ଘରେ କିପରି ତିଆରି କରିବେ ଟୋଫୁ ଜାଣନ୍ତୁ… Photograph: (OTV)
ବର୍ତ୍ତମାନ ସମୟରେ ଅନେକ ଶାକାହାରୀ ହେବାକୁ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଶାକାହାରୀମାନେ ଅନେକ ସମୟରେ ପ୍ରୋଟିନ୍ କମ୍ ସମସ୍ୟାର ଶିକାର ହୋଇପାରନ୍ତି। ଏନେଇ ଉଚ୍ଚ ପ୍ରୋଟିନ୍ ପାଇଁ ଟୋଫୁ ଖାଇବା ଜରୁରୀ ବୋଲି ବିଶେଷନଜ୍ଞମାନେ ମତ ଦିଅନ୍ତି।
ଟୋଫୁ ହେଉଛି ସୋୟାବିନ୍ରୁ ତିଆରି ହୋଇଥିବା ଏକ ଉଦ୍ଭିଦ ଆଧାରିତ ପ୍ରୋଟିନ୍ ଖାଦ୍ୟ। ଏହାକୁ “ସୋୟା ପନିର୍” ମଧ୍ୟ କୁହାଯାଏ। ଏଥିରେ ଉଚ୍ଚ ପ୍ରୋଟିନ୍, କ୍ୟାଲସିୟମ୍, ଜୀରୋ କୋଲେଷ୍ଟେରଲ୍, ଆଇରନ୍, ମ୍ୟାଗ୍ନେସିୟମ୍ ଆଦି ଭତପୂର ଥାଏ।
ଏଥିରୁ କମ୍ କ୍ୟାଲୋରି ମିଳୁଥିବାରୁ ଓଜନ କମାଇବାରେ ସାହାଯ୍ୟକରେ। ଏହା ସହିତ ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖେ। ଡାୟାବେଟିସ୍ ରୋଗୀଙ୍କ ପାଇଁ ଏହା ଖୁବ୍ ଭଲ। ମାଂସର ଏହା ଏକ ଉତ୍ତମ ବିକଳ୍ପ। ମାଂସପେଶୀ ବିକାଶରେ ଏହା ସାହାଯ୍ୟ କରେ। ତେବେ ଏହାକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା।
ଆବଶ୍ୟକ ସାମଗ୍ରୀ.
• ସୋୟାବିନ୍ – ୧ କପ୍
• ପାଣି – ଆବଶ୍ୟକ ଅନୁସାରେ
• ଲେମ୍ବୁ ରସ / ଭିନେଗାର – ୨ ରୁ ୩ ଚାମଚ
ବନାଇବା ପ୍ରକ୍ରିୟା:
- ସୋୟାବିନକୁ ଭଲ ଭାବେ ଧୋଇ ୮–୧୦ ଘଣ୍ଟା (କିମ୍ବା ରାତିସାରା) ପାଣିରେ ଭିଜାଇ ରଖନ୍ତୁ।
- ଭିଜା ସୋୟାବି ସୋୟାବିନକୁ ମିକ୍ସରରେ ପାଣି ଦେଇ ପତଳା ପେଷ୍ଟ ତିଆରି କରନ୍ତୁ।
- ଏହାକୁ ଛାଣି ସୋୟା କ୍ଷୀର ବାହାର କରନ୍ତୁ
- ଏହାକ ଏକ ପାତ୍ରରେ ନେଇ ୩–୪ କପ ପାଣି ଦେଇ ଭଲରେ ଫୁଟାନ୍ତୁ।
- ୫–୭ ମିନିଟ୍ ଭଲରେ ଫୁଟିଲା ପରେ ନିଆଁ କମ୍ କରନ୍ତୁ।
- ଗରମ ସୋୟା କ୍ଷୀରରେ ଲେମ୍ବୁ ରସ / ଭିନେଗାର ପକାନ୍ତୁ ଏବଂ ଏହାକୁ ଧିରେ ଧିରେ ଘାଣ୍ଟନ୍ତୁ।
- କିଛି ସମୟରେ ପରେ କ୍ଷୀର ଛିଣ୍ଟିଯିବ ଏବଂ ପାଣି ଅଲଗା ହୋଇଯିବ।
- ଜମା ଭାଗକୁ କପଡ଼ାରେ ରଖି ଚାପ ଦେଇ ପାଣି ବାହାର କରନ୍ତୁ।
- ଉପରେ ଭାରି ଜିନିଷ ରଖି ୨୦–୩୦ ମିନିଟ୍ ଛାଡ଼ିଦିଅନ୍ତୁ।
- ଏବେ ଆପଣଙ୍କର ଘରୋଇ ଟୋଫୁ ପ୍ରସ୍ତୁତ। ଏହାକୁ ଛୋଟ ଛୋଟ୍ ପିସ୍ କରି ଭଜା, ଝୋଳ, ତରକାରୀ କିମ୍ବା, ସାଲାଡ୍ ଆଦି କରି ଖାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/30/how-to-make-tofu-in-home-2026-01-30-17-26-26.jpg)