Advertisment

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ ନିଖୋଜ

ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଆଇଟିବିପି, ଏନଡିଆରଫ୍, […]

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୧୭୦ ନିଖୋଜ

uttarakhand

Advertisment

ଚମୋଲି: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Advertisment

ଆଇଟିବିପି, ଏନଡିଆରଫ୍, ଏସ୍‌ଡିଆର୍‌ଏଫ୍‌ ସମେତ ଅନ୍ୟ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛନ୍ତି। ଋଷିଗଙ୍ଗା ପ୍ରକଳ୍ପ ଓ ଏହା ନିକଟରେ ଥିବା NTPC ପ୍ଲାଣ୍ଟରେ କାମ କରୁଥିବା ପ୍ରାୟ ୧୫୦ରୁ ଅଧିକ ଶ୍ରମିକଙ୍କ ସମ୍ପର୍କରେ ଏବେ ଯାଏ ପତ୍ତା ମିଳିନି। ଅଲକାନନ୍ଦା ନଦୀର ଅବବାହିକା ଅଞ୍ଚଳରେ ଆଇଟିବିପି ପକ୍ଷରୁ ତାଲିମପ୍ରାପ୍ତ ଇଞ୍ଜିନିୟରଙ୍କ ଦ୍ୱାରା ନିଖୋଜଙ୍କୁ ଖୋଜାଖୋଜି ଚାଲିଛି। ନିକଟରେ ଥିବା ଏକ ଟନେଲ୍‌ରେ ୧୨ ଜଣ ଫଶି ରହିଥିଲେ, ସୌଭାଗ୍ୟବଶତଃ ଏମାନଙ୍କୁ ଉଦ୍ଧାର କରାଯାଇଛିା

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥଳ ଓ ବାୟୁ ସେନାକୁ ଆଲର୍ଟରେ ରଖାଯାଇଛି। ଗତକାଲି ଚମୋଲି ଜୋଶୀମଠ ନିକଟରେ ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦ ଏବଂ ଧଉଳି ଗଙ୍ଗା ନଦୀରେ ବନ୍ୟା ସ୍ଥିତିି ସୃଷ୍ଟି ହୋଇଥିଲା। ଯୋଶୀମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇ ହୋଇଯାଇଛି।  ଏହି ଅଘଟଣରେ ତପୋବନରେ ଥିବା ଋଷିିଗଙ୍ଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

Advertisment

ଚମୋଲି ଅଘଟଣରେ ମୃତାହତଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଚିକିତ୍ସାଧିନ ବ୍ୟକ୍ତିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛି ୟୁଏସ ଷ୍ଟେଟ୍‌ ଡିପାର୍ଟମେଣ୍ଟ। ଏହି ଅଘଟଣ ସମୟରେ ଭାରତ ଓ ଭାରତୀୟଙ୍କ ସହ ଅଛନ୍ତି ବୋଲି କହି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍ ସମବେଦନା ଜଣାଇଛନ୍ତି।

ସୂଚନାଥାଉ କି, ଗତକାଲି ସକାଳେ ନନ୍ଦାଦେବୀ ପର୍ବତରୁ ଭୟଙ୍କର ହିମସ୍ଖଳନ ହୋଇଥିଲା। ଏଥିରେ ଋଷିଗଙ୍ଗା ହାଇଡ୍ରୋ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ଧୋଇଯାଇଥିବା ବେଳେ ସେଠାରେ କାର୍ଯ୍ୟ କରୁଥିବା ୧୫୦ ଜଣ ଲୋକ ମଧ୍ୟ ଭାସିଯାଇଥିଲେ।

Advertisment
Uttarakhand Glacial Burst
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ