Advertisment

ରକ୍ତଚାପ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି, ଡାଏଟ୍‌ରେ ଏହି ସବୁ ସାମିଲ୍‌ କରନ୍ତୁ

ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀରେ କାମ ଓ ମାନସିକ ଚାପ ଯୋଗୁ ଅଧିକାଂଶ ଲୋକେ ବ୍ଲଡ୍‌ ପ୍ରେସର୍‌ ବା ରକ୍ତଚାପର ଶିକାର ହେଉଛନ୍ତି। ରକ୍ତଚାପ ଏକ  ଗମ୍ଭୀର ସମସ୍ୟା। ଯାହା ଅଧିକ ହେଲେ ଆମ ଜୀବନ ମଧ୍ୟ ନେଇପାରେ। ବ୍ଲଡ୍‌ ପ୍ରେସର ଯୋଗୁ ହୃଦଘାତ ଭଳି ସମସ୍ୟା ମଧ୍ୟ ଦେଖାଦେଇ ପାରେ। ତେଣୁ ଆପଣ ଏହାକୁ ସାଧାରଣ କଥା ନ ଭାବି ଏହାର ପ୍ରତିକାର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣ ନିଜ୍ ଡାଏଟରେ ୫ଟି ଖାଦ୍ୟକୁ ସାମିଲ କରିପାରିବେ। […]

ରକ୍ତଚାପ ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି କି, ଡାଏଟ୍‌ରେ ଏହି ସବୁ ସାମିଲ୍‌ କରନ୍ତୁ

blood

Advertisment

ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀରେ କାମ ଓ ମାନସିକ ଚାପ ଯୋଗୁ ଅଧିକାଂଶ ଲୋକେ ବ୍ଲଡ୍‌ ପ୍ରେସର୍‌ ବା ରକ୍ତଚାପର ଶିକାର ହେଉଛନ୍ତି। ରକ୍ତଚାପ ଏକ  ଗମ୍ଭୀର ସମସ୍ୟା। ଯାହା ଅଧିକ ହେଲେ ଆମ ଜୀବନ ମଧ୍ୟ ନେଇପାରେ। ବ୍ଲଡ୍‌ ପ୍ରେସର ଯୋଗୁ ହୃଦଘାତ ଭଳି ସମସ୍ୟା ମଧ୍ୟ ଦେଖାଦେଇ ପାରେ। ତେଣୁ ଆପଣ ଏହାକୁ ସାଧାରଣ କଥା ନ ଭାବି ଏହାର ପ୍ରତିକାର ବ୍ୟବସ୍ଥା କରନ୍ତୁ। ଏଥିପାଇଁ ଆପଣ ନିଜ୍ ଡାଏଟରେ ୫ଟି ଖାଦ୍ୟକୁ ସାମିଲ କରିପାରିବେ।

Advertisment

ପାଳଙ୍ଗ: ସବୁଜ ପନିପରିବା ମଧ୍ୟରୁ ପାଳଙ୍ଗ ସବୁଠାରୁ ସ୍ୱସ୍ଥ୍ୟକର ଖାଦ୍ୟ। ଏଥିରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଭଳି ପୋଷକ ତତ୍ତ୍ୱ ରହିଥାଏ। ତାଜା ପାଳଙ୍ଗ ଶାଗରେ କ୍ୟାଲ୍‌ସିୟମ ଅଧିକ ମାତ୍ରାରେ ରହିଥାଏ। ତେଣୁ ପାଳଙ୍ଗ ଖାଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।

publive-imageତରଭୁଜ: ତରଭୁଜରେ El-citrine ନାମକ ଏକ ଏମିନୋ ଏସିଡ୍‌ ରହିଥାଏ। ଏହା ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣ କରିବାରେ ସାହଯ୍ୟ କରେ। ତରଭୁଜରେ ଭରପୂର ମାତ୍ରାରେ ଫାଇବର୍‌, Lycopene, ଭିଟାମିନ୍‌ ଏ ଆଉ ପୋଟାସିୟମ ରହିଥାଏ। ଏହା ଆମ ଶରୀର ପାଇଁ ଆବଶ୍ୟକ ଥିବାବେଳେ ଏହା ରକ୍ତ ଚାପ ନିୟନ୍ତ୍ରଣରେ ରଖିଥାଏ।

Advertisment

publive-imageବିଟ୍‌: ବିଟ୍‌ରେ Nitrates ମାତ୍ରା ଅଧିକ ପରିମାଣରେ ଥାଏ। ଯାହା ଶରୀରରେ ରକ୍ତର ମାତ୍ରା କମ୍‌ ହେବାକୁ ଦେଇନଥାଏ। ୨୦୧୨ରେ ଅଷ୍ଟ୍ରେଲିଆରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଗୋଟେ ଗ୍ଲାସ୍‌ ବିଟ୍‌ ଜୁସ୍‌ ପିଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିଥାଏ।

କମଳା: କମଳାରେ ଭିଟାମିନ ଭରପୁର ମାତ୍ରାରେ ରହିଥାଏ। ଯାହା ହାଇ ବ୍ଲଡ୍‌ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ। କେବଳ ଭିଟାମିନ ନୁହେଁ କମଳାରେ ଫାଇବର୍‌ ଭିଟାମିନ୍‌ ‘ଏ’ ରହିଥାଏ। ଯାହା ଆମ ଶରୀରକୁ ଅନେକ ପ୍ରକାର ଫାଇଦା ଦେଇଥାଏ।

Advertisment

publive-imageଗାଜର: ରକ୍ତ ଚାପ ନିୟନ୍ତ୍ରଣ କରିବାରେ ଗାଜର ମଧ୍ୟ ଲାଭ ଦାରକ ହୋଇଥାଏ। ଏଥିରେ Potassium and beta-carotene ଅଧିକ ମାତ୍ରାରେ ରହିଥାଏ, ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା କେବଳ ରକ୍ତ ଚାପ ପାଇଁ ନୁହେଁ ଏହା ଆମ ଶରୀର ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ