Advertisment

ପାଣ୍ଡବମାନେ ହିଁ ନିର୍ମାଣ କରିଥିଲେ କେଦାରନାଥ ଧାମ, ଜାଣନ୍ତୁ କାହଁକି?

ବିଶ୍ୱ ପ୍ରସିଦ୍ଧ ଭଗବାନ କେଦାରନାଥ ଧାମ ବିଧି ବିଧାନ ଓ ପୂଜା ଅର୍ଚ୍ଚନା ପରେ ଆଜି ସକାଳ ୫ ଟାରେ ଖୋଲାଯାଇଛି। ଦ୍ଵାର ଖୋଲିବା ଅବସରରେ ଏଠାରେ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ଅଭାବ ସ୍ପଷ୍ଟ ଭାବେ ଦେଖାଯାଇଥିଲା। କରୋନା ସଙ୍କଟ…

ଅଦ୍ୟତନ ହୋଇଛି
ପାଣ୍ଡବମାନେ ହିଁ ନିର୍ମାଣ କରିଥିଲେ କେଦାରନାଥ ଧାମ, ଜାଣନ୍ତୁ କାହଁକି?
Advertisment

ବିଶ୍ୱ ପ୍ରସିଦ୍ଧ ଭଗବାନ କେଦାରନାଥ ଧାମ ବିଧି ବିଧାନ ଓ ପୂଜା ଅର୍ଚ୍ଚନା ପରେ ଆଜି ସକାଳ ୫ ଟାରେ ଖୋଲାଯାଇଛି। ଦ୍ଵାର ଖୋଲିବା ଅବସରରେ ଏଠାରେ ତୀର୍ଥଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ଅଭାବ ସ୍ପଷ୍ଟ ଭାବେ ଦେଖାଯାଇଥିଲା। କରୋନା ସଙ୍କଟ କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା। ତେବେ କେଦାରନାଥ ମନ୍ଦିରକୁ ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ହିନ୍ଦୁ ଧର୍ମରେ, ହିମାଳୟର କୋଳରେ ଅବସ୍ଥିତ କେଦାରନାଥ ଧାମ ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଗୋଟିଏ ବୋଲି ପରିଗଣିତ ହୁଏ।

Advertisment

ହିନ୍ଦୁ ପୁରାଣରେ ବର୍ଷର ପ୍ରାୟ ୬ ମାସ ତୁଷାରପାତରେ ଆବୃତ ଏହି ପବିତ୍ର ମନ୍ଦିର ଭଗବାନ ଶିବଙ୍କ ବାସସ୍ଥାନ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ଏଠାରେ ଭଗବାନ ଶିବ ସବୁବେଳେ ଏକ ତ୍ରିକୋଣ ଶିବଲିଙ୍ଗ ଭାବରେ ବାସକରନ୍ତି। ଉଲ୍ଲେଖଥାଉ କି, ଏହି ଧାମ ସହିତ ଜଡିତ ଅନେକ କାହାଣୀ ପୁରାଣ ଗ୍ରନ୍ଥରେ ମିଳିଥାଏ, କିନ୍ତୁ ଆଜି ଆମେ ମହାଭାରତର ଏହି ଧାମ ସହିତ ଜଡିତ ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ। ଏହି କାହାଣୀରେ କୁହାଯାଇଛି ଯେ ଭଗବାନ ଶିବ ଏଠାରେ ପାଣ୍ଡବମାନଙ୍କୁ ଦର୍ଶନ ଦେଇଥିଲେ। ଏହା ପରେ ପାଣ୍ଡବମାନେ ଏଠାରେ ଏହି ଧାମ ପ୍ରତିଷ୍ଠା କରିଥିଲେ।

publive-image
Source : India Today

ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ କରାଯାଇଥିବା କିମ୍ବଦନ୍ତୀ ଅନୁଯାୟୀ ମହାଭାରତ ଯୁଦ୍ଧରେ ବିଜୟ ପରେ ପାଣ୍ଡବଙ୍କ ଜ୍ୟେଷ୍ଠ ଯୁଧିଷ୍ଠିର ହସ୍ତିନାପୁରର ରାଜା ଭାବରେ ମୁକୁଟ ପିନ୍ଧିଥିଲେ। ଏହା ପରେ ଯୁଧିଷ୍ଠିର ପ୍ରାୟ ଚାରି ଦଶନ୍ଧି ଧରି ହସ୍ତିନାପୁର ଶାସନ କରିଥିଲେ। ଏହି ସମୟରେ ଦିନେ ପାଞ୍ଚ ପାଣ୍ଡବ ଭଗବାନ କୃଷ୍ଣଙ୍କ ସହ ବସି ମହାଭାରତ ଯୁଦ୍ଧର ସମୀକ୍ଷା କରୁଥିଲେ। ସମୀକ୍ଷାରେ ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ- ହେ ନାରାୟଣ! ଆମ ସବୁ ଭାଇଙ୍କ ଉପରେ ବ୍ରହ୍ମହତ୍ୟା ସହିତ ନିଜ ଭାଇ ବାନ୍ଧବଙ୍କୁ ହତ୍ୟା କରିବାର କଳଙ୍କ ଲାଗିଛି। ଏହି କଳଙ୍କକୁ କିପରି ଦୂର କରାଯାଇ ପାରିବ?

Advertisment

ଏ କଥା ଶୁଣି ଶ୍ରୀକୃଷ୍ଣ ପାଣ୍ଡବଙ୍କୁ କହିଥିଲେ ଯେ ଏହା ସତ୍ୟ ଯେ ତୁମେ ଯୁଦ୍ଧରେ ଜିତିଲେ ମଧ୍ୟ ତୁମର ଗୁରୁ ଏବଂ ଭାଇ ବନ୍ଧୁଙ୍କୁ ହତ୍ୟା କରି ତୁମେ ପାପର ଅଂଶୀଦାର ହୋଇଛ। ଏହି ପାପଗୁଡ଼ିକରୁ ମୁକ୍ତି ମିଳିବା ଅସମ୍ଭବ। କେବଳ ମହାଦେବ ଏହି ପାପରୁ ମୁକ୍ତି କରିପାରିବେ। ତେଣୁ ମହାଦେବଙ୍କ ଶରଣକୁ ଯାଅ। ଏହା କରି ଶ୍ରୀକୃଷ୍ଣ ଦ୍ୱାରକାକୁ ଫେରିଗଲେ।

publive-image
Source : Wikipedia

ଏହା ପରେ ପାଣ୍ଡବମାନେ ପାପର ପ୍ରାୟଶ୍ଚିତ ପାଇଁ ଚିନ୍ତା କରିବା ଆରମ୍ଭକଲେ ଏବଂ ସେମାନଙ୍କ ମନେ ମନେ ଭାବିଲେ ଯେ କେବେ ରାଜପାଠ ଛାଡି ସେମାନେ ଭଗବାନ ଶିବଙ୍କ ଶରଣକୁ ଯିବେ। ଏହି ସମୟରେ ଦିନେ ପାଣ୍ଡବମାନେ ଜାଣିବାକୁ ପାଇଲେ ଯେ ବାସୁଦେବ କୃଷ୍ଣ ତାଙ୍କ ଶରୀର ଛାଡି ଦେଇଛନ୍ତି ଏବଂ ସେ ତାଙ୍କ ପରମଧାମକୁ ଫେରିଯାଇଛନ୍ତି। ଏହା ଶୁଣି ପାଣ୍ଡବମାନେ ମଧ୍ୟ ପୃଥିବୀରେ ରହିବାକୁ ଉପଯୁକ୍ତ ମନେ କଲେ ନାହିଁ। ଗୁରୁ, ପିତାମହ ଓ ସଖା ସମସ୍ତେ ତ ଯୁଦ୍ଧକ୍ଷେତ୍ରରେ ହିଁ ଛାଡିଚାଲିଯାଇଥିଲ। ମାତା, ଜ୍ୟେଷ୍ଠ, ବାପା ଓ କାକା ବିଦୁର ମଧ୍ୟ ବନବାସରେ ଚାଲି ଯାଇଥିଲେ। ସବୁବେଳେ ସାହାଯ୍ୟ କରୁଥିବା କୃଷ୍ଣ ମଧ୍ୟ ଆଉ ନ ନାହାନ୍ତି। ଏଭଳି ପରିସ୍ଥିତିରେ ପାଣ୍ଡବମାନେ ପରୀକ୍ଷିତଙ୍କୁ ରାଜ୍ୟ ହସ୍ତାନ୍ତର କରି ଦ୍ରୌପଦୀଙ୍କ ସହ ହାସ୍ତିନାପୁର ଛାଡି ଭଗବାନ ଶିବଙ୍କ ସନ୍ଧାନରେ ବାହାରି ପଡିଲେ।

Advertisment

ହସ୍ତିନାପୁର ଛାଡିବା ପରେ ପାଞ୍ଚ ଭାଇ ଓ ଦ୍ରୌପଦୀ ଭଗବାନ ଶିବଙ୍କୁ ଦର୍ଶନ ପାଇଁ ସର୍ବ ପ୍ରଥମେ କାଶୀରେ ପହଞ୍ଚିଥିଲେ, କିନ୍ତୁ ଭୋଲେନାଥ ସେଠାରେ ମିଳିଲେ ନାହିଁ। ଏହା ପରେ, ସେମାନେ ଭଗବାନ ଶିବଙ୍କୁ ଅନ୍ୟାନ୍ୟ ସ୍ଥାନରେ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏମାନେ ଶିବ ଦର୍ଶନ ପାଇଁ ଯେଉଁଆଡେ ବି ଯାଆନ୍ତି, ଭଗବାନ ଶିବ ସେଠାରୁ ପଳେଇ ଯାଆନ୍ତି। ଏହି କ୍ରମରେ ପାଞ୍ଚ ପାଣ୍ଡବ ଓ ଦ୍ରୋପଦୀ ଦିନେ ଭଗବାନ ଶିବଙ୍କ ସନ୍ଧାନରେ ହିମାଳୟରେ ଆସି ପହଞ୍ଚିଲେ।

ଏଠାରେ ଶିବ ଯେତେବେଳେ ଏମାନଙ୍କୁ ଦେଖିଲେ, ସେ ଲୁଚିଗଲେ କିନ୍ତୁ ଏଠାରେ ଯୁଧିଷ୍ଠିର ଭଗବାନ ଶିବଙ୍କୁ ଲୁଚିଥିବାର ଦେଖିଦେଲେ। ତା’ପରେ ଯୁଧିଷ୍ଠିର ଭଗବାନ ଶିବଙ୍କୁ କହିଥିଲେ ଯେ ପ୍ରଭୁ, ତୁମେ ଯେତେ ଲୁଚନ୍ତୁ ନା କାହିଁକି, କିନ୍ତୁ ଆମେ ତୁମକୁ ନ ଦେଖି ଏଠାରୁ ଯିବୁ ନାହିଁ। ମୁଁ ଏହା ବି ଜାଣେ ଯେ ଆମେ ପାପ କରିଥିବାରୁ ତୁମେ ଆମଠାରୁ ଲୁଚି ରହୁଛ। ଯୁଧିଷ୍ଠିର ଏହା କହିବା ପରେ ପାଞ୍ଚ ପାଣ୍ଡବ ଆଗକୁ ବଢିବାକୁ ଲାଗିଲେ। ଏହି ସମୟରେ ଏକ ଷଣ୍ଢ ସେମାନଙ୍କ ଉପରକୁ ମାଡିଆସିଲା। ଏହା ଦେଖି ଭୀମ ତା’ ସହ ଯୁଦ୍ଧ ଆରମ୍ଭ କଲେ। ଏହି ସମୟରେ ଷଣ୍ଢଟି ପଥର ମଧ୍ୟରେ ନିଜ ମୁଣ୍ଡକୁ ଲୁଚାଇ ରଖିଲା, ଏହା ପରେ ଭୀମ ତା’ର ଲାଞ୍ଜ ଧରି ଟାଣିବାକୁ ଲାଗିଲେ। ଫଳରେ ଷଣ୍ଢର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଗଲା ଓ ପରେ ଷଣ୍ଢର ଗଣ୍ଡିଟି ଲିଙ୍ଗରେ ପରିଣତ ହୋଇଗଲା। କିଛି ସମୟ ପରେ ଲିଙ୍ଗରୁ ଭଗବାନ ଶିବ ଦର୍ଶନ ଦେଲେ। ଶିବ ପାଣ୍ଡବଙ୍କ ସବୁ ପାପକୁ କ୍ଷମା କରିଦେଲେ।

ଆଜି ମଧ୍ୟ ଏହି ଘଟଣାର ପ୍ରମାଣ କେଦାରନାଥରେ ଦେଖିବାକୁ ମିଳେ, ଯେଉଁଠାରେ ଶିବଲିଙ୍ଗ ଷଣ୍ଢର ଖୁରା ଭାବରେ ଉପସ୍ଥିତ ଅଛନ୍ତି। ତାଙ୍କ ସମ୍ମୁଖରେ ଭଗବାନ ଶିବଙ୍କୁ ଦେଖି ପାଣ୍ଡବମାନେ ତାଙ୍କୁ ପ୍ରଣାମ କଲେ ଏବଂ ଏହା ପରେ ଭଗବାନ ଶିବ ପାଣ୍ଡବମାନଙ୍କୁ ସ୍ୱର୍ଗର ରାସ୍ତା କହି ଅଦୃଶ୍ୟ ହୋଇଗଲେ। ଏହା ପରେ ପାଣ୍ଡବମାନେ ସେହି ଶିବଲିଙ୍ଗଙ୍କୁ ପୂଜା କରିଥିଲେ ଏବଂ ଆଜି ସେହି ଶିବଲିଙ୍ଗ କେଦାରନାଥ ଧାମ ନାମରେ ଜଣାଶୁଣା। ଏଠାରେ ଶିବ ନିଜେ ପାଣ୍ଡବଙ୍କୁ ସ୍ୱର୍ଗ ଯିବାର ରାସ୍ତା ଦେଖାଇଲେ। ତେଣୁ ହିନ୍ଦୁ ଧର୍ମରେ ଏହି ଧାମକୁ ମୁକ୍ତିସ୍ଥଳ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଯଦି କେହି କେଦାରନାଥ ଦର୍ଶନର ସଂକଳ୍ପ ନେଇ ବାହାରନ୍ତି ଏବଂ ମୃତ୍ୟୁବରଣ କରନ୍ତି, ତେବେ ସେହି ଜୀବକୁ ପୁନର୍ବାର ଜନ୍ମ ନେବାକୁ ପଡେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ