ମୋଟା କମ୍ବଳକୁ ନ ଧୋଇ ସହଜରେ ସଫା କରିବାର ନୂଆ ଆଇଡିଆ Photograph: (OTV)
କାଠୁଆ ଶୀତରୁ ମୁକ୍ତି ପାଇବା ପାଇଁ ଆଉ ଉଷୁମର ମଜା ନେବା ପାଇଁ ଆମେ ମୋଟା କମ୍ବଳ ବ୍ୟବହାର କରୁ। କିନ୍ତୁ ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ସେଗୁଡ଼ିକୁ ସଫା କରି ସାଇତି ରଖିବାର ସମୟ ଆସିଗଲେ, ସେହି କମ୍ବଳଗୁଡ଼ିକ ଏକ ସମସ୍ୟା ହୋଇଯାଏ।
କିଛି ଲୋକ କମ୍ବଳକୁ ଡ୍ରାଏ କ୍ଲିନ୍ କିମ୍ବା ମେସିନ୍ ବ୍ୟବହାର କରନ୍ତି, ଯାହା ମହଙ୍ଗା ଏବଂ କମ୍ବଳର ଗୁଣବତ୍ତା ନଷ୍ଟ କରିପାରେ। ତେବେ, କମ୍ବଳ ସଫା କରିବାର ସହଜ ଉପାୟ କ’ଣ?
ମୋଟା କମ୍ବଳ କିପରି ଧୋଇବେ:
କମ୍ବଳ ଧୋଇବା ପାଇଁ, ଏକ ବଡ଼ ବାଲଟି କିମ୍ବା ଟବରେ ପାଣି ଭରନ୍ତୁ ଏବଂ ଏଥିରେ ଲିକ୍ୱିଡ୍ ଡିଟରଜେଣ୍ଟ ଭଲ ଭାବରେ ମିଶାନ୍ତୁ। ପାଉଡର ଡିଟରଜେଣ୍ଟ ବ୍ୟବହାର ନ କରିବା ପାଇଁ ସତର୍କ ରୁହନ୍ତୁ, କାରଣ ଏହା କମ୍ବଳର ଛୋଟ ଛୋଟ ଛିତ୍ରରେ ଫସି ରହିପାରେ। କମ୍ବଳକୁ ପାଣିରେ ଭଲ ଭାବରେ ବୁଡ଼ାଇ ଦିଅନ୍ତୁ ଏବଂ ଅତି କମରେ ଦୁଇ ଘଣ୍ଟା ରଖନ୍ତୁ।
ଡିଟରଜେଣ୍ଟରେ ପାଣିରୁ କମ୍ବଳକୁ ବାହାର କରି ସଫା ପାଣିରେ ଦୁଇରୁ ତିନିଥର ଧୋଇ ଦିଅନ୍ତୁ। ଏହାକୁ ହାତରେ ହାଲୁକା ଭାବରେ ଚୁପୁଡି ରାତିସାରା ଟବ୍ରେ ଓଲଟା ରଖିଦିଅନ୍ତୁ। ଏହା ଦ୍ୱାରା ଅତିରିକ୍ତ ପାଣି ବାହାରିଯିବ। ଏହାକୁ ୨-୩ ଘଣ୍ଟା ପାଇଁ ଖରାରେ ଶୁଖାନ୍ତୁ। ଆପଣଙ୍କର କମ୍ବଳ ଏବେ ଷ୍ଟୋର୍ ପାଇଁ ପ୍ରସ୍ତୁତ।
କମ୍ବଳକୁ ନ ଧୋଇ କିପରି ସଫା କରିବେ:
- ଯଦି ଆପଣ ହଷ୍ଟେଲରେ ରହୁଛନ୍ତି କିମ୍ବା ଆପଣଙ୍କ କମ୍ବଳ ଧୋଇବା ପାଇଁ ସମୟ ନାହିଁ, ତେବେ ଏହାକୁ ସଫା କରିବା ପାଇଁ ଆପଣ କିଛି ଟିକ୍ସ ବ୍ୟବହାର କରିପାରିବେ:
- ପ୍ରଥମେ, ବିଛଣା ଉପରେ କମ୍ବଳକୁ ଭଲ ଭାବରେ ବିଛାଇ ଦିଅନ୍ତୁ।
- ଏବେ, ଏକ ବୋତଲ ପାଣିରେ ୪-୫ ଚାମଚ ଟେଲକମ୍ ପାଉଡର ଏବଂ ଟିକେ ଧଳା ଭିନେଗାର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।
- ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ଢାଳି ସମ୍ପୂର୍ଣ୍ଣ କମ୍ବଳର ଉଭୟ ପାର୍ଶ୍ୱରେ ଭଲ ଭାବରେ ସ୍ପ୍ରେ କରନ୍ତୁ।
- କମ୍ବଳଟିକୁ ୧୫-୨୦ ମିନିଟ୍ ପାଇଁ ଖରାରେ ଶୁଖାଇ ଦିଅନ୍ତୁ।
- ଶେଷରେ, ଏକ ନରମ କାର୍ପେଟ ବ୍ରଶ୍ରେ କମ୍ବଳକୁ ଘଷନ୍ତୁ। ଏହା ହାଲୁକା ଦାଗ ଦୂର କରିବ ଏବଂ ଆପଣଙ୍କ କମ୍ବଳ ସଫା ଏବଂ ଜୀବାଣୁମୁକ୍ତ ହୋଇଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/blanket-cleaning-tips-2026-02-20-21-26-58.jpg)