Advertisment

30 ବର୍ଷରୁ କମ ଯୁବକଙ୍କୁ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା ମନା

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଡ୍-19 ଟିକା ଦୁନିଆରେ ଭଲଭାବେ ଚାଲୁଥିବା ଟିକା ମଧ୍ୟରେ ଗୋଟିଏ। ବହୁତ ଦୃତ ଗତିରେ ଆଶା ସଞ୍ଚାର କରୁଥିବା ଏହି ଟିକା କିନ୍ତୁ ଏବେ ଯୁବବର୍ଗଙ୍କ ପାଇଁ ବିପଦର କାରଣ ହୋଇପଡିଛି। ଟିକାକରଣ ଓ ପ୍ରତିଷେଧନ ପାଇଁ ନିର୍ମିତ ବ୍ରିଟେନର ଜଏଣ୍ଟ କମିଟି ବୁଧବାର ଏହା କହିଛି ଯେ, ବ୍ଲଡ କ୍ଲଟିଂ ଭଳି ସାମାନ୍ୟ ସାଇଟ ଇଫେକ୍ଟ ଯୋଗୁ 30 ବର୍ଷରୁ କମ ଯୁବକ ଏହି ଟିକା ନ ନେବା ଉଚିତ। ବ୍ରିଟେନ […]

30 ବର୍ଷରୁ କମ ଯୁବକଙ୍କୁ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଟିକା ମନା

vaccin

Advertisment

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ କୋଭିଡ୍-19 ଟିକା ଦୁନିଆରେ ଭଲଭାବେ ଚାଲୁଥିବା ଟିକା ମଧ୍ୟରେ ଗୋଟିଏ। ବହୁତ ଦୃତ ଗତିରେ ଆଶା ସଞ୍ଚାର କରୁଥିବା ଏହି ଟିକା କିନ୍ତୁ ଏବେ ଯୁବବର୍ଗଙ୍କ ପାଇଁ ବିପଦର କାରଣ ହୋଇପଡିଛି। ଟିକାକରଣ ଓ ପ୍ରତିଷେଧନ ପାଇଁ ନିର୍ମିତ ବ୍ରିଟେନର ଜଏଣ୍ଟ କମିଟି ବୁଧବାର ଏହା କହିଛି ଯେ, ବ୍ଲଡ କ୍ଲଟିଂ ଭଳି ସାମାନ୍ୟ ସାଇଟ ଇଫେକ୍ଟ ଯୋଗୁ 30 ବର୍ଷରୁ କମ ଯୁବକ ଏହି ଟିକା ନ ନେବା ଉଚିତ।

Advertisment

ବ୍ରିଟେନ ଜଏଣ୍ଟ କମିଟିର ୱେଇ ଶେନ ଲିମଙ୍କ ମତରେ ଉପଲବ୍ଧ ତଥ୍ୟ ଓ ସାକ୍ଷ୍ୟ ଅନୁସାରେ କମିଟିର ନିର୍ଦ୍ଦେଶ ମୁତାବକ 30 ବର୍ଷରୁ କମ ଯୁବକ ଯେଉଁମାନଙ୍କର କୌଣସି ଶାରୀରିକ ସମସ୍ୟା ନାହିଁ ସେମାନଙ୍କୁ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ପରିବର୍ତ୍ତେ ଅନ୍ୟ ଟିକା ଦିଆଯାଇପାରିବ। ସେ କହିଛନ୍ତି ଯେ ଯୁବକମାନଙ୍କ କ୍ଷେତ୍ରରେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶଙ୍କା ବହୁତ କମ। ଏମିତିରେ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକାର ଲାଭ କ୍ଷତିର ଏକ ହିସାବ କହେ ଯେ ବୟସ୍କମାନଙ୍କ ପାଇଁ ମଧ୍ୟ ଅନ୍ୟାନ୍ୟ ଟିକା ଦେବା ଏହାଠାରୁ ଢେର ଭଲ। ଲିମଙ୍କ ମତରେ “ଆମେ କୌଣସି ବ୍ୟକ୍ତିଗତ ବା କୌଣସି ନିର୍ଦ୍ଦିଷ୍ଟ ଏଜ୍ ଗ୍ରୁପକୁ କେଉଁ ଟିକା ନେବାକୁ ସମ୍ପୂର୍ଣ୍ଣ ମନା କରୁନୁ। ଆମେ କେବଳ ସୁରକ୍ଷା ଦୃଷ୍ଟିରୁ ଏଜ ଗ୍ରୁପ ଆଧାର ଅନୁସାରେ କିଛି ଅନ୍ୟ ଟିକାର ଗୁରୁତ୍ୱ ଦେଉଛୁ।”

ସେ ଆହୁରି ମଧ୍ୟ କୁହନ୍ତି ଯେ କିନ୍ତୁ ଯେଉଁମାନଙ୍କୁ ପ୍ରଥମରୁ ଏଷ୍ଟ୍ରାଜେନେକା ଦିଆଯାଇଛି ସେମାନେ ଦ୍ୱିତୀୟ ଥର ମଧ୍ୟ ସେହି ଟିକା ନେବା ଦରକାର। ଏଠାରେ ପ୍ରକାଶଥାଉ କି ପୂର୍ବରୁ ମଧ୍ୟ ବିଶେଷଜ୍ଞମାନେ ଦୁଇ ପ୍ରକାର ଟିକା ନେବାକୁ ମନା କରିଛନ୍ତି।
ଏ ସାରା ମାମଲା ସେବେଠାରୁ ଜୋର ଧରିଛି ଯେବେ ବ୍ରିଟେନର ଏମଏଚଆରଏ ମେଡିସିନ୍ ରେଗୁଲେଟର ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଟିକାର ସମ୍ଭାବିତ ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ସୂଚନା ପାଇଲା। ଏଥିରେ ବ୍ରେନ ବ୍ଲଡ୍ କ୍ଲଟିଂ ଭଳି ସମସ୍ୟା ମଧ୍ୟ ରହିଛି। କିନ୍ତୁ ପୂର୍ବରୁ ବ୍ରିଟେନ ଓ ଯୁରୋପ ଉଭୟର ମେଡିସନ୍ ରେଗୁଲେଟର୍ସ ଟିକା ଦ୍ୱାରା ହେଉଥିବା ବ୍ଲଡ୍ କ୍ଲଟିଂକୁ ସ୍ୱୀକାର କରୁ ନ ଥିଲେ।

Advertisment

ବର୍ତ୍ତମାନ ଏହି ଦୁଇ ଦେଶର ରେଗୁଲେଟର୍ସମାନେ ବ୍ରେନ୍ ବ୍ଲଡ୍ କ୍ଲଟିଂ ଉପରେ ଯାଞ୍ଚ କରୁଛନ୍ତି, ଯାହାକୁ ସେରେବ୍ରଲ ବେନମ ନାମରେ ଜଣାଯାଉଛି। ଏହି ଟିକା ଦିଆଯିବା ଯୋଗୁ ଲୋକଙ୍କ ବ୍ଲଡ୍ ପ୍ଲେଟସ ସ୍ତରରେ ଅସାମାନ୍ ଭାବେ ପ୍ରଭାବିତ ହେଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ