ବାହୁଡାଯାତ୍ରା ୨୦୨୧ ଲାଇଭ୍ ଅପଡେଟ: ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

19:09 PM

ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ

Posted by:-
  • ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ପହଞ୍ଚିଲା ତିନି ରଥ । ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ୱାର ସମ୍ମୁଖରେ ଲାଗିଲା । ତିନି ରଥ ପହଞ୍ଚିବା ପରେ ସେବାୟତଙ୍କ ଗୀତଗୋବିନ୍ଦ ଗାନ । ଶହ ଶହ ସେବାୟତ ଏକସ୍ବରରେ ଗାଇଲେ ଗୀତଗୋବିନ୍ଦ

15:00 PM

ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର

Posted by:-
  • ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର

     

14:38 PM

ଦେଖନ୍ତୁ, ତିନି ରଥରେ ଗଜପତି ମହରାଜା ଛେରା ପହଁରା କରୁଥିବା ଦୃଶ୍ୟ

Posted by:-
  • ଦେଖନ୍ତୁ, ତିନି ରଥରେ ଗଜପତି ମହରାଜା ଛେରା ପହଁରା କରୁଥିବା ଦୃଶ୍ୟ

     

14:38 PM

ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ

Posted by:-
  • ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର। ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ଠାକୁରଙ୍କ ତିନି ରଥ। ଆଗରେ ବଳଭଦ୍ରଙ୍କ ତାଳଧ୍ୱଜ, ମଝିରେ ସୁଭଦ୍ରାଙ୍କ ଦର୍ପଦଳନ, ପଛରେ ଗହଳି ଲଗାଇ ଚାଲିଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ।
     

13:01 PM

ବିରଳ ରେକର୍ଡ କଲେ ପୁରୀ ଗଜପତି ମହାରାଜା

Posted by:-

12:29 PM

ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ

Posted by:-
  • ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ; ନବଦିନାତ୍ମକ ଯାତ୍ରା ସାରି ବାହୁଡୁଛନ୍ତି ତିନି ଠାକୁର, ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା; ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ।

12:20 PM

ତିନି ରଥରେ ଛେରା ପହଁରା ସେବା ଶେଷ

Posted by:-
  • ତିନି ରଥରେ ଛେରା ପହଁରା ସେବା ଶେଷ; ଛେରା ପହଁରା ସେବା ସାରି ବାହୁଡ଼ିଲେ ଗଜପତି, ଚାଲିଛି ତିନି ରଥରୁ ଚାରମାଳ ଫିଟା।

11:16 AM

ରଥରେ ଛେରା ପହଁରା ଆରମ୍ଭ

Posted by:-
  • ରଥଯାତ୍ରାର ଅନ୍ୟତମ ଆକର୍ଷଣ ଗଜପତି ମହରାଜାଙ୍କ ଛେରା ପହଁରା; ତିନି ରଥରେ ଛେରା ପହଁରା କରିବେ ଗଜପତି, ଗୋଟିଏ ପରେ ଗୋଟିଏ ରଥରେ ଛେରା ପହଁରା ଆରମ୍ଭ।

10:21 AM

ଶେଷ ହେଲା ତିନି ରଥରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ

Posted by:-
  • ଶେଷ ହେଲା ତିନି ରଥରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ; ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଶେଷ ହେଲା ପହଣ୍ଡି ବିଜେ।

10:19 AM

ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଦୃଶ୍ୟ 

Posted by:-
  • ଦେଖନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ଦୃଶ୍ୟ 

     

10:19 AM

ଦେଖନ୍ତୁ, ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ଦୃଶ୍ୟ 

Posted by:-
  • ଦେଖନ୍ତୁ, ଧାଡ଼ି ପହଣ୍ଡିରେ ମହାପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥକୁ ବିଜେ କରୁଥିବା ଦୃଶ୍ୟ 

     

10:14 AM

ଦେଖନ୍ତୁ, ଶ୍ରୀସୁଦର୍ଶନ ଦେବଦଳନ ରଥକୁ ବିଜେ କରୁଥିବା ଦୃଶ୍ୟ

Posted by:-
  • ଦେଖନ୍ତୁ, ଧାଡ଼ି ପହଣ୍ଡିରେ ପ୍ରଭୁ ଶ୍ରୀସୁଦର୍ଶନ ଦେବଦଳନ ରଥକୁ ବିଜେ କରୁଥିବା ଦୃଶ୍ୟ

     

09:04 AM

ରଥାରୁଢ ହେଲେ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା

Posted by:-
  • ରଥାରୁଢ ହେଲେ ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା; ବଡ଼ଠାକୁର ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ; ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଲିଛି ନୀତିକାନ୍ତି

08:08 AM

ଆରମ୍ଭ ହେଲା ଶ୍ରୀଜିଉଙ୍କର ପହଣ୍ଡି ବିଜେ

Posted by:-
  • ଆରମ୍ଭ ହେଲା ଶ୍ରୀଜିଉଙ୍କର ପହଣ୍ଡି ବିଜେ। ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ପରେ ଆରମ୍ଭ ହେଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ।

08:05 AM

ବିନା ଭକ୍ତରେ ଶ୍ରୀମନ୍ଦିର ବାହୁଡ଼ିବେ ମହାବାହୁ

Posted by:-

07:22 AM

#ଆଜି_ପବିତ୍ର_ବାହୁଡ଼ା_ଯାତ୍ରା

Posted by:-
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡ଼ିବେ ମହାବାହୁ। ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ତିନିରଥ। କୋଭିଡ୍ କଟକଣା ମଧ୍ୟରେ ଚାଲିଛି ସମସ୍ତ ନୀତିକାନ୍ତି। ମଧ୍ୟାହ୍ନ ୧୨ଟା ସୁଦ୍ଧା ଆରମ୍ଭ ହେବ ପହଣ୍ଡି, ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରା ପହଁରା; ଅପରାହ୍ନ ୪ଟା ସୁଦ୍ଧା ରଥଟଣା ହେବା ନେଇ ନୀତି ନିର୍ଘଣ୍ଟ

17:03 PM

ବାହୁଡା ପାଇଁ ପ୍ରସ୍ତୁତି,ସମୀକ୍ଷା ବୈଠକରେ ଆଲୋଚନା

Posted by:-
  • ବାହୁଡାଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତନିବାସରେ ବସିଥିଲା ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ । 

     

    ଆହୁରି ପଢନ୍ତୁ ..

14:28 PM

ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି : ବଡ଼ଦାଣ୍ଡର ହୋଟେଲ, ଲଜିଂ ବନ୍ଦ ପାଇଁ ନିର୍ଦ୍ଦେଶ

Posted by:-
  • ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ।  ବଡ଼ଦାଣ୍ଡର ସବୁ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ମାଲିକମାନେ ଲିଖିତ ଭାବେ ପୋଲିସକୁ ଜଣାଇବେ।

     

    ଆହୁରି ପଢନ୍ତୁ ....

12:13 PM

ସୋମବାର ରାତି ୮ଟାରୁ ପୁରୀ ସହରରେ ଲାଗୁ ହେବ କର୍ଫ୍ୟୁ

Posted by:-
  • ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ କର୍ଫ୍ୟୁ ଲାଗୁ କରାଯିବ। ସୋମବାର ରାତି ୮ଟାରୁ କର୍ଫ୍ୟୁ ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଶ୍ରୀଗୁଣ୍ଡିଚା ବେଳେ ଯେମିତି ଛାତ ଉପରୁ ରଥ ଦେଖିବା ମନା ଥିଲା, ବାହୁଡ଼ା ଯାତ୍ରାରେ ମଧ୍ୟ ସେହି ନିୟମ ଲାଗୁ ହେବ।

     

    ଆହୁରି ପଢନ୍ତୁ ...

12:13 PM

ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ

Posted by:-
  • ବଡ଼ଠାକୁରଙ୍କ ବାହୁଡ଼ାଯାତ୍ରା ପ୍ରସ୍ତୁତି ଆରମ୍ଭ । ଆସିଲା ଶ୍ରୀଜୀଉଙ୍କ ଆଜ୍ଞାମାଳ। ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଆରମ୍ଭ।

12:13 PM

ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗନ୍ତି ମହାଲକ୍ଷ୍ମୀ

Posted by:-
  • ହେରାଗୋହରୀ ସାହି ଦେଇ ସେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ମହାଲକ୍ଷ୍ମୀ । ଏହି ସମୟରେ ସେ ମହାପ୍ରଭୁଙ୍କ ଉପରେ ରାଗ ଜର୍ଜ୍ଜରିତ ହୋଇ ନନ୍ଦିଘୋଷ ରଥର ହଂସପଟାର କିଛି ଅଂଶ ଭାଙ୍ଗି ଦେଇଥାନ୍ତି । 

     

    ଜାଣନ୍ତୁ କାହିଁକି ଏପରି କରନ୍ତି ମା ....

18:02 PM

ସଫଳ ରଥଯାତ୍ରା ଆୟୋଜନ ପାଇଁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜ

Posted by:-
  • କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି।

     

    ଆହୁରି ପଢନ୍ତୁ