Advertisment

ଘରେ ପ୍ରସ୍ତୁତ କରନ୍ତୁ‌ "ଖୁଆ ଚିକେନ୍‌" | Khua Chicken Recipe

How to Prepare Khua Chicken in Odia ଚିକେନ୍‌ରେ ପ୍ରସ୍ତୁତ ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ କ’ଣ ‘ଖୁଆ ଚିକେନ୍‌’ ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ […]

ଘରେ ପ୍ରସ୍ତୁତ କରନ୍ତୁ‌

Khua Chicken in odia

Advertisment

How to Prepare Khua Chicken in Odia

ଚିକେନ୍‌ରେ ପ୍ରସ୍ତୁତ ହୋଇଥିବା ଅନେକ ଖାଦ୍ୟ ଆପଣ ଖାଇଥିବେ। କିନ୍ତୁ କେବେ କ’ଣ ‘ଖୁଆ ଚିକେନ୍‌’ ଖାଇଛନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ।

Advertisment

ଆବଶ୍ୟକ ସାମଗ୍ରୀ:

ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ ରସୁଣ।

Watch Video:How to Prepare Khasi Kalija Palang Masala

ପ୍ରସ୍ତୁତି ପ୍ରଣାଳୀ :

ଖୁଆ ଚିକେନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କଡ଼େଇରେ ତେଲ ଦେଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ । ଏହା ପରେ ସେଥିରେ ପାନମଧୁରୀ, ଧନିଆ ଓ କଳାଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ ।

Advertisment

ଏହା ପରେ ଗ୍ୟାସ୍‌କୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାରେ ଚିମୁଟାଏ ଲୁଣ ପକାଇ କୁଟି ଦିଅନ୍ତୁ । ଚିକେନ୍‌କୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ । ତିଆରି ଗୋଟା ମସଲା, ଦହି, ଖୁଆକୁ ଠିକ୍ ଭାବେ ମିଶାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ।

ଏହା ମଧ୍ୟରେ କଡ଼େଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ଗୋଟା ଡାଲ୍‌ଚିନି ପକାନ୍ତୁ। ସେଥିରେ ପିଆଜ ଦେଇ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ କଷି ହୋଇଯିବା ପରେ ଅଦା–ରସୁଣ ବଟା, କଟା କ୍ୟାପସିକମ୍‌ ଓ ଗୋଟା ରସୁଣ କୋଲା ପକାଇ ୨ ରୁ ୩ ମିନିଟ୍ ଭାଜନ୍ତୁ।

Advertisment

ଯେତେବେଳେ ମସଲାରୁ ତେଲ ଛାଡ଼ି ଆସିବ ସେତେବେଳେ ଗୋଳା ହୋଇ ରହିଥିବା ଚିକେନ୍‌କୁ ପକାଇ ଗୋଳାଇବେ। ଚିକେନକୁ ଦେଇ ୨ ରୁ ୫ ମିନିଟ୍ ପର୍ଯ୍ୟନ୍ତ କମ୍ ଗ୍ୟାସରେ ବସାନ୍ତୁ। ଏହାପରେ ଚିକେନ୍‌କୁ ଅଧଘଣ୍ଟା ପର୍ଯ୍ୟନ୍ତ କଷନ୍ତୁ। କଷା ହୋଇଯିବା ପରେ ପ୍ରସ୍ତୁତ ହୋଇଯିବ ‘ଖୁଆ ଚିକେନ୍‌’।

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ