ଧଳା କେଶ
ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍ ଯୁକ୍ତ ରଙ୍ଗକୁ ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା କିଛି ଦିନ କେଶଗୁଡ଼ିକ ଧଳା ରହେ କିନ୍ତୁ ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ବଢ଼ିଯାଇଥାଏ। ଏହି କାରଣରୁ, ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ଘରୋଇ ଟିପ୍ସି କହିବୁ, ଯାହା ଆପଣଙ୍କ କେଶକୁ ଧଳା ହେବାରୁ ରକ୍ଷା କରିବ। /odishatv-khabar/media/post_attachments/wp-content/uploads/2017/08/Indian-gooseberry.jpg)
ପ୍ରଥମେ ଆପଣ ତିନି ରୁ ଚାରୋଟି ଅଁଳା ନିଅନ୍ତୁ। ଗୋଟେ କପ୍ ନଡ଼ିଆ ତେଲ ।
କିପରି ଏହାକୁ ବ୍ୟବହାର କରିବେ-
-ପ୍ରଥମେ ଅଁଳାକୁ ଭଲଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
- ପରେ ଏକ ପ୍ୟାନରେ ନଡିଆ ତେଲ ପକାଇ ସେଥିରେ ଅଁଳା ଖଣ୍ଡକୁ ପକାଇ ଭଲ ଭାବରେ ଫୁଟାନ୍ତୁ।
-୧୦ ମିନିଟ୍ ଫୁଟାଇବା ପରେ ଏହି ମିଶ୍ରଣକୁ ଏକ ପାତ୍ରରେ ରଖିଦିଅନ୍ତୁ।
- ପରେ ଏହି ମିଶ୍ରଣକୁ ଆପଣଙ୍କ କେଶରେ ମାଲିସ୍ କରନ୍ତୁ।
-ଏକ ରୁ ଦୁଇ ଘଣ୍ଟା ପରେ ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।
- ଏହି ପ୍ରକ୍ରିୟାକୁ ସପ୍ତାହରେ ୨ ରୁ ୪ ଥର କରନ୍ତୁ।
ଅଁଳା କେଶ ପାଇଁ ଏକ ଟନିକ୍ ଭାବରେ କାମ କରିଥାଏ। ଏଥିରେ ଭିଟାମିନ୍ ‘ସି’ ରହିଥାଏ। ଏହା କେଶରେ ଆଣ୍ଟିଅକ୍ସିଡାଣ୍ଟ ଏଜେଣ୍ଟ ଭାବରେ କାମ କରିବା ସହିତ କେଶର ଅନେକ ଲାଭ ହୋଇଥାଏ। କେଶକୁ ଘନ କରିବା ସହିତ ମଜଭୁତ୍ ମଧ୍ୟ କରିଥାଏ। ଧଳା ହେବାରୁ ରକ୍ଷା ମଧ୍ୟ କରିଥାଏ।
ପ୍ରଥମେ ୧୦ ରୁ ୧୫ଟି ଭୃଷଙ୍ଗ ପତ୍ର ନିଅନ୍ତୁ। ତିନି ଚାମାଚ ନଡ଼ିଆ ତେଲ ନିଅନ୍ତୁ। /odishatv-khabar/media/post_attachments/KhabarImages/news-images/khabar-odisha-curry-leaves-is-bene-1-EDC319FD-48DA-4B4B-8E1C-8620CB336C3A.jpg)
ଏହାକୁ କିପରି ବ୍ୟବହାର କରିବେ-
-ନଡ଼ିଆ ତେଲରେ ଭୃଷଙ୍ଗ ପତ୍ରକୁ ମିଶାଇ ଭଲ ଭାବରେ ଫୁଟାନ୍ତୁ।
-ପରେ ତେଲକୁ ଛାଣି ଦେଇ କିଛି ସମୟ ଥଣ୍ଡା କରିଦିଅନ୍ତୁ।
-ଏହି ମିଶ୍ରଣକୁ କେଶରେ ମାଲିସ୍ କରନ୍ତୁ।
-କେଶରେ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ରଖି ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।
- ଏହି ପ୍ରକ୍ରିୟାକୁ ସପ୍ତାହରେ ଦୁଇଥର କରନ୍ତୁ।
ଆପଣ ଏହାକୁ ଧଳା କେଶର ଚିକିତ୍ସା ଭାବରେ ବ୍ୟବହାର କରିପାରିବେ। ଭୃଷଙ୍ଗ ପତ୍ର କେଶରେ ମେଲାନିନ ପିଗମେଣ୍ଟେସନ ବଢ଼ିବାରେ ସାହାଯ୍ୟ କରିଥାଏ। ଏଥିରେ ଅଧିକ ପରିମାଣର ଭିଟାମିନ୍ ‘ବି’ ରହିଥାଏ। ଯାହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ।
ଏକ ଚାମଚ ଜଡ଼ା ତେଲା ନିଅନ୍ତୁ। ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ। /odishatv-khabar/media/post_attachments/media/DV5ptXNU8AEBZVT.jpg)
ଏହାକୁ କିପରି ବ୍ୟବହାର କରିବେ-
-ପ୍ରଥମେ ଜଡ଼ା ଓ ସୋରିଷ ତେଲକୁ ମିଶାଇ ଗରମ କରନ୍ତୁ।
- କିଛି ସମୟ ପରେ ଏହି ମିଶ୍ରଣକୁ ୧୦ ମିନିଟ୍ ପର୍ଯ୍ୟନ୍ତ କେଶରେ ମାଲିସ୍ କରନ୍ତୁ।
-୩୦ ମିନିଟ୍ ପରେ ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।
- ଏହି ପ୍ରକ୍ରିୟାକୁ ସପ୍ତାହରେ ୨ରୁ ୩ ଥର କରନ୍ତୁ।
ଧଳା କେଶରୁ ମୁକ୍ତି ପାଇଁ ଆପଣ ଏହି ମିଶ୍ରଣକୁ ବ୍ୟବହାର କରିପାରିବେ। ଏଥିରେ ଓମେଗା ୬ଫ୍ୟାଟି ଏସିଡ୍ ରହିଥାଏ। ଯାହା ଧଳା କେଶରୁ ମୁକ୍ତି କରିବାରେ ସାହାଯ୍ୟ କରିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/white_1625506262.jpg)