IMAGE
ଇନ୍ଦୋର: ଲିଫ୍ଟରେ ଯାଉଥିବା ବେଳେ ଏହାର ବେଲ୍ଟ ଛିଣ୍ଡି ଯିବାରୁ ମଧ୍ୟପ୍ରଦେଶ ଅନ୍ତର୍ଗତ ମହୱା ନିକଟରେ ଥିବା ପତଳପାନି ଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ବ୍ୟବସାୟୀ ପୁନୀତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ଲାଗିଥିବା ଲିଫ୍ଟରେ ହିଁ ଏହି ଅଘଟଣ ଘଟିଛି।
ନୂଆ ବର୍ଷ ପାଇଁ ମଧ୍ୟପ୍ରଦେଶର ବ୍ୟବସାୟୀ ପୁନୀତଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପୁନୀତ ଓ ତାଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ। ତେବେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ପୁନୀତ ଓ ତାଙ୍କର ବନ୍ଧୁମାନେ ଲିଫ୍ଟରେ ତଳକୁ ଆସୁଥିଲେ। ଏହି ସମୟରେ ଲିଫ୍ଟର ବେଲ୍ଟ ଛିଡ଼ି ଯିବାରୁ ଏହା ତଳକୁ ଖସି ପଡ଼ିଥିଲା। ଘଟଣା ସ୍ଥଳରେ ହିଁ ଲିଫ୍ଟରେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ସେହିପରି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ପୁଲିସ ପକ୍ଷରୁ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ସୂତ୍ର ଅନୁସାରେ, ଆହତଙ୍କ ମଧ୍ୟରେ ନିଜେ ପୁନୀତ ଓ ତାଙ୍କ ସମ୍ପର୍କୀୟ ରହିଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1626688811.jpg)