Advertisment

Paneer Recipe: ସୋମବାର ରୋଷେଇରେ ବନାନ୍ତୁ କଦଳୀପତ୍ର ସୋରିଷ ପନିର , ପାଟିରୁ ଛାଡ଼ିବନି

ସୋମବାରରେ କିଛି ଖାସ ଖାଇବାକୁ ଇଚ୍ଛା ଅଛି କି ? ତାହା ହେଲେ ଘରେ ସହଜରେ ତିଆରି କରନ୍ତୁ କଦଳୀପତ୍ର ସୋରିଷ ପନିର । ଥରେ ବନାଇଲେ ବାରମ୍ବାର ବନାଇବେ 1 ଆମିଷ ବି ଫିକା ଲାଗିବ ଏହି ଡିସ୍ ଆଗରେ

Paneer Recipe

Paneer Recipe Photograph: (OTV)

Advertisment

ଆବଶ୍ୟକ ସାମଗ୍ରୀ: ପନିର, କଦଳୀପତ୍ର, ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ, ଲୁଣ, ତେଲ

Advertisment

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ବଜାରରୁ ପନିର ଆଣନ୍ତୁ। ତାଙ୍କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ। ପରେ କଦଳୀ ପତ୍ର ଆଣି ତାକୁ ନିଆଁରେ ସେକି ରଖନ୍ତୁ।  ତା’ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ପନିରକୁ ଛାଣନ୍ତୁ। ଏହା ଛାଣି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ଏହା ପରେ ପନିରରେ ସୋରିଷ, ଜିରା, ରସୁଣ, ଶୁଖିଲା ଲଙ୍କା ବଟା, ଲେମ୍ବୁ ରସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପରେ ସେକା କଦଳୀ ପତ୍ରରେ ମସଲା ଗୋଳା ପନିର ଦେଇ ସୂତାରେ ଗୁଡ଼ାଇ ବାନ୍ଧି ଦିଅନ୍ତୁ ।  ତା’ପରେ ତାୱାରେ ଅଳ୍ପ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବାପରେ କଦଳୀପତ୍ରରେ ବନ୍ଧା ହୋଇଥିବା ପନିରକୁ ଦେଇ କିଛି ସମୟ ଛାଡ଼ି ଦିଅନ୍ତୁ । କିଛି ସମୟ ପରେ ତାକୁ ଓଲଟାଇ ଦିଅନ୍ତୁ। ଦୁଇ ପାଖ ଭଲରେ ଭାଜି ହୋଇଯିବା ପରେ  ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଦଳୀପତ୍ର ସୋରିଷ ପନିର। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ