Advertisment

ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ, ୧୮ ମୃତ

ପୁଣେ: ମହାରାଷ୍ଟ୍ର ପୁଣେର ଏକ ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଏହି ଅଗ୍ନିକାଣ୍ଡରେ ୧୮ଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ୨୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାର ଖବର ମଧ୍ୟ ଆସିଛି। ଆଜି କାରଖାନାର ସାନିଟାଇଜର ଉତ୍ପାଦନ ୟୁନିଟ୍‌ରେ ହଠାତ୍ କୌଣସି…

ଅଦ୍ୟତନ ହୋଇଛି
ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ, ୧୮ ମୃତ

fire

Advertisment

ପୁଣେ: ମହାରାଷ୍ଟ୍ର ପୁଣେର ଏକ ସାନିଟାଇଜାର ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ଏହି ଅଗ୍ନିକାଣ୍ଡରେ ୧୮ଜଣ ଶ୍ରମିକଙ୍କ ପ୍ରାଣହାନୀ ଘଟିଛି। ୨୦ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାର ଖବର ମଧ୍ୟ ଆସିଛି। ଆଜି କାରଖାନାର ସାନିଟାଇଜର ଉତ୍ପାଦନ ୟୁନିଟ୍‌ରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା ପରେ ଏହା ଆକସ୍ମିକ ଭାବେ ବ୍ୟାପି ଯାଇଥିଲା। ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କାମ ଆରମ୍ଭ କରି ଦେଇଥିବାବେଳେ ୬ଜଣ ଅଗ୍ନିଶମ ବାହିନୀ ଇଂଜିନିୟର ମଧ୍ୟ ରେସ୍କ୍ୟୁ ଅପରେସନ ଚଳାଇଥିଲେ।

Advertisment

ଅଗ୍ନିଶମ ବାହିନୀର ସୂଚନା ଅନୁସାରେ ନିଆଁ ଲାଗିବା ସମୟରେ କାରଖାନାରେ ପାଖାପାଖି ୪୦ଜଣ କର୍ମଚାରୀ ଥିଲେ। ୨୦ଜଣଙ୍କୁ ଉଦ୍ଧାରକାରୀ ଦଳ ବାହାର କରିବାରେ ସମର୍ଥ ହୋଇଥିବାବେଳେ ୧୮ଜଣଙ୍କ ମୃତ୍ୟୁ ଘଟିଛି ଓ ୨ଜଣ ନିଖୋଜ ଅଛନ୍ତି। ଅଗ୍ନିକାଣ୍ଡ ସମୟରେ କାରଖାନାରୁ ନିର୍ଗତ କଳାଧୂଆଁ ସାରା ଅଞ୍ଚଳକୁ ବ୍ୟାପି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ