Advertisment

Serve the Delicacy: ଏହି ରେସିପିରେ ବନାନ୍ତୁ ନରମ ଏଣ୍ଡୁରି , ଜାଣନ୍ତୁ କାହିଁକି ବ୍ୟବହାର କରାଯାଏ ହଳଦୀ ପତ୍ର

ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହେଉଥିବା ପ୍ରଥମାଷ୍ଟମୀକୁ ପଢୁଆଁଷ୍ଟମୀ ମଧ୍ୟ କୁହାଯାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା।

enduri pitha

enduri pitha Photograph: (OTV)

Advertisment

ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହେଉଥିବା ପ୍ରଥମାଷ୍ଟମୀକୁ ପଢୁଆଁଷ୍ଟମୀ ମଧ୍ୟ କୁହାଯାଏ। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଇ, ଏହି ମାସରୁ ବର୍ଷ ଆରମ୍ଭ ହେଉଥିଲା। ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି। ତେବେ ପ୍ରାୟ ପୂଜା ପାର୍ବଣ ଦେବଦେବୀଙ୍କୁ ସମ୍ମାନ ପାଇଁ କରାଯାଉଥିବାବେଳେ ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରାଯାଇଥାଏ ।ଏହି ଦିନ ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ।

Advertisment

ପ୍ରଥମାଷ୍ଟମୀ ଆସିଲେ ମନେପଡିଯାଏ ପରମ୍ପରାର ପିଠା ଏଣ୍ଡୁରି। ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ଏକ ବିଶେଷତ୍ୱ। ଅନ୍ୟ କୌଣସି ପିଠାରେ ହଳଦୀ ପତ୍ର ବ୍ୟବହୃତ ହୁଏ ନାହିଁI

ପ୍ରସ୍ତୁତି ପ୍ରଣାଳି

ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ, ଚିନି ଆଦିକୁ ମିଶାଇ କେଇଘଣ୍ଟା ରଖାଯାଏ। ଗୋଟିଏ ହାଣ୍ଡିର ମୁହଁରେ କନାବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖାଯାଏ। ଏହାକୁ ‘ଅଥରା ହାଣ୍ଡି’ କୁହାଯାଏ। ଏହି ଅଥରାହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ I କିଛି ସମୟ ପରେ ବାମ୍ଫ ଭିତରେ ପିଠା ସିଝିଗଲେ, ତାକୁ କଢାଯାଏ। ଏବେ ଏଣ୍ଡୁରି ପିଠା ପ୍ରସ୍ତୁତ। ଏହା ଦେଖିବାକୁ ଲମ୍ବା ଓ ନରମ ହୋଇଥାଏ।

Advertisment

ବୈଜ୍ଞାନିକ କାରଣ

ହଳଦୀ ପତ୍ରର ବିଶେଷ ମହତ୍ତ୍ୱ ରହିଛି। ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଖାଇଲେ ଶରୀରରେ ଥିବା ଅନେକ ଚର୍ମ ରୋଗ ଭଲ ହୋଇଥାଏ। ଶୀତଋତୁ ଯୋଗୁଁ ଜଳବାୟୁ ଶୁଷ୍କ ହୋଇଯାଇଥାଏ। ଏହି କାରଣରୁ ଚର୍ମ ଶୁଷ୍କ ହୋଇ ବିଭିନ୍ନ ଚର୍ମ ରୋଗର ଆଶଙ୍କା ବଢେଇଦିଏ। ଏଥିରୁ ରକ୍ଷା ପାଇବା ପାଇଁ ଆମ ପରମ୍ପରାରେ ହଳଦୀପତ୍ର ଦିଆ ଏଣ୍ଡୁରି ପିଠାର ମହତ୍ତ୍ୱ ରହିଛି।

ଭାରତୀୟ ଧର୍ମ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ହଳଦୀର ଯେମିତି ଗୁରୁତ୍ୱ ରହିଛି ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱ ରହିଛି। ହଳଦୀକୁ ମଧ୍ୟ ସର୍ବରୋଗହାରୀ କୁହାଯାଏ। ଏହା ଏକ ଉଚ୍ଚମାନର ବିଶୋଧକ। ଶରୀରରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁମାନଙ୍କୁ ହଳଦୀ ସହଜରେ ନିର୍ମୂଳ କରିପାରେ।
ହଳଦୀ ଆୟୁର୍ବେଦର ଏହା ଏକ ଉତ୍ତମ ଆଣ୍ଟିବାୟୋଟିକ। ନିୟମିତ ହଳଦୀ, ଗୁଡ଼ ଖାଉଥିବା ବ୍ୟକ୍ତି ନିଜକୁ ଅନେକ ରୋଗରୁ ରକ୍ଷା କରିପାରନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ