petrol
ସଙ୍କଟ ସମୟରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଗୁରବାର ପେଟ୍ରୋଲ-ଡିଜେଲ ମୂଲ୍ୟ ସ୍ଥିର ରହିବା ପରେ ଆଜି ପୁଣି ଥରେ ବୃଦ୍ଧି ପାଇଛି । ସରକାରୀ ତେଲ କମ୍ପାନୀ ଗୁଡ଼ିକ ୧୮ ଜୁନ ୨୦୨୧ ଅର୍ଥାତ୍ ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୨୭ ପଇସା ବୃଦ୍ଧି କରିଛନ୍ତି ଅନ୍ୟପଟେ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧଇ ପାଇଛି । ଏହି ବୃଦ୍ଧି ପରେ ରାଜଧାନୀ ଦିିଲ୍ଲୀରେ ପୋଟ୍ରାଲ ଲ ମୂଲ୍ୟ ବ୍ୟଦ୍ଧି ପାଇ ୯୬.୯୩ ଟଙ୍କାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ମୂଲ୍ୟ ରହିଛି ୮୭.୬୯ ଟଙ୍କା ।
ଆଉ କଣ ତଳ ମୁହାଁ ହେବନି ତେଲ ଦର? ଲଗାତାର ବଢ଼ି ଚାଲିଥିବା ତେଲ ଭାଉରେ କେବେ ଲାଗିବ ବ୍ରେକ୍? କରୋନା ବିଧ୍ୱସ୍ତ ଅର୍ଥନୀତିରେ ଏକପ୍ରକାର ଚେପା ହୋଇ ପଡ଼ିଥିବା ପ୍ରତିଟି ସାଧାରଣ ଜନତା ମୁହଁରେ ଏବେ ଏଇ ଗୋଟିଏ ପ୍ରଶ୍ନ। କାରଣ ବିଗତ ୨୭ ଦିନ ମଧ୍ୟରେ ଅର୍ଥାତ ମେ ୪ ରୁ ଏବେ ସୁଦ୍ଧା ପେଟ୍ରୋଲ ଲିଟରରେ ୬.୬୧ ଟଙ୍କା ବୃଦ୍ଧି ପାଇଛି । ଡିଜେଲ ଦରରେ ୬.୯୧ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।
ପ୍ରମୁଖ ସହରରେ ଆଜି ପେଟ୍ରୋଲ ଦର
ସହର ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୬.୯୩ ୮୭.୬୯
ମୁମ୍ବାଇ ୧୦୩. ୦୮ ୯୫.୧୪
ଚେନ୍ନାଇ ୯୮.୧୪ ୯୨.୩୧
କୋଲକାତା ୯୬.୮୪ ୯୦.୫୪
ଶୁକ୍ରବାର ଅନ୍ୟ ବଡ ସହରରେ ତେଲ ଦର
ରାଞ୍ଚି – ପେଟ୍ରୋଲ ଲିଟର ପିଛା ୯୨.୯୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୫୭ ଟଙ୍କା
ବେଙ୍ଗାଲୁରୁ – ପେଟ୍ରୋଲ ଲିଟର ପିଛା ୧୦୦.୧୭ ଟଙ୍କା, ଡିଜେଲ ଲିଟର ପିଛା ମୂଲ୍ୟ ୯୨.୯୭ ଟଙ୍କା
ଭୋପାଳ- ପେଟ୍ରୋଲ ଲିଟର ପିଛା ୧୦୫.୧୩ ଟଙ୍କା, ଡିଜେଲର ଲିଟର ପିଛା ୯୬.୩୫ ଟଙ୍କା
ପାଟନା – ଡିଜେଲ ମୂଲ୍ୟ ୯୯.୦୦ ଟଙ୍କା, ଡିଜେଲର ଲିଟର ପିଛା ୯୩.୦୧ ଟଙ୍କା
ଗୁରୁବାର ଦିନ ତୈଳ ଦର ସ୍ଥିର ରହିଥିଲା । ଫଳରେ ଦିଲ୍ଲୀ ବଜାରରେ ପେଟ୍ରୋଲ ଲିଟର ପିଛା ୯୬.୬୬ ଟଙ୍କା ଏବଂ ଡିଜେଲର ମୂଲ୍ୟ ଆଜି ଲିଟର ପିଛା ମୂଲ୍ୟ ୮୭.୪୧ ଟଙ୍କା ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/petrol_1624003605.jpg)