Advertisment

ମଦ ନେଲା ୨୧ ଜୀବନ

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ପାଇଁ ଏସଆଇଟି କମିଟି ଗଠନ କରାଯାଇଛି। ଏହି ମାମଲାର ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି, ଜୁନ୍ ୨୯ ତାରିଖରେ ଅମୃତସର ଗ୍ରାମାଞ୍ଚଳର ଥାନା ତରସିକର […]

ଅଦ୍ୟତନ ହୋଇଛି
ମଦ ନେଲା ୨୧ ଜୀବନ

alchol

Advertisment

ଚଣ୍ଡୀଗଡ଼: କରୋନା ମହାମାରୀ ସମୟରେ ପଞ୍ଜାବରେ ଘଟିଛି ଅଭାବନୀୟ ଘଟଣା। ପଞ୍ଜାବର ଅମୃତସର ଏବଂ ତରନତାରନ ସହରରେ ବିଷାକ୍ତ ମଦ ପିଇ ୨୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ପୋଲିସ୍ ନକଲି ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ମାମଲାର ତଦନ୍ତ ପାଇଁ ଏସଆଇଟି କମିଟି ଗଠନ କରାଯାଇଛି।

Advertisment

ଏହି ମାମଲାର ସୂଚନା ଦେଇ ଡିଜିପି ଦିନକର ଗୁପ୍ତା କହିଛନ୍ତି, ଜୁନ୍ ୨୯ ତାରିଖରେ ଅମୃତସର ଗ୍ରାମାଞ୍ଚଳର ଥାନା ତରସିକର ମୁଚ୍ଛଲ ଓ ତଙ୍ଗ୍ରାରେ ପ୍ରଥମ ୫ଜଣଙ୍କ ମୃତ୍ୟୁହୋଇଥିଲା। ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ମୁଚ୍ଛଲରେ ସନ୍ଦେହଜନକ ଅବସ୍ଥାରେ ଆଉ ଦୁଇଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

https://twitter.com/ANI/status/1289122053354708992?s=20

ଏହା ପରେ ମୁଚ୍ଛଲ ଗାଁରେ ଆଉ ଦୁଇଜଣଙ୍କ ମୃତ୍ୟ ହୋଇଥିବା ବେଳେ ବଟାଲା ସହରରେ ମଧ୍ୟ ଦୁଇଜଣଙ୍କ ମୃତ୍ୟ ହୋଇଥିଲା। ତେବେ ଆଜି ପୁଣି ବଟାଲାରେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅର୍ଥାତ୍ ଏପର୍ଯ୍ୟନ୍ତ ବଟାଲାରେ ବିଷାକ୍ତ ମଦ ପିଇବାରୁ ୭ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନ୍ୟ ସ୍ଥାନରେ ମଧ୍ୟ ବିଷାକ୍ତ ମଦମୃତ୍ୟୁ ହୋଇଛି।

Advertisment

ଏହି ମାମଲାରେ ପୋଲିସ୍ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରିବା ସହ ମାଜିଷ୍ଟେରିଆଲ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ