Advertisment

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍‌ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ […]

ଶିଶୁର ବିକାଶ ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହି ପ୍ରାଣାୟାମ

joga

Advertisment

ଭୁବନେଶ୍ୱର: ମହିଳାମାନେ ସାଧାରଣତଃ ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସକାଳୁ ଉଠିଲେ ଅସୁସ୍ଥତା ଅନୁଭବ କରିବା, ନିମ୍ନ ରକ୍ତଚାପ ଓ ଉଚ୍ଚ ରକ୍ତଚାପ, ରକ୍ତହୀନତା, ରାତିରେ ନିଦ ଠିକ୍‌ ସେ ନହେବା ଓ ମୁଣ୍ଡ ବୁଲାଇବ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ତା’ ସହିତ ମହିଳାମାନେ ଚାପଗ୍ରସ୍ତ ରହିଥାନ୍ତି। ତେଣୁ ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜ ଶୀରର ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ତେବେ ଯାଇ ଗର୍ଭରେ ଥିବା ଶିଶୁଟି ସୁସ୍ଥ ରହିପାରିବ। ମା’ ସୁସ୍ଥ ରହିଲେ ହିଁ ପେଟରେ ଥିବା ଶିଶୁର ସଠିକ୍‌ ଭାବେ ବିକାଶ ହୋଇପାରିବ।

Advertisment

प्रेग्नेंट महिलाओं के लिए बहुत ...

ଡାକ୍ତରଙ୍କ କହିବା ଅନୁଯାୟୀ, ଗର୍ଭାବସ୍ଥାରେ ମହିଳାମାନେ ଚାପଗ୍ରସ୍ତ ରହିଲେ, ଗର୍ଭପାତ ହେବାର ସମ୍ଭାବନା ଅଧିକ ରହିଥାଏ। ଅନେକ କ୍ଷେତ୍ରରେ ମଧ୍ୟ ଏହା ପ୍ରମାଣିତ ହୋଇଛି। ତେଣୁ ଏହି ସମୟରେ ମହିଳାମାନେ ଚାପଗ୍ରସ୍ତ ରହିବା ଉଚିତ୍‌ ନୁହେଁ ବୋଲି ଡାକ୍ତରମାନେ କୁହନ୍ତି।

ଏଣୁ ଗର୍ଭବତୀ ମହିଳାମାନେ ଉତ୍ତମ ଖାଦ୍ୟ,ପାନୀୟ ଓ ମଝିରେ ମଝିରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ତେବେ କେବଳ ଉତ୍ତମ ଖାଦ୍ୟ ପାନୀୟରେ ସୀମିତ ନରହି କିଛିଟା ଶାରିରୀକ ବ୍ୟାୟାମ କରିବା ପାଇଁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରାଣାୟାମ ବିଷୟରେ କହିବୁ ଯାହାକୁ ଅଭ୍ୟାସ କରିବା ଦ୍ୱାରା ପେଟରେ ଥିବା ଶିଶୁର ବିକାଶ ହେବା ସହିତ ଗର୍ଭବତୀ ଚାପମୁକ୍ତ ହୋଇପାରିବେ। ଏହାର ନାମ

Advertisment
International Day of Yoga

। ଏହାର ଅଭ୍ୟାସ କିପରି କରିବା ଓ କେତେବେଳେ କରିବା ଆସନ୍ତୁ ଜାଣିବା।

Pranayama in Pregnancy - Techniques, Benefits & more

ପ୍ରାଣାୟାମର ସମୟ

ଗର୍ଭବତୀମାନେ ‌ଏହି ପ୍ରାଣାୟାମକୁ ସକାଳ ଓ ସନ୍ଧ୍ୟାବେଳେ ଦିନକୁ ଦୁଇଥର କରିବା ଉଚତ୍। ଏହି ସମୟରେ ଆଖପାଖର ପରିବେଶ ସମ୍ପୂର୍ଣ୍ଣ ରୂପେ ଶାନ୍ତ ଥିବା ଆବଶ୍ୟକ।

କିପରି କରିବେ

ପ୍ରଥମେ ଆସନ ପକାଇ ଚଟାଣରେ ବସନ୍ତୁ। ଏହାପରେ ଦୁଇ ହାତ ଉପରକୁ ଉଠାଇ  ଆଙ୍ଗୁଠି ଦ୍ୱାରା ଡାହାଣ ହାତରେ ଡାହାଣ କାନ ଓ ବାମ ହାତରେ ବାମ କାନକୁ ବନ୍ଦ କରନ୍ତୁ। କାନକୁ ବନ୍ଦ କରିବା ପରେ, ହାତର ତର୍ଜନୀ ଆଙ୍ଗୁଠି, ମଝି ଆଙ୍ଗୁଠି ଓ କନିଷ୍ଠ ଆଙ୍ଗୁଠିକୁ ଆଖିର ଉପର ଭାଗରେ ଏପରି ରଖନ୍ତୁ ଯେପରି ମୁହଁଟି ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ ହେବ। ପରେ ପାଟି ବନ୍ଦ କରି ଧୀରେ ଧୀରେ  ନିଃଶ୍ୱାସ ନେବା ଆଣିବା କରନ୍ତୁ। ଏପରି ୧୫ ସେକେଣ୍ଡ ପର୍ଯ୍ୟନ୍ତ କରନ୍ତୁ। ପରେ ସ୍ୱାଭାବିକ ସ୍ଥିତିକୁ ଫେରନ୍ତୁ।

Advertisment

ତେବେ ସମସ୍ତ ପ୍ରକାର ସଚେତନତା ସତ୍ତ୍ୱେବି କୌଣସି ପ୍ରାଣାୟାମ କିମ୍ୱା ଯୋଗାଭ୍ୟାସ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିତ୍ୟାନ୍ତ ଆବଶ୍ୟକ।

Yoga Yoga Day 2020 International Yoga Day Pregnancy Health News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ