖି ମୃତ ଘୋଷଣା କରିଦେଲେ। ଏହା ପରେ ପରିବାର ଲୋକେ ସମ୍ପର୍କୀୟମାନଙ୍କୁ ମୃତ୍ୟୁ ଖବର ଜଣାଇଥିଲେ ଏବଂ ମହିଳାଙ୍କ ଶବକୁ ନେଇ ଗାଁକୁ ଆସିଲେ। ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କାମ ଆରମ୍ଭ କରିଦେଲେ।

ମହିଳାଙ୍କୁ ଜୁଇରେ ଶୁଆଇ ଯେମିତି ନିଆଁ ଲଗାଇ ଦିଆଯାଇଛି, ସେମିତି ତାଙ୍କର ଚେତା ଫେରି ଆସିଲା। ମହିଳା ଜଣକ ଆଖି ଖୋଲିଲେ ଏବଂ ଜୋର୍‌ରେ କାନ୍ଦିବାକୁ ଲାଗିଲେ। ଏହା ଦେଖି ଉପସ୍ଥିତ ଲୋକେ ତ ପ୍ରଥମେ ଭୟଭୀତ ହୋଇ ପଡ଼ିଥିଲେ। ହେଲେ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ