Advertisment

UPSC Limits Attempts For Candidates: UPSC ନିୟମରେ ବଡ଼ ପରିବର୍ତ୍ତନ; ବଦଳିଗଲା IAS, IFS ନିୟମ

ବଦଳିଲା ଗଲା UPSC ସିଭିଲ୍ ସର୍ଭିସ୍ ପରୀକ୍ଷା ନିୟମ। IAS, IFS ହେଇଥିଲେ ଏବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇହେବନି। ପ୍ରିଲିମ୍ସ ଦେଇ IAS, IFS ନିଯୁକ୍ତି ହୋଇଥିଲେ ବି ମେନସରେ ବସିପାରିବେନି।

UPSC Rules

UPSC Rules Photograph: (OTV)

Advertisment

ବଦଳିଗଲା IAS, IFS ନିୟମ। ବଡ଼ ପରିବର୍ତ୍ତନ କଲା UPSC। IAS, IFS ହେଇଥିଲେ ଏବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇହେବନି। ୟୁପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏଭଳି ନୂଆ ନିୟମ ଆସିଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ଏଣିକି IAS, IFS ହେଇଥିଲେ ଏ ବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇହେବନି। 

Advertisment

ଆୟୋଗ କହିଛି ଯେ, ପୂର୍ବରୁ କୌଣସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆଧାରରେ ଭାରତୀୟ ପ୍ରଶାସନିକ ସେବା-IAS କିମ୍ବା ଭାରତୀୟ ବିଦେଶ ସେବା-IFSରେ ନିଯୁକ୍ତ ହୋଇ ଏବେ ସେହି ସେବାର ସଦସ୍ୟ ଭାବେ କାର୍ଯ୍ୟରତ ପ୍ରାର୍ଥୀମାନେ CSE-2026ରେ ଅଂଶଗ୍ରହଣ କରିପାରିବେ ନାହିଁ। 

ଆୟୋଗ ଆହୁରି ସ୍ପଷ୍ଟ କରିଛି ଯେ, ଯଦି କୌଣସି ପ୍ରାର୍ଥୀ CSE-2026 ପ୍ରିଲିମ୍ସ ପରୀକ୍ଷା ସମାପ୍ତ ହେବା ପରେ କିନ୍ତୁ ମେନ୍ସ ପରୀକ୍ଷା ପୂର୍ବରୁ IAS କିମ୍ବା IFSରେ ନିଯୁକ୍ତ ହୁଅନ୍ତି ଏବଂ ସେହି ସେବାର ସଦସ୍ୟ ଭାବେ ଚାଲୁଥାନ୍ତି, ତେବେ ପ୍ରିଲିମ୍ସରେ ଯୋଗ୍ୟତା ହାସଲ୍ କରିଥିଲେ ମଧ୍ୟ ସେମାନେ CSE-2026 ମେନ୍ସ ପରୀକ୍ଷାରେ ବସିବାକୁ ଅନୁମତି ପାଇବେ ନାହିଁ। 

Advertisment

ଏହାସହ, ଯଦି ମେନ୍ସ ପରୀକ୍ଷା ଆରମ୍ଭ ହେବା ପରେ କିନ୍ତୁ ଫଳାଫଳ ଘୋଷଣା ପୂର୍ବରୁ କୌଣସି ପ୍ରାର୍ଥୀ IAS କିମ୍ବା IFSରେ ନିଯୁକ୍ତ ହୁଅନ୍ତି ଏବଂ ସେହି ସେବାର ସଦସ୍ୟ ରହିଥାନ୍ତି, ତେବେ CSE-2026 ଫଳାଫଳ ଆଧାରରେ ସେମାନଙ୍କୁ କୌଣସି ସେବା କିମ୍ବା ପଦବୀ ପାଇଁ ନିଯୁକ୍ତିରେ ବିଚାର କରାଯିବ ନାହିଁ। 

UPSCର ଏହି ସ୍ପଷ୍ଟ ଓ କଡା ନିୟମ ମାଧ୍ୟମରେ ସିଭିଲ୍ ସର୍ଭିସେସ୍ ଚୟନ ପ୍ରକ୍ରିୟାକୁ ଅଧିକ ସୁସଂଗଠିତ କରିବା ସହ ପୂର୍ବରୁ ଚୟନିତ ପ୍ରାର୍ଥୀଙ୍କ ପୁଣି ପ୍ରୟାସ ଉପରେ ନିୟନ୍ତ୍ରଣ ଆଣିବା ଉଦ୍ଦେଶ୍ୟ ରହିଛି।

Advertisment
UPSC Civils Exam UPSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ