Advertisment

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି।  ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ,  ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି  ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ  ଘଟୁଛି। […]

୧୫ ମିନିଟର ଏହି ଆସନ ଅନେକ ସମସ୍ୟାରୁ ଦେବ ମୁକ୍ତି

jooo

Advertisment

ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି।  ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି ।

Advertisment
ଆଜିକାଲି ମେଦବୃଦ୍ଧି , ଗ୍ୟାସ,  ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି  ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ  ଘଟୁଛି।

ଆପଣ ଚାହିଁଲେ ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ବି ଏହି ସମସ୍ୟାକୁ ଦୂରେଇ ପାରିବେ। ଯେଉଁଥିରେ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବନି । କେବଳ ୧୫ ମିନିଟ୍‌ର ସମୟ ଦେବାକୁ ହେବ।

Advertisment
ଦୈନିକ ଅର୍ଦ୍ଧ ହଳାସନ , ପାଦ ବୃତ୍ତାସନ  ଓ ଦ୍ୱିଚକ୍ରିକାସନ ଅଭ୍ୟାସ କଲେ ଆପଣଙ୍କର ଉପରୋକ୍ତ ସମସ୍ତ ସମସ୍ୟା ସହ ଆହୁରି ଅନେକ ସ୍ୱାସ୍ଥ୍ୟଗତ ଅସୁବିଧା ଦୂର ହୋଇପାରିବ।

ଆସନ୍ତୁ ଜାଣିବା ଏହାର ଅଭ୍ୟାସ ବିଧି ବିଷୟରେ –

ଅର୍ଦ୍ଧ ହଳାସନ :  ଚିତ୍‌ ହୋଇ ଶୋଇ ପ୍ରଶ୍ୱାସ ଭରି ଦୁଇ ଗୋଡ଼କୁ ଯୋଡ଼ି  ଧିରେ ଧିରେ  ୯୦ ଡ଼ିଗ୍ରି ପର୍ଯ୍ୟନ୍ତ ସିଧା କରି ଉଠାନ୍ତୁ । କିଛି ସମୟ  ରହି ପୁଣି ନିଃଶ୍ୱାସ ଛାଡ଼ି ଧୀରେ ଧୀରେ ଗୋଡ଼ ତଳକୁ ଆଣନ୍ତୁ ।

ଲାଭ : କୋଷ୍ଠ କାଠିନ୍ୟ , ମେଦ ବୃଦ୍ଧି , ଗ୍ୟାସର ଉପଶମ ପାଇଁ ବିଶେଷ ଫଳପ୍ରଦ ।

ପାଦବୃତ୍ତାସନ :  ଚିତ୍‌ ହୋଇ ଶୋଇ ରହି  ଦୁଇ ହାତ ଶରୀରର ଦୁଇ ପାର୍ଶ୍ୱରେ  ଲମ୍ୱ ଭାବେ ରଖି  ପ୍ରଥମେ ଡ଼ାହାଣ ଗୋଡ଼କୁ ସିଧା କରି ଋତ୍ତ ଆକାରରେ ( ଡ଼ାହାଣରୁ ବାମକୁ ) ଘୁରାନ୍ତୁ ଓ ପରେ ଓଲଟା ( ବାମରୁ ଡ଼ାହାଣକୁ) ଘୁରାନ୍ତୁ । ପରେ  ଅନ୍ୟ ଗୋଡ଼କୁ ଅର୍ଥାତ୍ ବାମ ଗୋଡ଼କୁ ସେହିପରି ଘୁରାଇ  ଶେଷରେ ଦୁଇଗୋଡ଼କୁ ଯୋଡ଼ି ବୃତ୍ତାକାରରେ ଘୁରାନ୍ତୁ । ଏହା କିଛି ସମୟ କଷ୍ଟକର ମନେ ହେବ , କିନ୍ତୁ ବହୁତ ଆରାମ ଦେବ।  ଏହା ଜଙ୍ଘରେ ବଢ଼ିଥିବା ଚର୍ବି ପାଇଁ ରାମବାଣ ସଦୃଶ।

ଲାଭ -:  ଓଜନ ହ୍ରାସ କରାଇଥାଏ, ଜଙ୍ଗ, ନିତମ୍ୱ ଓ ଅଣ୍ଟା ଆଦିରେ ବଢ଼ୁଥିବା ଚର୍ବିକୁ କମାଇ ଦିଏ।

ଦ୍ୱିଚକ୍ରିକାସନ : ପୂର୍ବପରି ଶୋଇ  ଦୁଇ ହାତ  ଶରୀରର ଦୁଇ କଡ଼ରେ  ଲମ୍ୱାଇ ରଖନ୍ତୁ। ପ୍ରଶ୍ୱାସ ଭରି ପ୍ରଥମେ  ଡ଼ାହାଣ ଗୋଡ଼ ଆଣ୍ଠୁ ପାଖରୁ  ଭାଙ୍ଗି ଉପରକୁ  ତଳକୁ ଓ ତଳୁ ଉପରକୁ  ବୁଲାନ୍ତୁ ( ସାଇକେଲ୍‌ ପେଡାଲ୍‌ ମାରିଲା ଭଳି) । ପରେ ବାମ ଗୋଡ଼ ଓ ଶେଷରେ  ଦୁଇ ଗୋଡ଼ ଯୋଡ଼ି ସେହିପରି ଘୁରାନ୍ତୁ।  ଏହାପରେ  ଦୁଇଗୋଡ଼ ସାଇକେଲ୍‌ ଚଳାଇଲା ପରି ଘୁରାନ୍ତୁ।

ଲାଭ :  ମେଦବୃଦ୍ଧି କମାଇବା ସହ ମାନ୍ଦାଗ୍ନି, କବଜ୍‌ ଓ ଅମ୍ଲପିତ୍ତ ପ୍ରଭୃତିରୁ ମୁକ୍ତି ମିଳିଥାଏ।

Yoga International Yoga Day Yoga Day 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ