health-workers
ବିଜାପୁର: ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହ ମାନହାସ୍ଙ୍କୁ ଛାଡ଼ିବାର ୨୪ ଘଣ୍ଟା ନପୁରୁଣୁ ମାଓବାଦୀମାନେ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା ଅନ୍ତର୍ଗତ କଙ୍କାନାର ଗାଁରୁ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଯାଇଥିବା ପୋଲିସ୍ କହିଛି। ଏମାନଙ୍କଠାରୁ କିଛି ସୂଚନା ପାଇବା ପାଇଁ ନେଇଛନ୍ତି ନା ଆହତ ସାଥୀ ମାଓବାଦୀଙ୍କ ଚିକିତ୍ସା ପାଇଁ ନେଇଛନ୍ତି ତାହା ଜଣାପଡ଼ିନାହିଁ। ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରୁ ମେଡିସିନ୍ ନେବାକୁ ହୁଏତ ମାଓବାଦୀମାନେ ସେମାନଙ୍କୁ ନେଇ ଥାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ତିନି ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ଏବେ ମାଓବାଦୀଙ୍କ କବ୍ଜାରେ ଥିବା ପୋଲିସ୍ ସ୍ପଷ୍ଟ କରିଛି। ହେଲେ ସେମାନଙ୍କୁ ଅପହରଣ କରାଯାଇଛି ନା ଡାକିକି ମାଓବାଦୀମାନେ ନେଇ ଯାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ମାଓବାଦୀମାନେ ଅପହରଣ କରି ନେଇଥିବା ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହ ମାନହାସ୍ଙ୍କୁ ଗତକାଲି ଅପରାହ୍ଣରେ ଛାଡ଼ି ଦେଇଥିଲେ। ୫ ଦିନ ଲାଲ୍ବାହିନୀଙ୍କ କବଳରେ ରହିବା ପରେ ଗତକାଲି ସେ ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥ ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଛାଡ଼ିଥିଲେ ମାଓବାଦୀ।
ଗତ ୩ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ପରେ ରାକେଶ୍ୱର ସିଂ ମାନହାସ୍ଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ। ରାକେଶ୍ୱରଙ୍କ ମୁକ୍ତି ପାଇଁ ମାଓବାଦୀ ମଧ୍ୟସ୍ଥି ଦେବାକୁ ମାଓବାଦୀମାନେ ସରକାରଙ୍କୁ କହିଥିଲେ। ଏହାସହ ବନ୍ଧକ ଥିବା ଅବସ୍ଥାରେ ରାକେଶ୍ୱରଙ୍କ ଏକ ଫଟୋ ବି ଜାରି କରିଥିଲେ। ତାଳ ବରଡ଼ା ଘେରା କୁଡ଼ିଆରେ ରାକେଶ୍ୱର ବସିଥିବା ଫଟୋରେ ଦେଖିବାକୁ ମିଳିଥିଲା।
ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥ ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱର ସିଂଙ୍କୁ ଗତକାଲି ଛାଡ଼ିଥିଲେ ମାଓବାଦୀ। ଏହା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ଆଖାପାଖି ୨୦-୨୫ଟି ଗାଁର ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ ମାଓବାଦୀ।
ଗତ ୩ ତାରିଖରେ ବିଜାପୁରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ୫ ଘଣ୍ଟା ଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ମାଓବାଦୀମାନେ ସିଆର୍ପିଏଫ୍ କୋବ୍ରା ୟୁନିଟ୍ର ଯବାନ ରାକେଶ୍ୱର ସିଂହଙ୍କୁ ଅପହରଣ କରି ନେଇଥିଲେ। ମାଓବାଦୀମାନେ ଗତକାଲି ରାକେଶ୍ୱରଙ୍କୁ ଛାଡ଼ିବା ପୂର୍ବରୁ ଟେକେଲଗୁଡ଼ା ଜଙ୍ଗଲରେ ପ୍ରାୟ ଅଢ଼େଇ ହଜାର ଲୋକଙ୍କୁ ନେଇ ଏକ ପ୍ରଜାକୋର୍ଟ ବସାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/health-workers-11_1626178913.jpg)