bu
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଦିଲ୍ଲୀର ଜଣେ ଶହେ ବର୍ଷରୁ ଅଧିକ ବ୍ୟକ୍ତି କୋଭିଡ-୧୯କୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ସମୟରେ ମଧ୍ୟ ସେ ଚାରି ବର୍ଷର ଥିଲେ। ସେତେବେଳେ ମଧ୍ୟ ସେ ଏହି ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ। ବ୍ୟକ୍ତିଙ୍କ ବୟସ ୧୦୬ ବର୍ଷ। ସେ କରୋନାରେ ଆକ୍ରାନ୍ତ ହେବା ପରେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବାପରେ ଡିସଚାର୍ଜ ହୋଇଛନ୍ତି। ବ୍ୟକ୍ତିଙ୍କ ପୂରା ପରିବାରକୁ ମଧ୍ୟ ମେଡିକାଲରୁ ଡିସଚାର୍ଜ କରାଯାଇଛି।
ମେଡିକାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ଏ ହେଉଛନ୍ତି ଦିଲ୍ଲୀର ପ୍ରଥମ ବୟସ୍କ ବ୍ୟକ୍ତି ଯିଏକି କରୋନା ଭାଇରସକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କ ପୁଅଙ୍କ ଠୁ ବି ଶୀଘ୍ର ଠିକ୍ ହୋଇଥିଲେ। ତାଙ୍କ ପୁଅମାନେ ମଧ୍ୟ ବୟସ୍କ। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ମଧ୍ୟ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ବ୍ୟକ୍ତ ଜଣଙ୍କ ସ୍ପାନିସ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିଲେ ପରେ ସୁସ୍ଥ ହୋଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ୧୯୧୮ମସିହାରେ ସ୍ପାନିସ୍ ଫ୍ଲୁ ଇତିହାସର ସବୁଠାରୁ ବିପଜ୍ଜନକ ମହାମାରୀ ଥିଲା। H1N1ଭାଇରସ ଯୋଗୁ ଏହା ବ୍ୟାପିଥିଲା। ଏହି ଭାଇରସ କାରଣରୁ ୬ଲକ୍ଷ ୭୫ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ବିଶ୍ୱାସ କରାଯାଏ ଯେ ଏହି ଭୂତାଣୁ ଭାରତରେ ପ୍ରଥମ ବିଶ୍ୱଯୁଦ୍ଧରୁ ଫେରିଥିବା ସୌନିକମାନଙ୍କ ସହିତ ଆସିଥିଲା। ସାରା ବିଶ୍ୱରେ ଏହି ମହାମାରୀ ଆତଙ୍କ ସୃଷ୍ଟି କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bu_1626698069.jpg)