Earthquake_damage_-_roads-770x433
Advertisment
ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ ଉଠିଥିଲେ।
Advertisment
କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୨୩ କିମି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭.୦୧ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଯାଏ ପ୍ରଶାସନ ପାଖରେ କ୍ଷୟକ୍ଷତିର ରିପୋର୍ଟ ପହଞ୍ଚି ପାରିନାହିଁ। ତଥାପି ଲୋକମାନେ ଝଟକା ପରେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Earthquake_damage_-_roads-770x433_1626685080.jpg)