Advertisment

୩ ବିକ୍ଷୋଭକାରୀଙ୍କୁ ଗୁଳି କରିଦେଲା ପୁଲିସ୍‌

ନୂଆଦିଲ୍ଲୀ : ମୋଦି ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ବିଶେଷ କରି ଆସାମ ଓ ତ୍ରିପୁରାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି। ଆସାମର ଗୌହାଟୀରେ ସିଏବି ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍‌ ଗୁଳିମାଡ଼ କରି ଦମନ କରିବାକୁ ମଧ୍ୟ ପଛାଇ ନାହିଁ। ଏଥିରେ ୩ ଜଣଙ୍କ […]

୩ ବିକ୍ଷୋଭକାରୀଙ୍କୁ ଗୁଳି କରିଦେଲା ପୁଲିସ୍‌

pro

Advertisment

ନୂଆଦିଲ୍ଲୀ : ମୋଦି ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ବିରୋଧ କରି ସମଗ୍ର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସ୍ଥିତି ସାଂଘାତିକ ହୋଇପଡ଼ିଛି। ବିଶେଷ କରି ଆସାମ ଓ ତ୍ରିପୁରାରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା ଜାରି ରହିଛି।

Advertisment

ଆସାମର ଗୌହାଟୀରେ ସିଏବି ବିରୋଧରେ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ପୁଲିସ୍‌ ଗୁଳିମାଡ଼ କରି ଦମନ କରିବାକୁ ମଧ୍ୟ ପଛାଇ ନାହିଁ। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଫ୍ୟୁ ସତ୍ତ୍ୱେ ଏମାନେ ଆନ୍ଦୋଳନ କରୁଥିବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିବା ବେଳେ ଗୌହାଟୀ, ଦିବ୍ରୁଗଡ଼, ତେଜପୁର ଓ ଡେକିଆଜୁଲି, ତିନିଶୁକିଆ ଓ ଜୋରହାଟ ଭଳି ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ଶିଲଂର ବି ରାତି ୧୦ଟା ପରଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି।

Advertisment

ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଲୋକଙ୍କୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସିଏବି ଦ୍ୱାରା ଆସାମବାସୀଙ୍କ କିଛି ହେବନାହିଁ ପ୍ରତିଶ୍ରୁତି ଦେଇଛନ୍ତି। ତଥାପି ହଜାର ହଜାର ଲୋକ କର୍ଫ୍ୟୁ ସତ୍ତ୍ୱେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ଯୋଗୁ ବିମାନ ଓ ଟ୍ରେନ ସେବାକୁ ବାତିଲ କରିଦିଆଯାଇଛି।

ସିଏବି ଗତକାଲି ରାଜ୍ୟସଭାରେ ପାସ ହେବା ପୂର୍ବରୁ ହିଁ ଆସାମ ସମେତ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ଗତକାଲି ସନ୍ଧ୍ୟାରେ ଏହି ବିଲ୍ ରାଜ୍ୟସଭାରେ ଅନୁମୋଦନ ଲାଭ କରିଥିଲା।

Advertisment

ଆଜି ସକାଳୁ ଆସାମ, ତ୍ରିପୁରା, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର ଭଳି ରାଜ୍ୟଗୁଡ଼ିକରେ ସିଏବିକୁ ନେଇ ଅଶାନ୍ତିର ବହ୍ନି ଦେଖିବାକୁ ମିଳିଥିଲା। ଉତ୍ତ୍ୟକ୍ତ ଲୋକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ପୋଡ଼ାଜଳା ଆରମ୍ଭ କରିଥିଲେ।

ତେବେ ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ସହ ଜୁଝୁଥିବା ଆସାମରେ ସ୍ଥିତି ଅଧିକ ଜଟିଳ ହୋଇଥିଲା। ଗୌହାଟୀ, ଦିବ୍ରୁଗଡ଼ ଓ ଜୋରହାଟ ଅଞ୍ଚଳରେ ବ୍ୟାପକ ହିଂସାକାଣ୍ଡ ଘଟିଛି। କର୍ଫ୍ୟୁ ସତ୍ତ୍ୱେ ଆନ୍ଦୋଳନକାରୀମାନେ ଅନେକ ସରକାରୀ ଗାଡ଼ି ପୋଡ଼ି ଦେବା ସହ ଭଙ୍ଗାରୁଜା କରିଛନ୍ତି। ବିଭିନ୍ନ ସ୍ଥାନରେ ସେମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଏହି କାରଣରୁ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ପୁଲିସ୍ ଲୋକଙ୍କ ଉପରକୁ ଗୁଳିମାଡ଼ କରିବାକୁ ମଧ୍ୟ ପଛାଇ ନଥିଲା।

ସେହିପରି ଗୌହାଟୀର ଲାଲୁଙ୍ଗ ଗାଓଁ ଅଞ୍ଚଳରେ ପୁଲିସ୍‌ର ଗୁଳିମାଡ଼ରେ ୪ ଜଣ ବିକ୍ଷୋଭକାରୀ ଆହତ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ଗୌହାଟୀରେ ଆନ୍ଦୋଳନ ସୃଷ୍ଟି ହେବାରୁ ସେନା ପକ୍ଷରୁ ଏଠାରେ ପ୍ଲାର୍ଗମାର୍ଚ୍ଚ କରାଯାଇଛି। ଢାକୁଆଖାନା ଓ ଲକ୍ଷ୍ମୀପୁରରେ ବିକ୍ଷୋଭକାରୀମାନେ ବିଜେପି ଓ ଆସୋମ ଗଣ ପରିଷଦର ଅଫିସକୁ ଜାଳି ଦେଇଛନ୍ତି। ଆସାମର ଏକାଧିକ ମନ୍ତ୍ରୀ ଓ ରାଜନେତାଙ୍କ ଘର ଉପରେ ମଧ୍ୟ ବିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି।

ଗୌହାଟୀ-ଶିଲଂ ରାସ୍ତାକୁ ବିକ୍ଷୋଭକାରୀ ବନ୍ଦ କରିବା ସମୟରେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ପ୍ରଥମେ ଲାଠି ପରେ ଟିଅର ଗ୍ୟାସ ମାଡ଼ କରିଥିଲେ। ତେବେ ସ୍ଥିତି ନ ସୁଧୁରିବାରୁ ପୁଲିସ୍‌ ଫାଙ୍କା ଗୁଳି ଚାଳନା କରିଥିଲା। ଆନ୍ଦୋଳନକାରୀମାନେ ଦୋକାନ ଓ ଘର ଦ୍ୱାର ଭାଙ୍ଗିଛନ୍ତି। ସେହିପରି ଟାୟାର ଜାଳିବା ସହ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏଏଏସ୍‌ୟୁ ଓ କେଏମଏସଏସ ପକ୍ଷରୁ ବିଶାଳ ସମାବେଶ କରାଯାଇ ସିଏବି ବିରୋଧରେ ରଣ ହୁଙ୍କାର ଦିଆଯାଇଛି।

ରଙ୍ଗିଆ ଜିଲ୍ଲାରେ ପୁଲିସ୍‌ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ୍‌ ଏଠାରେ ମଧ୍ୟ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଛି। ଗୋଲାଘଟ ଜିଲ୍ଲାରେ ଲୋକେ ଏନଏଚ ୩୯ ଅବରୋଧ କରିବାରୁ ସେମାନଙ୍କୁ ଡରାଇବା ପାଇଁ ପୁଲିସ ପକ୍ଷରୁ ଗୁଳି ମାଡ଼ କରାଯାଇଛି। ସମଗ୍ର ଆସାମରେ ସିଏବି ନିଆଁ ଜଳୁଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରହିଛି। ଗୌହାଟୀ, ତିନସୁକିଆ, ଜୋରହାଟ ଓ ଦିବ୍ରୁଗଡ଼ରେ ଅଧିକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ଏଠାରେ ସେନା ପକ୍ଷରୁ ଫ୍ଲାଗମାର୍ଚ୍ଚ ମଧ୍ୟ କରାଯାଇଛି।

ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଗୌହାଟୀ, ଦିବ୍ରୁଗଡ ଓ ଜୋରହାଟକୁ ବିମାନସେବା ବନ୍ଦ ରହିଛି। ଅନେକ ଟ୍ରେନକୁ ବି ବାତିଲ କରିଦିଆଯାଇଛି।

ତ୍ରିପୁରାରେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆସାମ ରାଇଫଲ୍ସ ଓ ସିଆରପିଏଫ ମୁତୟନ ରହିଛନ୍ତି। ସମଗ୍ର ଉତ୍ତରପୂର୍ବାଞ୍ଚଳରେ ୫ ହଜାର ସିଆରପିଏଫ ଯବାନଙ୍କୁ କେନ୍ଦ୍ର ସରକାର ନିୟୋଜିତ କରିଛନ୍ତି। ତ୍ରିପୁରାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।

ପୁଲିସ୍‌ ହଜାରରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଆରଟିଆ କର୍ମୀ ଅଖିଲ ଗୋଗୋଇ ରହିଛନ୍ତି।ଅନ୍ୟପକ୍ଷରେ ଇଣ୍ଡିଆନ ୟୁନିୟନ ଅଫ୍ ମୁସଲିମ୍ ଲିଗ୍ ବିଲକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ସେହିପରି କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟରେ ବିଲ ବିରୋଧରେ ଲଢ଼ିବ ବୋଲି ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ