Advertisment

ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି। ମଧ୍ୟପ୍ରଦେଶ ମୋରେନାରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ବିରୋଧରେ କଂଗ୍ରେସ୍‌ର ରାମ ନିବାସ ରାୱତ ଲଢୁଛନ୍ତି। ସେହିପରି ମଧ୍ୟପ୍ରଦେଶର ଗୁନା ଆସନରୁ କଂଗ୍ରେସ୍‌ର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଢୁଛନ୍ତି। ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମୈଦାନରେ ଅଛନ୍ତି। ତାଙ୍କ ସହ ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ […]

ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ

evm

Advertisment

ନୂଆଦିଲ୍ଲୀ: ଆଜି ଅନେକ ପ୍ରମୁଖ ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହେବାକୁ ଯାଉଛି। ମଧ୍ୟପ୍ରଦେଶ ମୋରେନାରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ବିରୋଧରେ କଂଗ୍ରେସ୍‌ର ରାମ ନିବାସ ରାୱତ ଲଢୁଛନ୍ତି। ସେହିପରି ମଧ୍ୟପ୍ରଦେଶର ଗୁନା ଆସନରୁ କଂଗ୍ରେସ୍‌ର ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଢୁଛନ୍ତି।

Advertisment

ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମୈଦାନରେ ଅଛନ୍ତି। ତାଙ୍କ ସହ ବିଜେପିର ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ଟକ୍କର ହେବ। ଉତ୍ତର ପ୍ରଦେଶର ସୁଲତାନପୁରରେ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ସହ କଂଗ୍ରେସର ସଂଜୟ ସିଂହଙ୍କ ମଧ୍ୟରେ ଜୋରଦାର୍ ଲଢ଼େଇ ହେଉଛି।

ସେହିପରି ଆଜମଗଡ଼ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ନଜର ରହିବ। ବିହାର ପୂର୍ବ ଚମ୍ପାରନରୁ କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂ ଏବଂ ବୈଶାଳୀରୁ ଆର୍‌ଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ ପ୍ରାର୍ଥୀ ହୋଇଛନ୍ତି।

Advertisment

ହରିୟଣାର ସୋନିପତ ଆସନରୁ ଭୁପିନ୍ଦର ସିଂ ହୁଡା ଲଢୁଛନ୍ତି। ଝାଡ଼ଖଣ୍ଡର ଧାନବାଦ ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ବିଜେପିରୁ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ