Advertisment

ମେସିନ୍ ବ୍ୟବହାର ନ କରି ଜାଣନ୍ତୁ ନିଜର ଓଜନ

ଆଜିକାଲି ସମସ୍ତେ ନିଜ ଓଜନକୁ ନେଇ ଚିନ୍ତିତ। ଏନେଇ ଏହାକୁ କମ୍ କରିବା ନେଇ କିଏ ଜିମ୍ ଯାଉଛି ତ ଆଉ କିଏ ଖାଦ୍ୟରେ ନିୟନ୍ତ୍ରଣ କରୁଛି। ଅନେକ ଅଛନ୍ତି, ଦିନକୁ ୨/୩ ଥର ନିଜକୁ ଓଜନ କରିବାରେ ବ୍ୟସ୍ତ ରହୁଛନ୍ତି। ଏହା କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପରିମାପକର ଠିକ୍ ଉପାୟ ନୁହଁ। ଯଦି ଜଣେ ନିୟମିତ ବ୍ୟାୟାମ କରିବା ସହିତ ସୁସ୍ଥକର ଖାଦ୍ୟ ଉପରେ ନିର୍ଭର କରୁଛି ତେବେ ତା ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। […]

ମେସିନ୍ ବ୍ୟବହାର ନ କରି ଜାଣନ୍ତୁ ନିଜର ଓଜନ

Weight

Advertisment

ଆଜିକାଲି ସମସ୍ତେ ନିଜ ଓଜନକୁ ନେଇ ଚିନ୍ତିତ। ଏନେଇ ଏହାକୁ କମ୍ କରିବା ନେଇ କିଏ ଜିମ୍ ଯାଉଛି ତ ଆଉ କିଏ ଖାଦ୍ୟରେ ନିୟନ୍ତ୍ରଣ କରୁଛି। ଅନେକ ଅଛନ୍ତି, ଦିନକୁ ୨/୩ ଥର ନିଜକୁ ଓଜନ କରିବାରେ ବ୍ୟସ୍ତ ରହୁଛନ୍ତି। ଏହା କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପରିମାପକର ଠିକ୍ ଉପାୟ ନୁହଁ। ଯଦି ଜଣେ ନିୟମିତ ବ୍ୟାୟାମ କରିବା ସହିତ ସୁସ୍ଥକର ଖାଦ୍ୟ ଉପରେ ନିର୍ଭର କରୁଛି ତେବେ ତା ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ଏହି ପରିବର୍ତ୍ତନ ହେଉଛି ଠିକ୍ ଉପାୟ ନିଜର ଓଜନ ହ୍ରାସକୁ ଜାଣିବା। ତେବେ ଆସନ୍ତୁ ଜାଣିବା କିଛି ଉପାୟ ଯାହା ଆପଣଙ୍କ ଓଜନ ମାପକର ଠିକ୍ ଆଦର୍ଶ ହୋଇପାରିବ।

Advertisment

୧- ମାପ ଫିତା:
publive-imageଓଜନ କଳନା କରିବାର ଏକ ସରଳ ଓ ସହଜ ଉପାୟ ହେଉଛି ମାପ ଫିତା ବ୍ୟବହାର କରିବା। ଏହାହିଁ ଆପଣଙ୍କୁ ଉଚିତ ତଥ୍ୟ ପ୍ରଦାନ କରିବ ପ୍ରକୃତରେ କେଉଁ ଜାଗାରୁ ଆପଣଙ୍କ ମୋଟାପଣ ହ୍ରାସ ପାଉଛି।

୨- ମୋଟାପା ମାପ:
publive-imageଓଜନ ହ୍ରାସ ଓ ମୋଟାପଣ ହ୍ରାସ ମଧ୍ୟରେ ଅନେକ ତାରତମ୍ୟ ରହିଛି। ମୋଟାପଣ ହ୍ରାସକରିବା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଓଜନ ହ୍ରାସ ଅପେକ୍ଷା। ଆପଣ କେତେ ପରିମାଣର ମୋଟାପା କମେଇଲେ ତାହା ସହଜରେ ମୋଟାପା ପରିମାପକ ସାମଗ୍ରୀ ଦ୍ୱାରା ଅବଗତ ହୋଇପାରିବେ। କେବଳ ମାତ୍ର ଚିମୁଟାଏ ଅଂଶ ଆପଣଙ୍କୁ ଜଣେଇଦେବ ମୋଟାପା ହ୍ରାସ ବିଷୟରେ। ଏ ଦିଗରେ ସ୍କିନଫୋଲ୍ଡ ପରିମାପକ ଯଥେଷ୍ଟ ସହଯୋଗ କରିବ ଆପଣଙ୍କର କେତେ ପରିମାଣର ଫ୍ୟାଟ୍ ଅଛି।

Advertisment

୩- ଫଟୋ ଦ୍ୱାରା:
publive-imageଆଇନାରେ ନିଜ ଚେହେରା ଦେଖି ପରିବର୍ତ୍ତନ ଜାଣିବା ସବୁବେଳେ ସହଜ ହୋଇ ନ ଥାଏ। ଏନେଇ ପୁରୁଣା ଫଟୋ ସହିତ ନୂଆ ଫଟୋକୁ ତୁଳନା କରି ଦେଖିଲେ ପରିବର୍ତ୍ତନର ବାସ୍ତବତା ଜାଣିହୁଏ। ଠିକ୍ ତଥ୍ୟ ଜାଣିବା ପାଇଁ ପୂର୍ବ ଫଟୋରେ ଯେଉଁ ପୋଷାକ, ଯେଉଁ ସ୍ଥାନ, ଯେଉଁ ଭଙ୍ଗୀ ବ୍ୟବହାର କରିଥିଲେ ନୂଆ ଫଟୋରେ ସେହିସବୁ ସମାନ ଜିନିଷ ବ୍ୟବହାର ଜରୁରୀ। ଏହାକୁ ପ୍ରତି ସପ୍ତାହରେ ଥରେ କରିବା ପାଇଁ ଚେଷ୍ଟା କରନ୍ତୁ।

୪- ଫିଟନେସ୍ ମାପକ:
publive-imageକେବଳ ଓଜନ ହ୍ରାସ ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ ନୁହେଁ। ଫିଟ୍ ଓ ସୁସ୍ଥ ରହିବା ସବୁଠାରୁ ଉଚିତ ମାର୍ଗ। ଯେତେବେଳେ ଆପଣ ନିଜ ଓଜନ ହ୍ରାସ ପ୍ରତି ଧ୍ୟାନ ଦେଉଛନ୍ତି ଠିକ୍ ସେହି ସମୟରେ ନିଜର ଫିଟନେସ୍ କଥା ମଧ୍ୟ ଭୁଲନ୍ତୁ ନାହିଁ। ଏନେଇ ଓଜନ ଉଠାନ୍ତୁ, ଦୌଡନ୍ତୁ, ଅନ୍ୟାନ୍ୟ କିଛି ୱାର୍କଆଉଟ୍ ମଧ୍ୟ କରନ୍ତୁ। ଯଦି ଏସବୁ ଆପଣ ସହଜରେ କରିପାରୁଛନ୍ତି, ଆପଣଙ୍କୁ ଆବଶ୍ୟକତା ଠାରୁ ଅଧିକ ଥକା ଲାଗୁନି ତେବେ ଜାଣନ୍ତୁ ଯେ ସ୍ୱାସ୍ଥ୍ୟଗତ ସୃଷ୍ଟିରୁ ଆପଣ ଠିକ୍ ଅଛନ୍ତି।

Advertisment

୫- ପୁରୁଣା ପୋଷାକ:
publive-imageମୋଟାପଣ ବଢିଗଲେ ପୁରୁଣା ପୋଷାକୁ ଆଉ ହୁଏନି। କିନ୍ତୁ କିଛିଦିନ ପରେ ଯଦି ଆପଣ ଭାବୁଛନ୍ତି, ମୋଟାପା କମିଛି ତେବେ ନିଜର ପୁରୁଣା ପୋଷାକ ପିନ୍ଧନ୍ତୁ। ଏହା ଯଦି ଆପଣଙ୍କୁ ଫିଟ୍ ହେଉଛି ତେବେ ଜାଣନ୍ତୁ ଯେ ଏ ଦିଗରେ ଆପଣଙ୍କ ଉନ୍ନତି ଆସିଛି। ଯେଉଁ ପୋଷାକ ଆପଣ ବେଶି ଭଲ ପାଆନ୍ତି ବା ଯାହାକୁ ପିନ୍ଧିଲେ ଆପଣ ଭଲ ଦେଖାଯାଆନ୍ତି ସେସବୁକୁ ଟ୍ରାଏ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ