IOCL ରେ ପୂରଣ ହେବ ବିଭିନ୍ନ ପଦବୀ Photograph: (OTV)
ଆପଣ ଉଚ୍ଚ ଶିକ୍ଷା କରି ନାହାନ୍ତି, କିନ୍ତୁ ସରକାରୀ ଚାକିରି କରିବାକୁ ଇଛା ଅଛି। ଆପଣଙ୍କର ଏହି ଆଶା ମଧ୍ୟ ପୂରଣ ହୋଇପାରିବ। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଆପଣ ଯଦି ଏହି ତାଲିକାରେ ଅଛନ୍ତି ତେବେ ସୁଯୋଗ ହାତ ଛଡା କରନ୍ତୁ ନାହିଁ। ଏନେଇ IOCL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଏହି ନିଯୁକ୍ତି ମାଧ୍ୟମରେ IOCL ରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩୯୦ରୁ ଅଧିକ ପଦବୀ ପୂରଣ ହେବ। ଦ୍ୱାଦଶ ପାଶ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IOCL ର ଅଫିସିଆଲ୍ ୱେବ୍ସାଇଟ୍ plapps.indianoilpipelines.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ସାଇଟ୍କୁ ଯାଇ ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ – ୨୮ ଜାନୁଆରୀ ୨୦୨୬
ଅନ୍ଲାଇନ୍ ଆବେଦନ ଶେଷ – ୧୦ ଫେବୃଆରୀ ୨୦୨୬
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
ପଶ୍ଚିମାଞ୍ଚଳ ପାଇପଲାଇନ୍ – ୧୩୬ ଟି ପୋଷ୍ଟ୍
ପୂର୍ବାଞ୍ଚଳ ପାଇପଲାଇନ୍ – ୧୦୧ ଟି ପୋଷ୍ଟ୍
ଉତ୍ତରାଞ୍ଚଳ ପାଇପଲାଇନ୍ – ୬୩ ଟି ପୋଷ୍ଟ୍
ଦକ୍ଷିଣାଞ୍ଚଳ ପାଇପଲାଇନ୍ – ୪୦ ପୋଷ୍ଟ୍
ମୋଟ ପ୍ରାର୍ଥୀ – ୩୯୪ଟି ପୋଷ୍ଟ୍
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
ଟେକ୍ନିସିଆନ୍ ଶିକ୍ଷାନବିସ – ପ୍ରାସଙ୍ଗିକ ଟ୍ରେଡ୍ରେ ଡିପ୍ଲୋମା/ଆଇଟିଆଇ
ଆସିଷ୍ଟାଣ୍ଟ୍-ଏଚ୍ଆର୍ – ଗ୍ରାଜୁଏସନ୍
ଆକାଉଣ୍ଟାଣ୍ଟ – ବାଣିଜ୍ୟରେ ଗ୍ରାଜୁଏସନ୍
ଡାଟା ଏଣ୍ଟ୍ରି ଅପରେଟର – ଦ୍ୱାଦଶ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ – ୧୮ ବର୍ଷ
ସର୍ବାଧିକ ବୟସ – ୨୪ ବର୍ଷ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/iocl-apprentice-recruitment-2026-2026-01-25-14-55-37.jpg)