ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ବର୍ଷ ସାରା ରତ୍ନ-ସିଂହାସନରେ ବସି ଦେଶଦୁନିଆର ଖବର ବୁଝୁଥିବା କାଳିଆ ସାଆନ୍ତ, ନଅ ଦିନ ପାଇଁ କ୍ଷେତ୍ର-ପରିଦର୍ଶନରେ ଯାଇଥିଲେ। ସବୁ ଲୀଳାଖେଳା ସାରି ଫେରବା ପରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ସମାପନ ହେବ। ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଏଇଠି ଶେଷ ହେବ ମହାପ୍ରଭୁଙ୍କ ଘୋଷଯାତ୍ରାର ମାନବୀୟ ଲୀଳା। ଲୀଳାମୟଙ୍କ ଏସବୁ ଅଲୌକିକ ଲୀଳାର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ିହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
22:33 PM
ନବଦିନାତ୍ମକ ଯାତ୍ରା ଶେଷ ପରେ ରତ୍ନ ସିଂହାସନକୁ ବାହୁଡ଼ିଛନ୍ତି ଶ୍ରୀଜୀଉ । ଘୋଷଯାତ୍ରାରେ ସାଙ୍ଗରେ ନେଇନଥିବାରୁ ଅଭିମାନୀନି ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି ଶ୍ରୀଜିଉ । ମାନଭଞ୍ଜନ ପରେ ନୀଳକନ୍ଦରରେ ପ୍ରବେଶ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଲୀଳାପୁରୁଷ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ରଥଯାତ୍ରାର ଅଷ୍ଟମ ତଥା ଶେଷ ଚରଣ । ଗୁଣ୍ଡିଚା ମଣ୍ଡପରେ ଜନ୍ମବେଦୀ ମହୋତ୍ସବ ଲୀଳା ଭିଆଇ ବାହୁଡ଼ାଦଶମୀରେ ନୀଳାଦ୍ରିକୁ ଫେରିଛନ୍ତି ଶ୍ରୀମନ୍ଦିରର ଅଧିଷ୍ଠାତା ନୀଳାଦ୍ରିବିହାରୀ ନୀଳାଦ୍ରୀଶ ନୀଳଶୈଳଶିରୋମଣି । ଅଧିକ ପଢ଼ନ୍ତୁ
22:32 PM
22:32 PM
22:11 PM
22:09 PM
22:05 PM
22:01 PM
22:00 PM
22:00 PM
21:59 PM
21:59 PM
21:59 PM
21:27 PM
21:20 PM
21:20 PM
21:03 PM
21:03 PM
21:02 PM
20:47 PM
20:46 PM
20:45 PM
20:45 PM
20:44 PM
20:44 PM
20:44 PM
20:43 PM
20:04 PM
20:04 PM
20:03 PM
20:02 PM
19:41 PM
19:36 PM
19:35 PM
19:24 PM
19:23 PM
19:23 PM
19:22 PM
19:22 PM
19:00 PM
18:57 PM
18:48 PM
18:47 PM
18:46 PM
18:45 PM
18:45 PM
18:44 PM
18:44 PM
18:43 PM
18:43 PM
18:41 PM
ଚାଲିଛି ନୀଳାଦ୍ରିନାଥଙ୍କ ନିଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି ଶ୍ରୀଜିଉ। ନବଦିନର ଘୋଷଯାତ୍ରା ପରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠାରୁ ଆରମ୍ଭ ହେବ ମହାବାହୁଙ୍କ ରତ୍ନସିଂହାସନ ଲୀଳା। ଦେଖନ୍ତୁ ଫଟୋ
18:13 PM
18:13 PM
17:54 PM
17:53 PM
17:53 PM
17:50 PM
17:45 PM
17:40 PM
17:36 PM
17:27 PM
17:20 PM
17:16 PM
17:13 PM
17:10 PM
17:06 PM
17:04 PM
16:57 PM
16:57 PM
ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ । ଏଥିପାଇଁ ସମସ୍ତ ରୀତିନୀତି ଆରମ୍ଭ ହୋଇଛି । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ମହାପ୍ରଭୁ। ଅଧିକ ପଢ଼ନ୍ତୁ
16:56 PM
16:39 PM
16:25 PM
ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ଦିନ। ବର୍ଷ ସାରା ରତ୍ନ-ସିଂହାସନରେ ବସି ଦେଶଦୁନିଆର ଖବର ବୁଝୁଥିବା କାଳିଆ ସାଆନ୍ତ, ନଅ ଦିନ ପାଇଁ କ୍ଷେତ୍ର-ପରିଦର୍ଶନରେ ଯାଇଥିଲେ।
ଆଜି ଅନ୍ତିମ ଦିନ। ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ। ଅଧିକ ପଢ଼ନ୍ତୁ
16:24 PM
ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନି। ଏହି ସମୟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ରହିଛି। ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ। ଏଥର ରୂପା ଛାଉଣୀ ହୋଇଥିବା ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅଧିକ ପଢ଼ନ୍ତୁ