Bahuda Jatra
ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଲେ ମହାବାହୁ। ଶ୍ରୀମନ୍ଦିର ଯାଏ ଟାଣି ନେଲେ ଲକ୍ଷ ଲକ୍ଷ ଭକ୍ତ। ଉଠୁଛି ପଡୁଛି ବଡ଼ଦାଣ୍ଡ। ୯ ଦିନ ପରେ ବଡ଼ ଦେଉଳକୁ ଆଗରେ କାଳିଆ ସାଆନ୍ତ ।
- Jul 09, 2022 22:20 IST
ସରିଲା ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡିଲେ ମହାବାହୁ
ଶରଧାବାଲିରୁ ସିଂହଦ୍ୱାର... ରାତି ପାହୁ ପାହୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼... ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନୀରେ ଫାଟିପଡୁଥିଲା ବଡଦାଣ୍ଡ ଆଉ ତାରି ଭିତରେ ନାକଚଣା ଦ୍ୱାରରେ ତିନିଠାକୁରଙ୍କ ଅପେକ୍ଷାରେ ଥିଲା ତିନି ରଥ। ସେଇଥିରେ ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।
- Jul 09, 2022 19:48 IST
ସିଂହଦ୍ୱାର ଆଗରେ ତିନି ରଥ
ନବ ଦିନାତ୍ମକ ଯାତ୍ରା ସାରିି ବାହୁଡିଲେ ଚତୁର୍ଦ୍ଧା ମୂରତି। ସଅଳ ସରିଲା ନୀତିକାନ୍ତି। ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ। କାଲି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ତିନିଠାକୁର।
- Jul 09, 2022 18:39 IST
ରାଜ ନଅର ପାଖରେ ହେଲା ଲକ୍ଷ୍ମୀ-ନାରାୟଣ ଭେଟ
- Jul 09, 2022 16:52 IST
ସରିଲା ଜନ୍ମବେଦିରେ ଶ୍ରୀଜିଉଙ୍କ ଲୀଳାଖେଳା
- Jul 09, 2022 16:51 IST
ଶ୍ରୀକ୍ଷେତ୍ରରେ ଏକାଠି ଲକ୍ଷ ଲକ୍ଷ ଭକ୍ତ
- Jul 09, 2022 16:51 IST
ଭାବ ବିନୋଦିଆ ଠାକୁର ଲୀଳାଖେଳା ସାରି ବାହୁଡ଼ୁଛନ୍ତି ରତ୍ନବେଦୀକୁ
- Jul 09, 2022 16:50 IST
ବଡ଼ଦାଣ୍ଡରେ ଗଡ଼ିଲା ରଥ, ନିର୍ଦ୍ଧାରିତ ସମୟ ଆଗରୁ ରଥଟଣା
- Jul 09, 2022 16:50 IST
ବାହୁଡ଼ାରେ ବାହୁଡ଼ନ୍ତି ପ୍ରଭୁ ଜଗନ୍ନାଥ, ଜନ୍ମବେଦୀ ଛାଡ଼ିବାକୁ ମନରେ କୁଣ୍ଠିତ...
- Jul 09, 2022 16:50 IST
'ତାଙ୍କ ବିନା ନିର୍ଦ୍ଦେଶରେ ଗଛର ପତ୍ରଟିଏ ବି ହଲିବନି'
- Jul 09, 2022 16:49 IST
ଆଜି ନୀତି କାନ୍ତି ସୁନ୍ଦର ହୋଇଛି, ଶୃଙ୍ଖଳିତ ହୋଇଛି ଆଉ ସହଳ ହୋଇଛି...
- Jul 09, 2022 16:49 IST
ବିଦେଶୀ ଭକ୍ତଙ୍କ କଣ୍ଠରେ ହରେ ରାମ ହରେ ରାମ...
- Jul 09, 2022 16:48 IST
ବଡ଼ଦାଣ୍ଡରେ ମୁର୍ଚ୍ଛା ଯାଇଥିବା ଭକ୍ତଙ୍କୁ ନେଇ ଯାଉଛନ୍ତି ସୁରକ୍ଷାକର୍ମୀ...
- Jul 09, 2022 16:48 IST
ଗଡ଼ିଲା ଭଉଣୀ ସୁଭଦ୍ରାଙ୍କ ରଥ...
- Jul 09, 2022 16:47 IST
ମହାପ୍ରଭୁ ଆଜି ପେଟେ ଖେଚୁଡ଼ି ଖାଇ ରଥରେ ବସିଛନ୍ତି...
- Jul 09, 2022 16:46 IST
ଷାଠିଏ ପଉଟି ଖାଉଥିବା ଜଗା କାଳିଆ ଆଜି ଖାଇବେ ପୋଡ଼ ପିଠା
- Jul 09, 2022 16:45 IST
ଗଡ଼ିଲା କାଳିଆର ରଥ....
- Jul 09, 2022 16:45 IST
ବଡ଼ଦାଣ୍ଡରେ ଗଡ଼ିଲା ରଥ, ନିର୍ଦ୍ଧାରିତ ସମୟ ଆଗରୁ ରଥଟଣା
- Jul 09, 2022 15:28 IST
ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା ଆରମ୍ଭ
- Jul 09, 2022 15:27 IST
ନିର୍ଦ୍ଧାରିତ ସମୟ ଆଗରୁ ହେଲା ରଥଟଣା
- Jul 09, 2022 15:24 IST
ଶ୍ରୀକ୍ଷେତ୍ରରେ ଏକାଠି ଲକ୍ଷ ଲକ୍ଷ ଭକ୍ତ
- Jul 09, 2022 15:24 IST
ଶ୍ରୀମନ୍ଦିର ଅଭିମୁଖେ ଶ୍ରୀଜିଉଙ୍କ ବାହୁଡ଼ା
- Jul 09, 2022 15:23 IST
ଜଗନ୍ନଥମୟ ଶ୍ରୀକ୍ଷେତ୍ର, ଉଛୁଳୁଛି ଶରଧାବାଲି
- Jul 09, 2022 15:22 IST
ଦେବ ଦଳନ ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ
- Jul 09, 2022 15:13 IST
ବଡ଼ଠାକୁର ବାହାରିଲେ... ରଥ ଯା ଗଡ଼ି ଯା...
- Jul 09, 2022 15:11 IST
ନନ୍ଦିଘୋଷ ରଥରେ ଛେରା ପହଁରା...
- Jul 09, 2022 15:11 IST
ବଡ ଦାଣ୍ଡରେ ବଡ ଠାକରୁର ରଥ
- Jul 09, 2022 15:10 IST
ବଡ ଠାକୁରଙ୍କ ରଥ ଗଡୁଛି
- Jul 09, 2022 15:10 IST
ଘର ଘର ନାଦରେ ଗଡୁଛି ତାଳଧ୍ୱଜ
- Jul 09, 2022 15:06 IST
ଏ ଭାଇ ପ୍ରବଳ ଗୁଳୁଗୁଳି ହେଉଛି, ମୋ ମୁହଁକୁ ଟିକେ ପାଣି ମାରି ଦିଅ...
- Jul 09, 2022 15:01 IST
ଡାକିଲା ଡାହୁକ ଗଡିଲା ରଥ
- Jul 09, 2022 15:01 IST
ଭକ୍ତ ମେଳରେ ବାହୁଡୁଛନ୍ତି ସାଆନ୍ତେ
- Jul 09, 2022 15:01 IST
ବାଜୁଛି ବିଜେ କାହାଳୀ ଗଡିବ ନନ୍ଦିଘୋଷ
- Jul 09, 2022 15:00 IST
ନନ୍ଦିଘୋଷ ରଥରେ ଦିବ୍ୟ ଛେରା ପହଁରା
- Jul 09, 2022 15:00 IST
ଶୁଦ୍ଧ ଜଳ ଛିଞ୍ଚନ ହେଉଛି , ଗଜପତି ମହାରାଜା ଧିରେ ଧିରେ ଛେରା ପହଁରା କରୁଛନ୍ତି
- Jul 09, 2022 15:00 IST
ସରିଲା ଛେରା ପହଁରା ଏବେ ଗଡିବ ରଥ
- Jul 09, 2022 14:59 IST
ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ
- Jul 09, 2022 14:58 IST
ଠାରନାର ଠକାଠକିରେ ଯିଏ ଧୁରନ୍ଧର ସିଏ ନଟନାଗର...
- Jul 09, 2022 14:58 IST
ମହାପ୍ରଭୁ ଆସିଲା ବେଳେ କିଛି ଅଳଙ୍କାର ପିନ୍ଧନ୍ତିନି କିନ୍ତୁ ବାହୁଡ଼ିଲା ବେଳକୁ...
- Jul 09, 2022 14:57 IST
ହେ ପ୍ରଭୁ ମତେ ଜନ୍ମ, ମୃତ୍ୟୁ ଜନିତ କଷ୍ଟରୁ ଉଦ୍ଧାର କର...
- Jul 09, 2022 14:49 IST
ଆରମ୍ଭ ହେଲା ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହୁଡ଼ା
ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ..ଆହୁରି ପଢ଼ନ୍ତୁ...
- Jul 09, 2022 13:53 IST
ଏ ମାଉସୀ ଜଣକ ମହାପ୍ରଭୁଙ୍କୁ ଦେଖିଲା ପରେ ଭାବବିହ୍ୱଳ ହୋଇ ପଡ଼ୁଛନ୍ତି...
- Jul 09, 2022 13:52 IST
ବଡ ଠାକୁରଙ୍କ ରଥରେ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା
- Jul 09, 2022 13:52 IST
ରଥରେ ଜଗନ୍ନାଥ, ବଡ଼ଦାଣ୍ଡରେ ରାଧକୃଷ୍ଣ...
- Jul 09, 2022 13:51 IST
ଆସିଲେଣି ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବ...
- Jul 09, 2022 13:51 IST
ସିଏ ଏକରୁ ଅନେକ ଅନେକରୁ ଏକ, ପରମବ୍ରହ୍ମ..
- Jul 09, 2022 13:35 IST
କାଳିଆ ସାଆନ୍ତ ଭାବକୁ ନିକଟ ଅଭାବକୁ ଦୂର..
- Jul 09, 2022 13:22 IST
ଓଡ଼ିଶୀ ନୃତ୍ୟ ଶିଳ୍ପୀ ରଥ ଗଡ଼ିଲା ପରି ନୃତ୍ୟ କରୁଛନ୍ତି
ଓଡ଼ିଶୀ ନୃତ୍ୟ ଶିଳ୍ପୀ ରଥ ଗଡ଼ିଲା ପରି ନୃତ୍ୟ କରୁଛନ୍ତି.. ହନୁମାନ ନୃତ୍ୟ ପରିବେଷଣ କରୁଛନ୍ତି..
- Jul 09, 2022 13:08 IST
ଅଯୋଧ୍ୟାରେ ରଥ ଉତ୍ସବ, ଯୋଗଦେଲେ ପୁଡୁଚେରୀ ଉପରାଜ୍ୟପାଳ
୬୦ ବର୍ଷ ପରେ ଅଯୋଧ୍ୟାର ମାଡ୍ରାସୀ ମନ୍ଦିରରେ ପାଳିତ ହେଲା ରଥ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୁଡୁଚେରୀର ଉପ ରାଜ୍ୟପାଳ ।
- Jul 09, 2022 13:00 IST
ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ତିନିରଥ
ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ତିନିରଥ । ଛେରା ପହଁରା କରିବାକୁ ଆସିଲେ ଗଜପତି ମହାରାଜା
- Jul 09, 2022 12:59 IST
ଗଜପତି ମହାରାଜା ଆସୁଛନ୍ତି କରିବେ ଛେରା ପହଁରା
ଗଜପତି ମହାରାଜା ଆସୁଛନ୍ତି, କରିବେ ଛେରା ପହଁରା । ପାଟ ପରିଷଦଙ୍କୁ ସାଙ୍ଗେ ନେଇ ଆସୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଦିବ୍ୟସିଂହ ଦେବ ।
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657376175.jpg)