Advertisment

ସୁଦାନରେ ୧୮ ଭାରତୀୟ ମୃତ

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ମଙ୍ଗଳବାର ରାଜଧାନୀ ଖାରାତୌମ୍‌ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍‌ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ […]

ସୁଦାନରେ ୧୮ ଭାରତୀୟ ମୃତ

sudan

Advertisment

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି।

Advertisment

ମଙ୍ଗଳବାର ରାଜଧାନୀ ଖାରାତୌମ୍‌ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍‌ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ ସୂଚନା ମିଳିଥିଲା। ଏହାପରେ ଯଦିଓ ବିଧିବଦ୍ଧ ଘୋଷଣା ହୋଇନି ବର୍ତ୍ତମାନ ଯାଏ ଜଣା ପଡ଼ିଛି ୧୮ ଜଣ ଭାରତୀୟ ଏଥିରେ ପ୍ରାଣ ହରାଇଛନ୍ତି।

Advertisment

ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ସୂଚନା ଦେଇଛନ୍ତି। ସେ ଏନେଇ ଦୁଃଖ ପ୍ରକାଶ କରିବା ସହ ଜାରି କରାଯାଇଥିବା ହଟ୍‌ଲାଇନ୍‌ ବାବଦରେ ଜଣାଇଛନ୍ତି। ସେ ଶ୍ରମିକ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ