Advertisment

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କଡାଇ ମଟନ୍‌ | Kadai Mutton Recipe

How to Prepare Kadai Mutton Recipe ଆପଣ ରେଷ୍ଟୁରାଣ୍ଟ୍‌ରେ ଅନେକ ସମୟରେ କଡାଇ ମଟନ୍‌ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ  ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ ଜାଣି ନଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ପ୍ରସ୍ତୁତ କରିବେ। ଆବଶ୍ୟକ ସାମଗ୍ରୀ: ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା […]

ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କଡାଇ ମଟନ୍‌ | Kadai Mutton Recipe

Kadai Mutton Recipe

Advertisment

How to Prepare Kadai Mutton Recipe

ଆପଣ ରେଷ୍ଟୁରାଣ୍ଟ୍‌ରେ ଅନେକ ସମୟରେ କଡାଇ ମଟନ୍‌ ଖାଉଥିବେ। ଯାହାର ସ୍ୱାଦ ଭାରି ବଢ଼ିଆ। ଆପଣ ମଧ୍ୟ ଏହାକୁ  ଘରେ ପ୍ରସ୍ତୁତ କରି ଖାଇବାକୁ ଚାହୁଁଥିବେ। କିନ୍ତୁ ଏହା କେମିତି ପ୍ରସ୍ତୁତ ହେବ କିଛି ଲୋକ ଜାଣିଥିଲେ ବି କିଛି ଲୋକ ଜାଣି ନଥିବେ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହାକୁ କେମିତି ପ୍ରସ୍ତୁତ କରିବେ।

Advertisment

ଆବଶ୍ୟକ ସାମଗ୍ରୀ:

ବଏଲ୍ ମଟନ୍, ଅଦା-ରସୁଣ ବଟା, ଲଙ୍କା ଗୁଣ୍ଡ, କଟା ସିମଲା ଲଙ୍କା, ଟମାଟୋ, ଦହି, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଘିଅ, କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, କଟା ଅଦା, ଲୁଣ।

Also Read: How to Prepare Khasi Kalija Palang Masala(ଖାସି କଲିଜା ପାଳଙ୍ଗ ମସଲା)

Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଡ଼େଇରେ ଘିଅ ଗରମ କରନ୍ତୁ। ସେଥିରେ ଟମାଟୋ ଓ ଅଦା-ରସୁଣ ବଟା ପକାନ୍ତୁ। ତାପରେ ଏଥିରେ ଢାଙ୍କୁଣି ଘୋଡ଼ାଇ ଦେଇ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ। ଟମାଟୋ ନରମ ହୋଇ ଆସିଲେ ସେଥିରେ ବଏଲ୍‌ ମଟନ୍, ସ୍ୱାଦ ଅନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ, ସିମଲା ଲଙ୍କା, ଲଙ୍କା ଗୁଣ୍ଡ, ଭଜା ଜିରା ଏବଂ ଧନିଆ ଗୁଣ୍ଡ ପକାଇ ଭଲ କରି ଘାଣ୍ଟନ୍ତୁ।

ତାପରେ ଏହି ମିଶ୍ରଣରେ ଦହି ପକାଇ ଗୋଳାନ୍ତୁ ଏବଂ ଏହି ମସଲାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ି ଦିଅନ୍ତୁ। ଶେଷରେ ଏଥିରେ କଟା ଅଦା, କଟା କଞ୍ଚା ଲଙ୍କା ପକାଇ ଭଲ ଭାବେ ଘାଣ୍ଟନ୍ତୁ। ପୁଣି ଥରେ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ବସାନ୍ତୁ।

Advertisment

କିଛିସମୟ ପରେ  ପ୍ରସ୍ତୁତ ହୋଇଗଲା ଆପଣଙ୍କ ପ୍ରିୟ ‘କଡାଇ ମଟନ’। ଏହାକୁ ଆପଣ କଟା ଧନିଆ ପତ୍ରରେ ସଜାଇ ଭାତ କିମ୍ବା ରୁଟିରେ ଖାଇପାରିବେ।

For More Odia Food Recipes Stay updated with Us

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ