୨୦୨୧-୨୨ ସାଧାରଣ ବଜେଟ୍ LIVE
କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। କରୋନା ମହାମାରୀକୁ ମୁକାବିଲା କରିବାକୁ ଯାଇ ଭୁଶୁଡ଼ି ପଡ଼ିଥିବା ଦୁସ୍ଥ ଅର୍ଥନୀତିକୁ ଟ୍ରାକ୍କୁ ଆଣିବାକୁ କି ପଦକ୍ଷେପ ନେବେ ଅର୍ଥମନ୍ତ୍ରୀ ? କ’ଣ ରହିବ ତାଙ୍କର ଭବିଷ୍ୟତ ରଣନୀତି ? ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ନିଯୁକ୍ତି, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ, MSME, ଶିକ୍ଷା ଓ କୃଷି କ୍ଷେତ୍ରକୁ ଅଗ୍ରାଧିକାର ମିଳିବ ବୋଲି କୁହାଯାଉଛି।
- Feb 01, 2021 15:31 IST
ଲେହରେ ଖୋଲିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ: ପଢନ୍ତୁ, ବଜେଟକୁ ନେଇ ୨୫ଟି ବଡ଼ ଖବର
ଆଜି ସଂସଦରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ ୨୦୨୧। ଆଜି ବଜେଟ୍ରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷେ ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ ନିବେଶ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥସହିତ ପେଟ୍ରୋଲ, ଡିଜେଲ ଉପରେ କୃଷି ସେସ୍ ଲାଗୁ କରାଯାଇଛି। ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଘୋଷଣା କରାଯାଇଛି। ଏହା ବ୍ୟତୀତ ଆଉ କ’ଣ ବିଶେଷ ଘୋଷଣା କରାଯାଇଛି ବଜେଟରେ ? ଆସନ୍ତଚୁ ଜାଣିବା ୨୫ଟି ବଡ ଖବର।
- Feb 01, 2021 15:08 IST
ବଜେଟ୍ ୨୦୨୧; କଣ ଶସ୍ତା ହେବ ଓ କଣ ମହଙ୍ଗା ହେବ ଜାଣନ୍ତୁ
ଚଳିତ ବଜେଟ୍ରେ ଅନେକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ହୋଇଥିବା ବେଳେ ସୁନା ରୂପା ଆଦିରେ ଶୁଳ୍କ କମାଯାଇଛି। ତେଣୁ କଣ ମହଙ୍ଗା ହେବ କଣ ସସ୍ତା ହେବ ଆସନ୍ତୁ ସଂକ୍ଷେପରେ ଜାଣିବା
- Feb 01, 2021 15:06 IST
ମହଙ୍ଗା ହେବ ନା ହେବନି ପେଟ୍ରୋଲ ଓ ଡିଜେଲ ଦର ?
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ।
- Feb 01, 2021 14:29 IST
ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା
- Feb 01, 2021 14:01 IST
ଶସ୍ତା ହେଲା ସୁନା-ରୂପା, ମୋବାଇଲ୍ ହେବ ମହଙ୍ଗା
- Feb 01, 2021 12:40 IST
୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍
- ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି।
- ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍। ପେନ୍ସନ୍ ପାଉଥିବା ବରିଷ୍ଠ ନାଗରିକଙ୍କୁ ଆୟକର ରିଟର୍ଣ୍ଣ ମନା।
- Feb 01, 2021 12:31 IST
ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା
- ଆଉ ୧୦୦ଟି ନୂଆ ସୈନିକ ସ୍କୁଲ୍ ସ୍ଥାପନ ପାଇଁ ଘୋଷଣା।
- ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ରେ ହେବ ନୂଆ ସୈନିକ ସ୍କୁଲ।
- ଲେହରେ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଘୋଷଣା।
- ଚଳିତ ଜନଗଣନା ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବ।
- ୨୦୨୧ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୯.୫% ରହିଛି।
- ୨୦୨୨ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୮% ରହିବା ଆକଳନ।
- Feb 01, 2021 12:14 IST
ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା
ନିର୍ବାଚନ ହେବାକୁ ଥିବା ୪ ରାଜ୍ୟ ପାଇଁ ପ୍ୟାକେଜ୍ ଘୋଷଣା। ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଓ ଆସାମ ପାଇଁ ପ୍ୟାକେଜ ଘୋଷଣା।
- Feb 01, 2021 12:12 IST
ବଜେଟ୍ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା
- ଉଜ୍ଜ୍ୱଳା ଯୋଜନା ସଂପ୍ରସାରଣ ପାଇଁ ଘୋଷଣା। ଏବେ ୮ କୋଟି ପରିବାର ପାଉଛନ୍ତି, ଆଉ ୧ କୋଟି ବୃଦ୍ଧି କରାଯିବ।
- ଜାମ୍ମୁ ଓ କାଶ୍ମୀରରେ ଗ୍ୟାସ୍ ପାଇପ୍ଲାଇନ୍ ବିଛାଇବାକୁ ଘୋଷଣା।
- ଆଗାମୀ ୩ ବର୍ଷରେ ଆଉ ୧୦୦ ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ ହେବ।
- ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା।
- ୨ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ।
- ବଜେଟ୍ରେ ଚାଷୀଙ୍କ ଉନ୍ନତି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।
- ଚାଷୀଙ୍କ ଆୟ ଦେଢ଼ ଗୁଣ ବଢ଼ାଇବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
- Feb 01, 2021 12:08 IST
ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟ୍ରେ ବଡ଼ ଘୋଷଣା
- ରେଳ ଲାଇନ୍ ବିଦ୍ୟୁତ୍କର କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ।
- ୨୭ଟି ସହରରେ ଆଉ ୧୦୬୦କି.ମି. ମେଟ୍ରୋ ଲାଇନ୍ ହେବ।
- ବେଙ୍ଗାଲୁରୁ ଏବଂ ଚେନ୍ନାଇ ମେଟ୍ରୋ ସଂପ୍ରସାରଣ ହେବ।
- ହାଇଡ୍ରୋଜେନ୍ ଏନର୍ଜୀ ମିଶନ ଆରମ୍ଭ କରାଯିବାକୁ ଘୋଷଣା।
- ଶକ୍ତି କ୍ଷେତ୍ରରେ ସଂସ୍କାର ଆଣିବାକୁ ବଜେଟ୍ରେ ବଡ଼ ଘୋଷଣା।
- କାହାଠାରୁ ବିଦ୍ୟୁତ୍ ଆଣିବେ, ଏବେ ସ୍ଥିର କରିପାରିବେ ଉପଭୋକ୍ତା।
- Feb 01, 2021 12:05 IST
ସାଧାରଣ ବଜେଟରେ କ’ଣ ଗୁରୁତ୍ୱ ପାଇବା ଆବଶ୍ୟକ ? ଟୁଇଟ କରି କହିଲେ ରାହୁଲ୍
ନିର୍ମଳାଙ୍କ ବଜେଟ ଉପସ୍ଥାପନ ପୂର୍ବରୁ ରାହୁଲ ଗାନ୍ଧି ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ୨୦୨୧-୨୨ ବଜେଟ କିପରି ହେବା ଉଚିତ୍ ସେ ସମ୍ପର୍କରେ ଅବଗତ କରାଇଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍ରେ କହିଛନ୍ତି, ଚଳିତ ବଜେଟ୍ରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପକୁ ପ୍ରୋତ୍ସାହନ ଦେବା, ଚାଷୀ, ଶ୍ରମିକଙ୍କୁ କାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ।
- Feb 01, 2021 11:56 IST
୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍
- Feb 01, 2021 11:54 IST
ସ୍ୱାସ୍ଥ୍ୟ କ୍ଷେତ୍ରରେ ୬୪, ୧୮୦ କୋଟିର ବ୍ୟୟବରାଦ
ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
- Feb 01, 2021 11:27 IST
ଦେଶରେ ୧୫ଟି ହେଲ୍ଥ୍ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ
- Feb 01, 2021 11:20 IST
ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି
ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ଆଜି ଭାରତରେ ୨ଟି କରୋନା ଭ୍ୟାକ୍ସିନ୍ ଉତ୍ପାଦନ ହେଉଛି। ଆଉ ୨ଟି କରୋନା ଭ୍ୟାକ୍ସିନ୍ ମଧ୍ୟ ଖୁବଶୀଘ୍ର ଆସିବାର ଅଛି।ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀ, ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଦଳର ବିଜୟକୁ ପ୍ରଶଂସା କରିଛନ୍ତି। ଅର୍ଥନୀତିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ସରକାର ବଦ୍ଧ ପରିକର ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ସୁସ୍ଥ ଭାରତ, ସ୍ୱଚ୍ଛ ଶାସନ, ସମସ୍ତଙ୍କ ପାଇଁ ବିକାଶ ଆମର ମୂଳ ଲକ୍ଷ୍ୟ। ଚଳିତ ବଜେଟ୍ରେ ସ୍ୱାସ୍ଥ୍ୟ ପାଇଁ ଯଥେଷ୍ଟ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।
- Feb 01, 2021 11:13 IST
ଆତ୍ମନିର୍ଭର ଭାରତ ପ୍ୟାକେଜ କୋଟି କୋଟି ଲୋକଙ୍କୁ ଲାଭ ଦେଇଛି
- Feb 01, 2021 11:09 IST
ପ୍ରଥମ ଥର ପାଇଁ ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ
- Feb 01, 2021 10:58 IST
କ୍ୟାବିନେଟ ବୈଠକରେ ବଜେଟ୍କୁ ମିଳିଲା ଅନୁମୋଦନ
- Feb 01, 2021 10:37 IST
ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବୈଠକ
- Feb 01, 2021 10:02 IST
ବଜେଟ୍ ପୂର୍ବରୁ ବଢ଼ିଲା Sensex, Nifty
କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ ହେବ। ଦିନ ୧୧ଟାରେ ବଜେଟ୍ ଉପସ୍ଥାପନ କରିବେ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ବଜେଟ୍ ଉପସ୍ଥାପନ ପୂର୍ବରୁ Sensex ୪୦୧.୭୭ ପଏଣ୍ଟ ବୃଦ୍ଧି ପାଇଛି। Sensex ୪୦୧.୭୭ ପଏଣ୍ଟ ବଢ଼ି ୪୬, ୬୮୭.୫୪ ହୋଇଛି। ସେହିପରି ନିଫ୍ଟି ମଧ୍ୟ ୧୨୪ ପଏଣ୍ଟ ବଢ଼ି ୧୩,୭୫୦ ଟପିଛି।
/odishatv-khabar/media/post_attachments/wp-content/uploads/2021/02/fKNNQ5Uy.jpg)
- Feb 01, 2021 09:45 IST
ଚଳିତ ବର୍ଷ ବି ରେକର୍ଡ ଭାଙ୍ଗିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଚଳିତ ବର୍ଷ ପେପର୍ଲେସ୍ ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍କେସ୍ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ।
- Feb 01, 2021 09:14 IST
ପ୍ରଥମ ଥର ପାଇଁ ସଂସଦରେ ଉପସ୍ଥାପନ ହେବ ପେପର୍ଲେସ୍ ବଜେଟ୍
- Feb 01, 2021 09:10 IST
ବଜେଟ୍ରେ ଓଡ଼ିଶାର ଭାଗ କ’ଣ ରହିବ ?
- Feb 01, 2021 09:08 IST
ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଦେଲା ଆଶ୍ୱସ୍ତିକର ଖବର
କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଜିଏସ୍ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/LIVE-img_1623395368.jpg)