Advertisment

ପିଆଜ ଚୋପାରେ ରହିଛି ଏହି ଉପକାରିତା, ଜାଣନ୍ତୁ

ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ମସଲା ମଧ୍ୟରେ ପିଆଜକୁ ବ୍ୟବହାର କରାଯାଇଥାଏ। ଏମିତି ଅନେକ ଖାଦ୍ୟ ଅଛି ଯେମିତି ସାଣ୍ଡୱିଚ୍‌, ସାଲାଡ୍‌ ଓ ଅନ୍ୟ ସମସ୍ତ ବ୍ୟଞ୍ଜନରେ ପିଆଜକୁ ପ୍ରମୁଖ ଭାବେ ସାମିଲ୍‌ କରାଯାଇଥାଏ। ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ ତେବେ ପିଆଜକୁ ଖାଇବା ପରେ ଏହାର ଚୋପାକୁ ଆମେ ଫିଙ୍ଗି ଦେଉ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କେବଳ ପିଆଜ ନୁହେଁ, ଏହାର ଚୋପା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ୍‌ ପ୍ଲେବୋନାଇଟସ୍‌ […]

ପିଆଜ ଚୋପାରେ ରହିଛି ଏହି ଉପକାରିତା, ଜାଣନ୍ତୁ

onion

Advertisment

ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ମସଲା ମଧ୍ୟରେ ପିଆଜକୁ ବ୍ୟବହାର କରାଯାଇଥାଏ। ଏମିତି ଅନେକ ଖାଦ୍ୟ ଅଛି ଯେମିତି ସାଣ୍ଡୱିଚ୍‌, ସାଲାଡ୍‌ ଓ ଅନ୍ୟ ସମସ୍ତ ବ୍ୟଞ୍ଜନରେ ପିଆଜକୁ ପ୍ରମୁଖ ଭାବେ ସାମିଲ୍‌ କରାଯାଇଥାଏ। ପିଆଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ ତେବେ ପିଆଜକୁ ଖାଇବା ପରେ ଏହାର ଚୋପାକୁ ଆମେ ଫିଙ୍ଗି ଦେଉ।

Advertisment

କିନ୍ତୁ କ’ଣ ଆପଣ ଜାଣିଛନ୍ତି କେବଳ ପିଆଜ ନୁହେଁ, ଏହାର ଚୋପା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ୍‌ ପ୍ଲେବୋନାଇଟସ୍‌ ଏବଂ ଆଣ୍ଟି-ଇନ୍‌ଫ୍ଲିମେଣ୍ଟୋରୀ କମ୍ପାଉଣ୍ଡ୍‌ କ୍ୱରସେଟିନ୍‌ ରହିଛି। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଅନେକ ସମସ୍ୟାର ସମାଧାନ କରିଥାଏ। ତେବେ ଆସନ୍ତୁ ଜାଣିବା ପିଆଜ ଚୋପାର ବ୍ୟବହାର ଦ୍ୱାରା କ’ଣ ସବୁ ସ୍ୱାସ୍ଥ୍ୟ ଲାଭ ମିଳିଥାଏ।

publive-image• ପିଆଜ ଚୋପାରେ ସବୁଠାରୁ ଅଧିକ ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଛି। ଯାହା ଆପଣଙ୍କ ଶରୀରରେ ଫ୍ରି-ରାଡିକାଲସ୍‌ର ଫଙ୍କସନ୍‌କୁ ନିୟନ୍ତ୍ରଣ କରି ଏହାର ମାତ୍ରା ବଢ଼ିବାକୁ ଦେଇ ନ ଥାଏ। ଶରୀରରେ ଫ୍ରି-ରାଡିକାଲସ୍ ବଢ଼ିବା ଦ୍ୱାରା ଆପଣଙ୍କ ଶରୀରର ଇମ୍ୟୁନିଟି ସିଷ୍ଟମ୍‌କୁ ପ୍ରଭାବିତ କରିଥାଏ।

Advertisment

• ଯଦି ଆପଣଙ୍କ ଗଳାରେ କିଛି ସମସ୍ୟା ରହିଛି, ତେବେ ପିଆଜ ଚୋପାକୁ ପାଣିରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ ଏବଂ ଏହି ପାଣିରେ କୁଳି କରନ୍ତୁ। ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଣ୍ଟୋରୀ ଗୁଣ ଆପଣଙ୍କ ଗଳାକୁ ଠିକ୍‌ କରିବା ପାଇଁ ସାହାଯ୍ୟ କରିଥାଏ।

• ସେହିପରି ଯଦି ଆପଣଙ୍କ କେଶ ରୁକ୍ଷ ହେଉଛି ଏବଂ ବୃଦ୍ଧି ହେଉନାହିଁ, ତେବେ ଆପଣ ପିଆଜ ଚୋପାକୁ ବ୍ୟବହାର କରିପାରିବେ। ଏଥିପାଇଁ ପିଆଜ ଚୋପାକୁ ପ୍ରଥମେ ପାଣିରେ ଫୁଟାନ୍ତୁ। ଏହାପରେ ଏହି ପାଣିରେ ଶାମ୍ପୂ କରିବା ପରେ କେଶକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କେଶ କୋମଳ ହେବା ସହିତ ଏହାର ରୁକ୍ଷତା ଚାଲି ଯାଇଥାଏ।

Advertisment

• କେବଳ ଏତିକି ନୁହେଁ, ପିଆଜ ଚୋପାରେ ହିଲିଂ ପ୍ରପୋଟିଜ୍‌ ମଧ୍ୟ ରହିଛି। ତ୍ୱଚାରେ ହେଉଥିବା ଜଳାପୋଡ଼ା, କୁଣ୍ଡାଇ ହେବା ପରି ଅନ୍ୟ ସମସ୍ୟା ପାଇଁ ପିଆଜ ଚୋପା ଦରକାରୀ। ଏଥିପାଇଁ ଆପଣ ପିଆଜ ଚୋପାକୁ ପାଣିରେ ପକାଇ ବ୍ୟବହାର କରିବା ଦ୍ୱାରା ତ୍ୱଚାଜନିତ ସମସ୍ୟାରୁ ରକ୍ଷା ପାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ