Advertisment

ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ସହର ଭିତରେ ଭାରତର ୭ ସହର ସାମିଲ୍

ନୂଆଦିଲ୍ଲୀ: ଭାରତ ସମଗ୍ର ଏସିଆ ମହାଦେଶରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଅର୍ଥାତ ବିଭିନ୍ନ ଦେଶର ଲୋକେ ବିଭିନ୍ନ ଭାରତୀୟ ସହରକୁ ଭ୍ରମଣ ଉଦ୍ଦେଶ୍ୟରେ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବ୍ରିଟେନ୍‌ର ଏକ ଗ୍ଲୋବାଲ ମାର୍କେଟ୍‌ ରିସର୍ଚ୍ଚ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତର ସାଂସ୍କୃତିକ ସମ୍ପଦ ଏବଂ ଅନୁଭୂତିରେ ବିଭିନ୍ନତା ଆଦି ଏହାର ପ୍ରମୁଖ କାରଣ। ଆଉ ଏହି ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଶ୍ରେଷ୍ଠ ଲୋକପ୍ରିୟ ସହର ତାଲିକାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ […]

ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ସହର ଭିତରେ ଭାରତର ୭ ସହର ସାମିଲ୍

mumbai-gateway-of-india-150051333747-orijgp

Advertisment

ନୂଆଦିଲ୍ଲୀ: ଭାରତ ସମଗ୍ର ଏସିଆ ମହାଦେଶରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଅର୍ଥାତ ବିଭିନ୍ନ ଦେଶର ଲୋକେ ବିଭିନ୍ନ ଭାରତୀୟ ସହରକୁ ଭ୍ରମଣ ଉଦ୍ଦେଶ୍ୟରେ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ବ୍ରିଟେନ୍‌ର ଏକ ଗ୍ଲୋବାଲ ମାର୍କେଟ୍‌ ରିସର୍ଚ୍ଚ କମ୍ପାନୀ ପକ୍ଷରୁ କୁହାଯାଇଛି, ଭାରତର ସାଂସ୍କୃତିକ ସମ୍ପଦ ଏବଂ ଅନୁଭୂତିରେ ବିଭିନ୍ନତା ଆଦି ଏହାର ପ୍ରମୁଖ କାରଣ। ଆଉ ଏହି ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେରେ ଶ୍ରେଷ୍ଠ ଲୋକପ୍ରିୟ ସହର ତାଲିକାରେ ଭାରତର ରାଜଧାନୀ ନୂଆଦିଲ୍ଲୀ ସମେତ ୭ଟି ସହର ରହିଛି।

Advertisment

ରାଜନୀତିକ ଅସ୍ଥିରତା ସତ୍ତ୍ୱେ ହଂକଂ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଛି। ଅନ୍ୟସବୁ ସହରଙ୍କ ମଧ୍ୟରେ ବ୍ୟାଙ୍କକ୍‌, ଲଣ୍ଡନ୍‌ ଏବଂ ସିଙ୍ଗାପୁର ଆଦି ରହିଛି। ଆମେରିକାର ନ୍ୟୁୟର୍କ ମଧ୍ୟ ଏହି ତାଲିକାରେ ରହିଛି। ଏହା ଅଷ୍ଟମ ସ୍ଥାନରୁ ଏକାଦଶତମ ସ୍ଥାନକୁ ଖସିଆସିଛି।

୨୦୧୯ ମସିହା ପାଇଁ ପ୍ରକାଶିତ ରିପୋର୍ଟରେ ଦିଲ୍ଲୀ ଅଷ୍ଟମ ସ୍ଥାନକୁ ଉନ୍ନୀତ ହେବାକୁ ଥିବା ଆଶା କରାଯାଉଛି। ଏହା ବର୍ତ୍ତମାନ ୧୧ତମ ସ୍ଥାନରେ ରହିଛି। ଏଠାରେ ବିଶ୍ୱସ୍ତରୀୟ ବିମାନବନ୍ଦର, ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ସାଂସ୍କୃତିକ ପର୍ଯ୍ୟଟନ ଆଦି ଆକର୍ଷଣ ରହିଛି। ସେହିଭଳି ମୁମ୍ବାଇ ୧୪ତମ ସ୍ଥାନରେ ରହିଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ୨୦୧୯ ମସିହା ସରିବା ବେଳକୁ ୧୨ ମିଲିଅନ୍‌ ପର୍ଯ୍ୟଟକ ସ୍ୱାଗତ କରିସାରିଥିବ। ତାଜମହଲର ସହର ଆଗ୍ରା ୨୬ତମ ସ୍ଥାନରେ ରହିଛି। ଏହି ସହରକୁ ୨୦୧୮ରେ ୮ ମିଲିଅନ୍‌ ପର୍ଯ୍ୟଟକ ଆସିଥିଲେ।

Advertisment

ଆଗ୍ରା ପଛକୁ ଚେନ୍ନାଇ ରହିଛି। ତାମିଲନାଡ଼ୁର ରାଜଧାନୀ ଚେନ୍ନାଇ ଏହି ତାଲିକାର ୩୬ତମ ସ୍ଥାନରେ ରହିଛି। ଏହା ପଛକୁ ‘ଗୋଲାପୀ ସହର’ ତଥା ରାଜସ୍ଥାନର ରାଜଧାନୀ ଜୟପୁର ରହିଛି। ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ୧୦୦ଟି ସହର ମଧ୍ୟରେ ନିଜ ସ୍ଥାନ ଦଖଲ କରିପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ