6
ନୂଆଦିଲ୍ଲୀ: କରୋନା ଭାଇରସ୍ର ଦ୍ୱିତୀୟ ଲହର ଏତେ ଭୟାନକ ହୋଇଯାଇଛି ଯେ ମାସ୍କ, ସାମାଜିକ ଦୂରତା ଏବଂ ହାଇଜିନକୁ ବଜାୟ ରଖିବା ଜରୁରୀ ହୋଇପଡିଛି। କରୋନାର ଏହି ସଂକଟ କାଳରେ ଯଦି ବି ଆପଣ ଟିକେ ବି ନିଜକୁ ଅସ୍ୱାସ୍ଥ୍ୟକର ଅନୁଭବ କରୁଛନ୍ତି ତେବେ ଘରେ ରହି ନିଜର ଯତ୍ନ ନିଅନ୍ତୁ। ଏମିତିରେ ତ ସାମାନ୍ୟ କାଶରୁ କରୋନା ଚିହ୍ନଟ କରିବା କଷ୍ଟକର। କିନ୍ତୁ ଯଦି ଆପଣ କିଛି ବିଶେଷ ତଥ୍ୟ ଉପରେ ନଜର ଦେବେ ତେବେ କୋଭିଡ୍-୧୯ ଯୋଗୁଁ ହେଉଥିବା କାଶ ବା ଅନ୍ୟାନ୍ୟ ଲକ୍ଷଣଗୁଡିକୁ ଜାଣିପାରିବେ।
/odishatv-khabar/media/post_attachments/wp-content/uploads/2021/04/3-16.jpg)
ସାଧାରଣ ଥଣ୍ଡା ବା କୋଭିଡ୍-୧୯ ଉଭୟ ମଣିଷର ଉପର ଶ୍ୱାସନ ଯନ୍ତ୍ରକୁ ପ୍ରଭାବିତ କରୁଥିବା ଭାଇରସ୍ ଯୋଗୁଁ ହୋଇଥାଏ। ଭାଇରସ୍ର ଛୋଟ ଛୋଟ କଣିକା କାଶିବା, ଝିଙ୍କିବା ବା କଥାବାର୍ତ୍ତା ସମୟରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ସଂକ୍ରମିତ ହୋଇଥାଏ। ଆପଣମାନେ ଏଠାରେ ଧ୍ୟାନ ଦେବା ଉଚିତ ଯେ ଏହି ଦୁଇ ଭାଇରସ ଭିନ୍ନ ଭିନ୍ନ ହୋଇଥିବା ବେଳେ ସେମାନଙ୍କ ଲକ୍ଷଣ ମଧ୍ୟ ଭିନ୍ନ ହୋଇଥାଏ। ସାଧାରଣ ଥଣ୍ଡା ତୁଳନାରେ କୋଭିଡ୍-୧୯ର ଲକ୍ଷଣ ଅଧିକ ଗମ୍ଭୀର ଓ ଘାତକ ହୋଇଥାଏ। ଏହା ସାଧାରଣ ଥଣ୍ଡା ତୁଳନାରେ ଅଧିକ ଦିନ ରହିପାରେ।
/odishatv-khabar/media/post_attachments/wp-content/uploads/2021/04/4-10.jpg)
ଆପଣମାନେ ମନେରଖନ୍ତୁ ଶୁଖିଲା କାଶ କରୋନା ଭାଇରସର ଏକ ଲକ୍ଷଣ। ଏକ ତଥ୍ୟରେ ଦାବି କରାଯାଇଛି ଯେ ୫୯ରୁ ୮୨ ପ୍ରତିଶତ କରୋନା ରୋଗୀ ଆରମ୍ଭରୁ ଶୁଖିଲା କାଶରେ ପିଡୀତ ହୋଇଥାନ୍ତି। ହୁ’ ଓ ଚୀନ୍ ଦ୍ୱାରା ୨୦୨୦ ଫେବୃଆରୀରେ କରାଯାଇଥିବା ଏକ ଅଧ୍ୟୟନ ମୁତାବିକ, ୬୮ ପ୍ରତିଶତ ଲୋକଙ୍କ ଠାରୁ ଶୁଖିଲା କାଶ ଭଳି ଲକ୍ଷଣ ମିଳିଛି, ଏହା ଅନ୍ୟଏକ ବଡ ଲକ୍ଷଣ ବୋଲି କୁହାଯାଉଛି ।
/odishatv-khabar/media/post_attachments/wp-content/uploads/2021/04/5-8.jpg)
ଶୁଖିଲା କାଶର ଅର୍ଥ, କାଶିବା ସମୟରେ କଫ ଆସିବ ନାହିଁ। ଶୁଖିଲା କାଶ ମଧ୍ୟ କୌଣସି ଆଲର୍ଜିର କାରଣ ହୋଇପାରେ। ଏନେଇ କୋଭିଡ୍-୧୯ ଟେଷ୍ଟ୍ ପରେ ହିଁ ଏହା ବିଷୟରେ କିଛି କୁହାଯାଇପାରେ। ଯଦି ଆପଣଙ୍କୁ ଲଗାତର କାଶ ହେଉଛି ତେବେ ଏହା ମଧ୍ୟ କରୋନା ଭାଇରସର ଲକ୍ଷଣ। କୋଭିଡ୍-୧୯ ରୋଗୀ କାଶିବା ସମୟରେ ଗଳାରୁ ଏକ ପ୍ରକାର ଶବ୍ଦ ଆସିଥାଏ। ଏହା ଦ୍ୱାରା ଗଳାରେ କିଛିମାତ୍ରାରେ ପ୍ରଭାବ ପଡିଥାଏ।
/odishatv-khabar/media/post_attachments/wp-content/uploads/2021/04/1-22.jpg)
କାଶ ଓ ଝିଙ୍କ ସାଙ୍ଗକୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ମଧ୍ୟ କରୋନା ଭାଇରସର ଏକ ଦୃଢ ସଂକେତ। ଲଗାତର କାଶ ଫଳରେ ଆମ ଶ୍ୱାସ ନଳୀ ଉପରେ ବହୁତ ଚାପ ପଡିଥାଏ। ଏଭଳି ପରିସ୍ଥିତିରେ ବ୍ୟକ୍ତି ଅନେକ ବାର ଧଇଁ ସଇଁ ହେବା ଆରମ୍ଭ କରେ। ଯଦି ଏପରି ହୁଏ ତେବେ ଏହା କୌଣସି ଋତୁକାଳୀନ ଫ୍ଲୁ ନୁହେଁ ବରଂ କରୋନା ଭାଇରସର ଲକ୍ଷଣ। ଏକ ଅଧ୍ୟୟନରେ ୪୦ ପ୍ରତିଶତ କରୋନା ସଂକ୍ରମିତ ରୋଗୀଙ୍କର ଶ୍ୱାସଜନିତ ସମସ୍ୟା ଥିବା ଦେଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/6-4_1626258951.jpg)