Advertisment

300 SI Posts Allegedly Sold: ଟ୍ରେନରେ ଯାଉଥିଲେ ୧୮୬ ଜଣ , ୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍ !

୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଲା ବଡ଼ ସୂଚନା । ଖାଲି ବସରେ ନୁହେଁ, ଟ୍ରେନରେ ବି ଯାଉଥିଲେ ଆଶାୟୀ। ବସରେ ଯାଉଥିବା ୧୧୪ ଜଣ ଧରାପଡ଼ିଥିବାବେଳେ ଟ୍ରେନରେ ଯାଉଥିଲେ ଆଉ ୧୮୬ ଜଣ ।

SI JOB SCAM

SI JOB SCAM Photograph: (OTV)

Advertisment

୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଲା ବଡ଼ ସୂଚନା । ଖାଲି ବସରେ ନୁହେଁ, ଟ୍ରେନରେ ବି ଯାଉଥିଲେ ଆଶାୟୀ। ବସରେ ଯାଉଥିବା ୧୧୪ ଜଣ ଧରାପଡ଼ିଥିବାବେଳେ ଟ୍ରେନରେ ଯାଉଥିଲେ ଆଉ ୧୮୬ ଜଣ ।

Advertisment

ସେମାନେ ଫେରାର ହୋଇଥିବାବେଳେ ତାଲିକା ଧରି ଖୋଜୁଛି କ୍ରାଇମବ୍ରାଞ୍ଚ । ସେମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ। ସେମାନଙ୍କ ଅରିଜିନାଲ ସାର୍ଟିଫିକେଟ ଦଲାଲଙ୍କ ପାଖେ ରହିଯାଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା ।

ସେପଟେ ସିଲିକନ୍, ପଞ୍ଚସଫ୍ଟ କାମ ପାଇବାକୁ ନେଇ ସମ୍ପୂର୍ଣ୍ଣ ଭାବେ OPRB ଅବଗତ ଥିଲା। OPRB ଗୋଚରରେ ସବୁ କିଛି ପରିଚାଳିତ ହେଉଥିଲା । ଏପରିକି ପରୀକ୍ଷାର୍ଥୀଙ୍କ ଆଡମିଟକାର୍ଡ ତିଆରି କରିସାରିଥିଲା ପଞ୍ଚସଫ୍ଟ । ଆଡ଼ମିଟ କାର୍ଡ ପ୍ରସ୍ତୁତ ସହ ଟଙ୍କା ଦେଇଥିବା ଆଶାୟୀଙ୍କ ତାଲିକା ନେଇ ନିଜ ସେଟିଂରେ ଥିବା ପରୀକ୍ଷା ସେଣ୍ଟରରେ କରାଯାଇଥିଲା ବ୍ୟବସ୍ଥା।

Advertisment

ସ୍ପେଶାଲ ଟିମ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟିର ଟେର୍ ମିଳିନି ।  ସେପଟେ ଓଟିଭି ଆଗରେ ମୁହଁ ଖୋଲିଲେ SI ଚାକିରି ଆଶାୟୀ । OPRB ପକ୍ଷରୁ ହୋଇଥିବା ଘୋଟାଲା ସମ୍ପର୍କରେ ଗୋଟି ଗୋଟି କରି କହିଛନ୍ତି ।  

୩୦୦ SI ପଦବୀ ବିକ୍ରି ପାଇଁ ହୋଇଥିଲା ଡିଲ୍ !
କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଲା ବଡ଼ ସୂଚନା
ଟ୍ରେନରେ ଯାଉଥିଲେ ଆଉ ୧୮୬ ଜଣ ଆଶାୟୀ !
ଟ୍ରେନରେ ଯାଉଥିବା ଆଶାୟୀ ଫେରାର୍ ! 
ତାଲିକା ଧରି ଫେରାର ଆଶାୟୀଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ
ଫେରାର ଆଶାୟୀଙ୍କ ଅରିଜିନାଲ ସାର୍ଟିଫିକେଟ ଦଲାଲଙ୍କ ପାଖରେ !
ସିଲିକନ୍, ପଞ୍ଚସଫ୍ଟ କାମ ପାଇବାକୁ ନେଇ ଅବଗତ ଥିଲା OPRB !
ଆଡମିଟକାର୍ଡ ତିଆରି କରିସାରିଥିଲା ପଞ୍ଚସଫ୍ଟ !
ଟଙ୍କା ଦେଇଥିବା ଆଶାୟୀଙ୍କ ସେଣ୍ଟର ବ୍ୟବସ୍ଥା ପାଇଁ ସେଟିଂ !
ଛାନଭିନ୍ ଚଳାଇଛି କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟିମ୍

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ