Advertisment

ଏସବୁ ଆସନ କଲେ କମିବ ମୋଟାପଣ

ଦେଶରେ କରୋନାର ଦ୍ଵିତୀୟ ଲହର କ୍ଷୀପ୍ର ଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିହେବା ଜରୁରୀ। ତେବେ ଏଥିପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଯୋଗ ନା କେବଳ ଦେହ ଓ ମନକୁ ସୁସ୍ଥ ରଖେ ବରଂ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଶରୀରରୁ ମୋଟାପା ମଧ୍ୟ ହ୍ରାସ କରେ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଯୋଗାସାନ ବିଷୟରେ କହିବୁ ଯାହାକୁ ଆପଣ ଅଭ୍ୟାସ କରି ଆପଣଙ୍କ ମୋଟାପାକୁ କମ କରିପାରିବେ। ଏହିସବୁ […]

ଏସବୁ ଆସନ କଲେ କମିବ ମୋଟାପଣ

a

Advertisment

ଦେଶରେ କରୋନାର ଦ୍ଵିତୀୟ ଲହର କ୍ଷୀପ୍ର ଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିହେବା ଜରୁରୀ। ତେବେ ଏଥିପାଇଁ ଯୋଗ ହିଁ ଏକମାତ୍ର ବିକଳ୍ପ। ଯୋଗ ନା କେବଳ ଦେହ ଓ ମନକୁ ସୁସ୍ଥ ରଖେ ବରଂ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ଶରୀରରୁ ମୋଟାପା ମଧ୍ୟ ହ୍ରାସ କରେ। ଆଜି ଆମେ ଆପଣଙ୍କୁ ଏଭଳି କିଛି ଯୋଗାସାନ ବିଷୟରେ କହିବୁ ଯାହାକୁ ଆପଣ ଅଭ୍ୟାସ କରି ଆପଣଙ୍କ ମୋଟାପାକୁ କମ କରିପାରିବେ। ଏହିସବୁ କରିବା ଦ୍ଵାରା ମୋଟାପା ତ କମ ହେବ ଏହା ସହିତ ଆପଣ ଏକ ସୁସ୍ଥ ଓ ଚିନ୍ତାମୁକ୍ତ ଜୀବନ ଜୀଇବାରେ ସଫଳ ମଧ୍ୟ ହେବେ।

Advertisment

ମାର୍ଜାରୀ ଆସନ:

publive-image

ମାର୍ଜାରୀ ଆସନ ଆଗକୁ ଝୁଙ୍କି ଓ ପଛକୁ ମୋଡିହୋଇ କରାଯାଉଥିବା ଏକ ଅଭ୍ୟାସ। ଏହି ଆସନ ଆପଣଙ୍କ ଶରୀର ପାଇଁ ଅନେକ ଉପକାରୀ। ଏହା ଶରୀରର ମେରୁ ହାଡକୁ ସଂପ୍ରସାରଣ କରିବାରେ ସହଯୋଗ କରେ। ଏହାଦ୍ଵାରା ପିଠିପିଡ଼ା ଓ ବେକପିଡ଼ା ଭଳି ସମସ୍ୟା ଦୂର ହୋଇଥାଏ।

ଗ୍ରିବା ଶକ୍ତି ଆସନ:

publive-image
ଏହି ଆସନ କରିବାକୁ ହେଲେ ନିଜ ସ୍ଥାନରେ ଠିଆହୋଇ ପଡନ୍ତୁ। ଯେଉଁମାନେ ଠିଆହୋଇ ପାରିବେ ନାହିଁ ସେମାନେ ବସିକରି ମଧ୍ୟ କରିପାରିବେ। ଯେଉଁମାନେ ତଳେ ବସିବାରେ ଅସମର୍ଥ ସେମାନେ ଚୌକିରେ ମଧ୍ୟ ବସିପାରିବେ।

Advertisment
  • ଆରାମଦାୟକ ଭାବେ ଠିଆ ହୋଇ ହାତକୁ ଅଣ୍ଟା ଉପରେ ରଖନ୍ତୁ। ଶରୀରକୁ ସମ୍ପୂର୍ଣ୍ଣ ଢିଲା କରନ୍ତୁ।
  • କାନ୍ଧକୁ ସମ୍ପୂର୍ଣ୍ଣ ଭାବେ କୋହଳ କରନ୍ତୁ। ଶ୍ଵାସ ଛାଡ଼ି ବେକକୁ ସମ୍ମୁଖ ଆଡକୁ ଆଣନ୍ତୁ।
  • ଚିବୁକକୁ ବେକ ମୂଳରେ ରଖି କିଛି ସମୟ ବନ୍ଧ କରନ୍ତୁ। ଯେଉଁମାନଙ୍କର ସର୍ବାଇକାଲ୍ ବା ବେକପିଡ଼ା ଭଳି ସମସ୍ୟା ଅଛି ତେବେ ସେମାନେ ବେକକୁ ଢିଲା ଛାଡ଼ି ଦିଅନ୍ତୁ। ବନ୍ଧ କରିବା ଆବଶ୍ୟକ ନାହିଁ।
  • ଶ୍ଵାସ ଗ୍ରହଣ କରି ବେକକୁ ପଛକୁ ଆଣନ୍ତୁ।

ପାଦହସ୍ତାସନ:

publive-image

ପାଦହସ୍ତାସନ ମୋଟାପା ହ୍ରାସ କରିବାରେ ସହଯୋଗ କରେ। ଏହା ଦ୍ଵାରା ଶରୀରର ଅନେକ ଫାଇଦା ମଧ୍ୟ ହୋଇଥାଏ। ପ୍ରତ୍ୟେହ ଏହାକୁ କରିବା ଦ୍ଵାରା ଶରୀରରେ ସନ୍ତୁଳନ, ଶକ୍ତି ଏବଂ ନମନୀୟତା ଦୃଦ୍ଧି ପାଇଥାଏ।

Advertisment
  • ଏହି ଆସନ କରିବାକୁ ହେଲେ ସିଧାହୋଇ ଠିଆହୋଇ ଯାଆନ୍ତୁ।
  • ଶ୍ଵାସ ଭରି ଦୁଇ ହାତକୁ ଉପରକୁ ଉଠାଇ ପଛକୁ ନିଅନ୍ତୁ
  • ଶ୍ଵାସ ଛାଡି ଧୀରେ ଧୀରେ ହାତକୁ ଆଗକୁ ଆଣି ଅଣ୍ଟାକୁ ଭାଙ୍ଗନ୍ତୁ
  • ଆଣ୍ଠୁକୁ ନ ଭାଙ୍ଗି ପାଦ ଆଙ୍ଗୁଠିକୁ ହାତରେ ଧରିବାକୁ ଚେଷ୍ଟା କରନ୍ତୁ
  • ଏହାପରେ ଧୀରେ ଧୀରେ ଉଠି ଦୀର୍ଘ ଏବଂ ଲମ୍ବା ଶ୍ଵାସ ନିଅନ୍ତୁ

ସୂର୍ଯ୍ୟ ନମସ୍କାର:

publive-image

ସୂର୍ଯ୍ୟ ନମସ୍କାର ୧୨ଟି ଆସନର ସମ୍ମିଳିତ ଏକ କ୍ଷମତାଶାଳୀ ସିରିଜ। ଏହା ଏଭଳି ଏକ ଆସନର ସମ୍ମିଳିତ ଯାହା ଆପଣଙ୍କୁ ଶାରିରୀକ ଓ ମାନସିକ ରୂପରେ ସୁସ୍ଥ ରଖେ। କିନ୍ତୁ ଏହି ଆସନ ସିରିଜ ଠିକଭାବେ କରିବା ଉଚିତ। ଏହାକୁ ଅନେକ ଲୋକ ଭୁଲଭାବେ କରିଥାନ୍ତି।

ପ୍ରଣାମ ଆସନ:

publive-image

  • ଦୁଇ ପାଦକୁ ଯୋଡି ସିଧା ହୋଇ ଠିଆହୁଅନ୍ତୁ
  • ଦୁଇ ହାତକୁ କାନ୍ଧ ସମାନରେ ଉଠାଇ ଏବଂ ପୂରା ଓଜନ ଦୁଇ ପାଦ ଉପରେ ସମାନ୍ତରାଳ ଭାବେ ରଖନ୍ତୁ
  • ଦୁଇ ହାତକୁ ଯୋଡ଼ି ନମସ୍କାର ମୁଦ୍ରାରେ ଠିଆହୋଇ ରୁହନ୍ତୁ

ହସ୍ତ ଉଥାନସନ:

publive-image

  • ସିଧା ହୋଇ ଠିଆ ହୁଅନ୍ତୁ
  • ଗଭୀର ନିଶ୍ଵାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ
  • ଏବେ ହାତ ଏବଂ ଅଣ୍ଟାକୁ ପଛକୁ ଭାଙ୍ଗନ୍ତୁ
  • ବେକ ପଛକୁ ଭାଙ୍ଗି ରହିବ

ଅଶ୍ଵସଞ୍ଚାଳନାସନ:

publive-image

  • ସିଧା ଠିଆ ହୋଇ ରୁହନ୍ତୁ
  • ଅଣ୍ଟାରୁ ଭାଙ୍ଗି ଦୁଇ ହାତକୁ ଭୂମିରେ ଲଗାନ୍ତୁ
  • ଶ୍ଵାସ ନେଇ ଡାହାଣ ପାଦକୁ ପଛକୁ ନିଅନ୍ତୁ ଏବଂ ବାମ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗି ଉପରକୁ ରଖନ୍ତୁ
  • ବେକକୁ ଉପରକୁ ଭାଙ୍ଗି ଆକାଶକୁ ଚାହାନ୍ତୁ
  • କିଛି ସମୟ ଏହି ସ୍ଥିତିରେ ରୁହନ୍ତୁ

ପର୍ବତ ଆସନ:

publive-image

  • ଅଶ୍ଵସଞ୍ଚାଳନାସନରେ ରୁହନ୍ତୁ
  • ଶ୍ଵାସ ଗ୍ରହଣ କରି ବାମ ଗୋଡ଼କୁ ଡାହାଣ ଗୋଡ଼ ପାଖକୁ ନେଇ ଯାଆନ୍ତୁ
  • ଅଣ୍ଟା ଉପରକୁ ରହିବ
  • ହାତକୁ ଭୂମି ଉପରେ ସିଧା ରଖିବାକୁ ହେବ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ