Smart Home Photograph: (OTV)
ସ୍ମାର୍ଟଫୋନ, ସ୍ମାର୍ଟୱାଚ, ସ୍ମାର୍ଟକ୍ୟାମେରା, ସ୍ମାର୍ଟଲାଇଟ, ସ୍ମାର୍ଟଟିଭି ପରି ଡିଭାଇସ ବ୍ୟବହାର କରିବା ଆଜିକାଲି ଖୁବ ସାଧାରଣ କଥା । ଇଣ୍ଟରନେଟର ବର୍ଦ୍ଧିତ ବ୍ୟବହାର ସହିତ କେବଳ ଘଣ୍ଟା ଏବଂ ଫୋନ୍ ନୁହେଁ, ଅନେକ ଜିନିଷ ସ୍ମାର୍ଟ ହୋଇଯାଇଛି । ଅନ୍ୟପଟେ ବର୍ତ୍ତମାନ ସମୟରେ କେବଳ ଗ୍ୟାଜେଟ ନୁହେଁ ସମ୍ପୂର୍ଣ୍ଣ ଘର ବି ସ୍ମାର୍ଟ ହୋଇପାରୁଛି । ସ୍ମାର୍ଟହୋମ ଶବ୍ଦ ଅନେକଙ୍କ ପାଇଁ ନୂଆ ନୁହେଁ । ୪୨ ରୁ ୬୫ ବର୍ଷ ବୟସର ୬୫% ଲୋକ ଏବେ ହାଇଟେକ୍ ଘର ପସନ୍ଦକରୁଛନ୍ତି, ଯେଉଁଥିରେ ଏଆଇ ଆସିଷ୍ଟାଣ୍ଟ, ଜଳବାୟୁ ନିୟନ୍ତ୍ରଣ ପ୍ରଣାଳୀ ଏବଂ IoT (ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍) ଭଳି ଆଧୁନିକ ସୁବିଧା ରହିଛି । ଧୀରେ ଧୀରେ ସ୍ମାର୍ଟହୋମ ଟେକ୍ନୋଲୋଜି ଦ୍ରୁତ ଗତିରେ ଲୋକଙ୍କର ମଧ୍ୟରେ ଆଦୃତ ହେବାରେ ଲାଗିଲାଣି ।
ସ୍ମାର୍ଟହୋମ ଟେକ୍ନୋଲୋଜି କ’ଣ ?
ସ୍ମାର୍ଟ ହୋମ୍ ଟେକ୍ନୋଲୋଜିର ଅର୍ଥ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଏବଂ ସିଷ୍ଟମ୍ ଇଣ୍ଟରନେଟ୍ ଏବଂ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସହିତ ସଂଯୁକ୍ତ ଘର । ମୋବାଇଲ୍ ଆପ୍ କିମ୍ବା ଭଏସ୍ କମାଣ୍ଡ ବ୍ୟବହାର କରି ଘରର ଲାଇଟ୍, ଫ୍ୟାନ୍, ଏୟାର କଣ୍ଡିସନର, ସୁରକ୍ଷା କ୍ୟାମେରା, ଦ୍ୱାର ତାଲା ଏବଂ ଅନ୍ୟାନ୍ୟ ଉପକରଣଗୁଡ଼ିକୁ ନିୟନ୍ତ୍ରଣ କରିପାରିବ। ହୋମ୍ ଅଟୋମେସନ୍ ମାଧ୍ୟମରେ ଆପଣ ଆପଣଙ୍କ ଘରର ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ସ୍ୱୟଂଚାଳିତ ଏବଂ ସ୍ମାର୍ଟ ଉପାୟରେ ନିୟନ୍ତ୍ରଣ କରିପାରିବେ, ଯାହା ଦ୍ୱାରା ଆପଣ ବିଦ୍ୟୁତ୍, ପାଣି, ଗ୍ୟାସ୍ ଇତ୍ୟାଦି ସଞ୍ଚୟ କରିପାରିବେ ଏବଂ ସେଗୁଡ଼ିକର ବ୍ୟବହାର ସହଜ ହୋଇପାରିବ ।
ଏପରି ଘରେ ରେଫ୍ରିଜରେଟର ସ୍ୱୟଂଚାଳିତ ଭାବରେ ସାମଗ୍ରୀ ସ୍କାନ କରି ନୂଆ ନୂଆ ବ୍ୟଞ୍ଜନ ପ୍ରସ୍ତୁତିର ପରାମର୍ଶ ଦେଇପାରିବେ। ଆପଣଙ୍କର ଏୟାର କଣ୍ଡିସନର ଆପଣଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ ଅନୁସାରେ କୁଲିଂ ଆଡଜଷ୍ଟ କରିବାକୁ ସକ୍ଷମ ଏବଂ ଘରର ନକ୍ସା ପ୍ରସ୍ତୁତ କରି ରୋବୋଟିକ୍ ଭେକ୍ୟୁମ୍ କ୍ଲିନର ସଫେଇ କରିପାରୁଛି । ଏସବୁ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT) ପ୍ରଯୁକ୍ତିବିଦ୍ୟା ଦ୍ୱାରା ସମ୍ଭବ ହୋଇ ପାରିଛି, ଯେଉଁଥିରେ ସେନ୍ସର ଏବଂ ଇଣ୍ଟରନେଟ୍ ସଂଯୋଗ ପ୍ରତ୍ୟେକ ଡିଭାଇସକୁ ଡାଟା ସଂଗ୍ରହ କରି କ୍ଲାଉଡ୍ ମାଧ୍ୟମରେ ସେୟାର କରିବାକୁ ସକ୍ଷମ କରିଥାଏ ।
ଏସବୁ ଟେକ୍ନୋଲୋଜି ପାଇଁ ଲୋକଙ୍କ ଜୀବନଧାରଣ ଶୈଳୀ ଅନେକମାତ୍ରାରେ ସରଳ ହୋଇଥିବା ବେଳେ ଏହା ପଛର ବିପଦକୁ କିନ୍ତୁ ଏଡ଼ାଇ ହେବନାହିଁ । ଏସମସ୍ତ ସୁବିଧା ବଡ଼ ସାଇବର ବିପଦକୁ ମଧ୍ୟ ଡାକିଆଣେ । ଉଦାହରଣ ସ୍ୱରୂପ ଆପଣଙ୍କର ସ୍ମାର୍ଟ ରେଫ୍ରିଜରେଟର ହ୍ୟାକ୍ ହୋଇଗଲେ, ଏହା ଆପଣଙ୍କର ଇମେଲ୍ କିମ୍ବା କ୍ୟାଲେଣ୍ଡର ଡାଟାକୁ ପ୍ରକାଶ କରିପାରେ। କ୍ୟାମେରା ଏବଂLIDAR ସେନ୍ସର ଖଞ୍ଜା ରୋବୋଟିକ୍ ଭାକ୍ୟୁମ୍ କ୍ଲିନର୍, ହ୍ୟାକ୍ ହେଲେ ଆପଣଙ୍କ ଘରର ଚିତ୍ର ବାହାରେ ପ୍ରଘଟ ହେବାର ଅନେକ ସମ୍ଭାବନା ରହିଛି ।
ଏପରିକି ଆପଣଙ୍କ ଘରେ ଲାଗିଥିବା ସ୍ମାର୍ଟଟିଭି ମଧ୍ୟ ସୁରକ୍ଷିତ ନୁହେଁ । ଏଥିରେ ଲାଗିଥିବା ମାଇକ ଓ ଲଗ-ଇନ ଆକାଉଣ୍ଟ ହ୍ୟାକର୍ସ ହାତରେ ଲାଗିବାର ଅନେକ ସମ୍ଭାବନା ଥାଏ । ଉଦାହରଣ ସ୍ୱରୂପ, ୨୦୧୬ରେ ଲକ୍ଷ ଲକ୍ଷ ଅସୁରକ୍ଷିତ ଡିଭାଇସର ବ୍ୟବହାର ଯୋଗୁଁ ମିରାଇ ବାଟନେଟ ଆଟାକ ହୋଇଥିଲା, ଯାହା ସାରା ବିଶ୍ୱରେ ଇଣ୍ଟରନେଟ୍ ସେବାକୁ ପ୍ରଭାବିତ କରିଥିଲା।
କ’ଣ କହନ୍ତି ଏକ୍ସପର୍ଟ ?
ଏଭଳି ସାଇବର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଚିତ ପଦକ୍ଷେପ ନେବା ଜରୁରୀ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଡିଫଲ୍ଟ ପାସୱାର୍ଡକୁ ମଜଭୁତ ଓ ଅତ୍ୟନ୍ତ ଭିନ୍ନ ରଖିବାକୁ ପଡ଼ିବ । କିଛି ସ୍ମାର୍ଟ ଡିଭାଇସ୍ ନିର୍ମାତା ଏବେ ନିୟମିତ ଫାର୍ମୱେର୍ ଅପଡେଟ୍ ପଠାନ୍ତି, ସେଗୁଡ଼ିକୁ ତୁରନ୍ତ ଅପଡେଟ କରିବାର ଆବଶ୍ୟକତା ରହିଛି ।
ୱାଇଫାଇ ରାଉଟରରେ IoT ଉପକରଣ ପାଇଁ ଭିନ୍ନ ଗେଷ୍ଟ ନେଟୱର୍କ ତିଆରି କରନ୍ତୁ । ଫଳରେ ହ୍ୟାକର ଆପଣଙ୍କ ଲ୍ୟାପଟପ, ଫୋନରେ ଥିବା ବ୍ୟକ୍ତିଗତ ଫାଇଲ ପର୍ଯ୍ୟନ୍ତ ପହଞ୍ଚିପାରିବେ ନାହିଁ ହ୍ୟାକର । ସ୍ମାର୍ଟଓଭେନର ରିମୋଟ ଓ ଫ୍ରିଜର ଭଏସ କଣ୍ଟ୍ରୋଲ ପରି ଅଧିକ ସମୟ ଧରି ବ୍ୟବହାର କରୁନଥିବା ଫିଚରକୁ ସବୁବେଳେ ବନ୍ଦ ରଖନ୍ତୁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୌଣସି ବି ନୂତନ ଡିଭାଇସ କିଣିବା ପୂର୍ବରୁ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଉଥିବା ସିକ୍ୟୁରିଟି ପ୍ୟାଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ସ୍ମାର୍ଟ ଡିଭାଇସ୍ ଆମ ଜୀବନକୁ ସହଜ କରୁଛି, କିନ୍ତୁ ବିପଦ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଯଦି ଆପଣ ଟିକିଏ ସାଇବର ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣଙ୍କ ଘର ସ୍ମାର୍ଟ ଏବଂ ସୁରକ୍ଷିତ ରହିବ।
ସ୍ମାର୍ଟ ହୋମ୍ ଡିଭାଇସଗୁଡ଼ିକୁ କିପରି ସୁରକ୍ଷିତ ରଖିବେ?
ବିଶେଷଜ୍ଞଙ୍କ ଅନୁସାରେ ଏଥିପାଇଁ ଏକ ସରଳ ୮ ସୋପାନ ବିଶିଷ୍ଟ ଚେକଲିଷ୍ଟକୁ ଫଲୋ କରିବାକୁ ପଡ଼ିବ, ଯେଉଁଥିରେ ପାସୱାର୍ଡ ପରିବର୍ତ୍ତନ, ଡିଭାଇସ୍ ସୁରକ୍ଷା ଏବଂ ନିୟମିତ ଅପଡେଟ ଆଦି ସାମିଲ ରହିଛି ।
- ଡିଫଲ୍ଟ ପାସୱାର୍ଡର ପରିବର୍ତ୍ତନ
ପ୍ରତ୍ୟେକ ଡିଭାଇସ୍ ପାଇଁ ଏକ ଦୃଢ଼ ଏବଂ ଅନନ୍ୟ ପାସୱାର୍ଡ ସୃଷ୍ଟି କରନ୍ତୁ। Admin କିମ୍ବା ୧୨୩୪୫୬ ଭଳି ସାଧାରଣ ପାସୱାର୍ଡ ବ୍ୟବହାର କରନ୍ତୁ ନାହିଁ।
- ଟୁ ଫ୍ୟାକ୍ଟର ଅଥେଣ୍ଟିଫିକେସନ (2FA) ଚାଲୁ ରଖନ୍ତୁ, ଯେଉଁଠି ସମ୍ଭବ ଏସଏମଏସ କିମ୍ବା ଅଥେଣ୍ଟିକେଟର ଆପର ବ୍ୟବହାର କରନ୍ତୁ ।
- ସଫ୍ଟୱେର୍/ଫାର୍ମୱେର୍ ଅପଡେଟ୍ ରଖନ୍ତୁ
ଆପଣଙ୍କ ଡିଭାଇସକୁ ନିୟମିତ ଭାବରେ ଅପଡେଟ୍ କରନ୍ତୁ
- ଅବ୍ୟବହୃତ ଫିଚରକୁ ବନ୍ଦ କରନ୍ତୁ
ଆବଶ୍ୟକ ନ ଥିଲେ ରିମୋଟ୍ ଆକ୍ସେସ୍, ମାଇକ୍ରୋଫୋନ୍ କିମ୍ବା କ୍ୟାମେରାକୁ ବନ୍ଦ କରନ୍ତୁ।
- ଡିଭାଇସ୍ ଉପରେ ନଜର ରଖନ୍ତୁ
ଆପଣଙ୍କ ନେଟୱାର୍କ ସହିତ କୌଣସି ଅଜଣା ଡିଭାଇସ୍ ସଂଯୋଗ ହୋଇଛି କି ନାହିଁ, ଦେଖିବା ପାଇଁ ଆପଣଙ୍କର ରାଉଟର୍ ଆପ୍ ଯାଞ୍ଚ କରନ୍ତୁ।
- ବିଶ୍ୱସ୍ତ ବ୍ରାଣ୍ଡରୁ ଡିଭାଇସ୍ କିଣନ୍ତୁ
ନିୟମିତ ସୁରକ୍ଷା ଅପଡେଟ୍ ପ୍ରଦାନ କରୁଥିବା ଏବଂ ଭଲ ଗୋପନୀୟତା ନୀତି ଥିବା ଜଣାଶୁଣା ବ୍ରାଣ୍ଡର ଉତ୍ପାଦ ଖୋଜନ୍ତୁ। ଡିଭାଇସ ପାଇଁ ଅଲଗା ୱାଇଫାଇ ନେଟୱର୍କ ନିଅନ୍ତୁ
ଗେଷ୍ଟ କିମ୍ବା ନାମରେ ଭିନ୍ନ ନେଟୱର୍କ ତିଆରି କରନ୍ତୁ, ଯଦ୍ୱାରା ଆପଣଙ୍କ ଫୋନ ଓ ଲ୍ୟାପଟପ ସୁରକ୍ଷିତ ହୋଇପାରିବ ।
- ରାଉଟରକୁ ସୁରକ୍ଷିତ ରଖନ୍ତୁ
ରାଉଟରର ଡିଫଲ୍ଟ ପାସୱାର୍ଡ ପରିବର୍ତ୍ତନ କରନ୍ତୁ ଏବଂ WPA3 କିମ୍ବା ଏନକ୍ରିପ୍ସନକୁ ଚାଲୁ କରନ୍ତୁ। WPS (Wi-Fi ସୁରକ୍ଷିତ ସେଟଅପ୍) ବନ୍ଦ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/02/smart-home-2025-10-02-15-07-52.jpg)