Advertisment

ଚା’ ସହ ଏହି ସବୁ ଜିନିଷ ଖାଉଛନ୍ତି କି ? ଶରୀର ପ୍ରତି ବିପଦ ହୋଇପାରେ

ଭୁବନେଶ୍ୱର: ପ୍ରାୟ ଅଧିକାଂଶ ଲୋକ ଦିନର ଆରମ୍ଭ କପେ ଚା’ କିମ୍ବା କଫିରୁ କରିଥାନ୍ତି। କିଛି ଲୋକ ଚା’ ସହିତ ସ୍ନାକ୍ସ କିମ୍ବା କିଛି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହୋଇଥାଏ। ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିବ। ଏବେ ଚାଲନ୍ତୁ ଜାଣିବା, ଚା’ ସହ କ’ଣ ଖାଇବା […]

ଚା’ ସହ ଏହି ସବୁ ଜିନିଷ ଖାଉଛନ୍ତି କି ? ଶରୀର ପ୍ରତି ବିପଦ ହୋଇପାରେ

tea

Advertisment

ଭୁବନେଶ୍ୱର: ପ୍ରାୟ ଅଧିକାଂଶ ଲୋକ ଦିନର ଆରମ୍ଭ କପେ ଚା’ କିମ୍ବା କଫିରୁ କରିଥାନ୍ତି। କିଛି ଲୋକ ଚା’ ସହିତ ସ୍ନାକ୍ସ କିମ୍ବା କିଛି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହୋଇଥାଏ। ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିବ।

Advertisment

ଏବେ ଚାଲନ୍ତୁ ଜାଣିବା, ଚା’ ସହ କ’ଣ ଖାଇବା ଉଚିତ୍‌ ନୁହେଁ।

୧. ସକାଳେ ଆପଣ ଚା’ ପିଇବା ବେଳେ ତା’ସହ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଚା’ରେ ଥିବା ଟେନିନ୍‌ ଓ ପ୍ରୋଟିନ୍‌ ଏକାଠି ହେଲେ ଶରୀରର କ୍ଷତି ହୋଇଥାଏ।

publive-image୨. ଅଧିକାଂଶ ଲୋକ ଚା’ରେ କଫି ପାଉଡ୍‌ର ମିଶାଇ ପିଇଥା’ନ୍ତି। ଏଭଳି ଆଦୌ କରନ୍ତୁ ନାହିଁ। କାରଣ ଚା’ ସହ କଫିରେ ଥିବା କୈଫିନ୍‌ ମିଶିଲେ ପେଟରେ ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ।

Advertisment

୩. ଆଇରନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ। କିନ୍ତୁ କେବେ ହେଲେ ଏହାକୁ ଚା’ ସହ ଏକାଠି ଖାଆନ୍ତୁ ନାହିଁ। କାରଣ ଏପରି କଲେ ଶରୀରରେ ରକ୍ତହୀନତା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି ହୋଇପାରେ।

publive-image୪. ଭୁଲ୍‌ରେ ବି ମାଛ, ମାଂସ କିମ୍ବା କୌଣସି ପ୍ରକାର ଆମିଷ ଖାଦ୍ୟ ସହ ଚା’ ପିଅନ୍ତୁ ନାହିଁ। କାରଣ ଏହା ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ। ଫଳରେ ପେଟରେ ଯନ୍ତ୍ରଣା ସହ ଶରୀରରେ ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଓ ରକ୍ତହୀନତା ପରି ସମସ୍ୟା ଦେଖା ଦେଇଥାଏ।

Advertisment

publive-image୫. ମନେ ରଖନ୍ତୁ, କେବେ ହେଲେ ଖାଇବା ପୂର୍ବରୁ ଓ ଖାଇବା ପରେ ତୁରନ୍ତ ଚା’ ପିଇବେ ନାହିଁ। ଏହା ଶରୀରର ଅନେକ କ୍ଷତି କରିଥାଏ। ଏହା ଏସିଡିଟି, ଅଲ୍‌ସର୍‌, ଆପେଣ୍ଡିସ୍‌ ଭଳି ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ। ସବୁବେଳେ ଖାଇବାର ୧ ଘଣ୍ଟା ପୂର୍ବରୁ ଓ ୧ ଘଣ୍ଟା ପରେ ଚା’ ପିଇବା ଉଚିତ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ