Advertisment

ନିଜକୁ ସୁସ୍ଥ ଏବଂ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଆଲୋବେରା ଜୁସ୍

ଘିକୁଆଁରି ଜୁସ୍ ଉପକାରିତା: Aloe vera Juice ରେ ଅନେକ ପ୍ରକାର ପ୍ରୋଟିନ୍‌ ଏବଂ ଭିଟାମିନ୍‌ ରହିଥାଏ। ଯଦିଓ ଏହି ଜୁସ୍‌ ପାଟିକୁ ଭଲ ଲାଗିନଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ। ଆପଣ ଏହା ଜାଣି ନ ଥିବେ ଯେ, ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେବା ଆଶଙ୍କାକୁ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଆମର କ’ଣ କଣ […]

ନିଜକୁ ସୁସ୍ଥ ଏବଂ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଆଲୋବେରା ଜୁସ୍

benefits of aloe vera juice

Advertisment

ଘିକୁଆଁରି ଜୁସ୍ ଉପକାରିତା: Aloe vera Juice ରେ ଅନେକ ପ୍ରକାର ପ୍ରୋଟିନ୍‌ ଏବଂ ଭିଟାମିନ୍‌ ରହିଥାଏ। ଯଦିଓ ଏହି ଜୁସ୍‌ ପାଟିକୁ ଭଲ ଲାଗିନଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ। ଆପଣ ଏହା ଜାଣି ନ ଥିବେ ଯେ, ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେବା ଆଶଙ୍କାକୁ ଦୂର ହୋଇଥାଏ।

Advertisment

ଆସନ୍ତୁ ଜାଣିବା ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଆମର କ’ଣ କଣ ଲାଭ ହୋଇଥାଏ... 

[caption id="attachment_66439" align="alignnone" width="750"]benefits of aloe vera juice image credit- stylecraze.com[/caption]

୧- ପ୍ରତିଦିନ ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ବା ଏନିମିଆ ଦୂର ହୋଇଥାଏ।

Advertisment

୨- ଏହା ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

୩- ଏହା ଶରୀରରେ ବ୍ଲଡ୍‌ ସର୍କୁଲେସନ୍‌ ବା ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ।

୪- ଏହା ଆମର ପାଚନ ତନ୍ତ୍ରକୁ ମଜବୁତ୍‌ କରିଥାଏ।

୫-ଏହାକୁ ପ୍ରତିଦିନ ପିଇବା ଦ୍ୱାରା କବ୍‌ଜ, ଏସିଡିଟି ଓ ଗ୍ୟାସ୍‌ ଆଦି ହୋଇନଥାଏ ।

୬- ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ।

୭- ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ଏହା କୋଲେଷ୍ଟ୍ରୋଲ୍‌କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

[caption id="attachment_66440" align="alignnone" width="750"]benefits of aloe vera juice image credit- organicfacts.net[/caption]

Advertisment

୮- ଏହା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଦେଇଥାଏ।

୯- ଏହାକୁ ପ୍ରତିଦିନ ପିଇବା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କା ପ୍ରାୟ କମ୍‌ ହୋଇଥାଏ।

୧୦- ଏହା ଆମ ଚର୍ମ ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ। କୁଣ୍ଡିଆ, ମୁହଁରେ ବ୍ରଣ ଆଦି ହେବାକୁ ଦିଏନାହିଁ।

୧୧- ଘିକୁଆଁରି ଜୁସ୍ (Aloe Vera) ପିଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇନଥାଏ।

୧୨- ଏହା ଚୁଟି ଝଡ଼ିବା ରୋକିବା ସହ ମୁଣ୍ଡରେ ରୁପି ସମସ୍ୟା ମଧ୍ୟ ଦୂର କରିଥାଏ ଏବଂ ଚୁଟି ମଜବୁତ୍‌ କରିଥାଏ।

୧୩- ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଆଲୋବେରା ଜୁସ୍‌ କିପରି ତିଆରି କରିବେ ଜାଣନ୍ତୁ :

[caption id="attachment_66442" align="alignnone" width="750"]publive-image image credit- youtube.com[/caption]

ପ୍ରଥମେ କିଛି ସତେଜ ଆଲୋବେରା ଆଣନ୍ତୁ। ଗ୍ରୀନ୍‌ ଦେଖା ଯାଉଥିବା ଉପର ଭାଗ ଗୁଡ଼ିକୁ କାଟି ପରିଷ୍କାର କରି ଏକ ପାତ୍ରରେ ରଖନ୍ତୁ।

ଏହା ପରେ ଆଲୋବେରା ଜେଲିକୁ ଭଲ ପାଣିରେ ଧୋଇ ଦିଅନ୍ତୁ। ତା’ ପରେ ସେଗୁଡ଼ିକୁ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଆପଣ ଚାହିଁଲେ ସେଥିରେ ଲେମ୍ବୁ, କିମ୍ବା ମହୁ ମଧ୍ୟ ପକାଇ ମଧ୍ୟ ପିଇ ପାରିବେ।

ମନେରଖନ୍ତୁ, ଆପଣ ଆଲୋବେରା ଜୁସ୍‌କୁ ଅଧିକ ସମୟ ବାହାରେ କିମ୍ବା ଫ୍ରିଜ୍‌ରେ ରଖି ପିଇବେ ନାହିଁ। ଜୁସ୍‌ କରିବା କିଛି ସମୟ ଭିତରେ ହିଁ ଏହାକୁ ପିଅନ୍ତୁ।  

ବଜାରରେ ମିଳୁଥିବା ଆଲୋବେରା ଜୁସ୍‌ ନ ପିଇ ଘରେ ତିଆରି କରି ଏହି ଜୁସ୍‌ ପିଅନ୍ତୁ ଏବଂ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କୁ ଡ଼ାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନାହିଁ।

ଆହୁରି ପଢ଼ନ୍ତୁ:କରୋନା ସମୟରେ କିପରି ନେବେ ଆଖିର ଯତ୍ନ

How To Make Aloe Vera Juice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ